ସଂଗୀନ ହେବାରେ ଲାଗିଛି ଖୋର୍ଦ୍ଧା ଜିଲ୍ଲାର ଅବସ୍ଥା, ଆଜି ସର୍ବାଧିକ 1000 ଆକ୍ରାନ୍ତ ଚିହ୍ନଟ

Published: Apr 22, 2021, 10:01 am IST

ଭୁବନେଶ୍ବର, ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଯେଉଁ ଆକ୍ରାନ୍ତଙ୍କ ସଂଖ୍ୟା ଆସିଛି ତାହା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ପ୍ରଥମତଃ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା 6 ହଜାର ଟପି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ  ଏକାଥରେ 1 ହଜାର 132 ଜଣ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରର ଯାହା ହେଉଛି ଏକ ରେକର୍ଡ।

ଏହାପରେ ନୂଆପଡାର ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଗତକାଲି ଏହି ଜିଲ୍ଲାରୁ 459 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତୃତୀୟରେ ରହିଛି କଳାହାଣ୍ଡି ଜିଲ୍ଲା। ଏହି ଜିଲ୍ଲାରୁ 452 ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1-Khurda: 1132

2-Nuapada: 459

3-Kalahandi: 452

4-Sundargarh: 427

5-Cuttack: 360

6-Jharsuguda: 355

7-Puri: 286

8-Bargarh: 236

9- Sambalpur: 229

10-Balangir: 226

11- Nawarangpur: 207

12- Keonjhar: 205

13-Jajpur: 154

14-Mayurbhanj: 136

15-Angul: 136

16-Ganjam: 135

17-Rayagada: 105

18-Nayagarh: 99

19-Sonepur: 99

20-Balasore: 78

21-Bhadrak: 71

22-Jagatsinghpur: 63

23-Gajapati: 55

24-Kendrapada: 48

25-Koraput: 45

26-Boudh: 38

27-Deogarh: 31

28-Kandhamal: 23

29-Dhenkanal: 17

30-Malkangiri: 16

State Pool: 241

ଆଜି ରିପୋର୍ଟ ଅନୁସାରେ ଗତକାଲି ରାଜ୍ୟରେ 6 ହଜାର 164 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା 4 ହଜାର 851 ଥିଲା। ଅର୍ଥାତ ଗୋଟିଏ ଦିନରେ ଏହା 1 ହଜାର 313 ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।

ଆଜିର ରିପୋର୍ଟ ଅନୁସାରେ ଗତକାଲି କ୍ବାରଣ୍ଟାଇନରୁ 3 ହଜାର 575 ଜଣ ଏବଂ 2 ହଜାର 589 ଜଣ ସ୍ଥାନୀୟ ସଂକ୍ରାମକ ଅଛନ୍ତି। ଏ ସମସ୍ତଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଠାବ କରାଯାଉଛି।

Related posts