Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ସମୟରେ କିପରି ନିୟନ୍ତ୍ରଣ କରିବେ ମାନସିକ ଚାପ, ଜାଣନ୍ତୁ ବିଶେଷଜ୍ଞ ମତ
ଜାତୀୟ ଖବର

କରୋନା ସମୟରେ କିପରି ନିୟନ୍ତ୍ରଣ କରିବେ ମାନସିକ ଚାପ, ଜାଣନ୍ତୁ ବିଶେଷଜ୍ଞ ମତ

April 30, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କରୋନା ସମୟରେ କିପରି ନିୟନ୍ତ୍ରଣ କରିବେ ମାନସିକ ଚାପ, କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ଉଗ୍ରରୂପ ଧାରଣ କରୁଥିବା ସମୟରେ ଲୋକମାନଙ୍କ ଚଳାଚଳରେ ପ୍ରତିବନ୍ଧକ, ଆତ୍ମୀୟସ୍ୱଜନ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କ ମୃତ୍ୟୁ ଖବର ସାଙ୍ଗକୁ ଅତିମାତ୍ରାରେ କରୋନା ସମ୍ପର୍କୀତ ସମ୍ବାଦକୁ ସାମାଜିକ ଗଣମାଧ୍ୟମରୁ ଜାଣିବାର ଆଗ୍ରହ ଲୋକମାନଙ୍କ ମନରେ ମାନସିକ ଚାପକୁ ବଢାଇ ଦେଉଛି ବୋଲି ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହୃଦରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କୋଭିଡ ସମୟରେ ମାନସିକ ଚାପ ନିୟନ୍ତ୍ରଣ ଶୀର୍ଷକ ଏକ ୱେବିନାର ଆଲୋଚନାରେ ଯୋଗଦେଇ ଡାକ୍ତର ଦାସ କହିଛନ୍ତି ଯେ, କରୋନା ସଂକ୍ରମଣ ସମ୍ପର୍କୀତ ବିଭିନ୍ନ କଟକଣା ଲୋକମାନଙ୍କର ରୋଜଗାର, ଚାକିରି, ଜୀବିକା ଆଦିକୁ ପ୍ରଭାବିତ କରିଛି । ଲୋକଙ୍କୁ ଏକୁଟିଆ କରିଦେଇଛି । ବିଭିନ୍ନ ପ୍ରକାରର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଲୋକଙ୍କର ମାନସିକ ଅବସାଦ ଏବଂ ଚାପ ବୃଦ୍ଧି ପାଉଛି । ଏସବୁ ଉଗ୍ର ରୂପ ଧାରଣ କରି ଆତ୍ମହତ୍ୟା ଭଳି ଘଟଣା ସମଗ୍ର ବିଶ୍ୱରେ ବର୍ତ୍ତମାନ ଦେଖାଦେଇଛି ।

ତେଣୁ ମାନସିକ ଚାପ କମାଇବା ନିମନ୍ତେ ବହି ପଢିବା, ଗୀତ ଶୁଣିବା, ଶାରୀରିକ ବ୍ୟାୟାମ କରିବା, ସାମାଜିକ ଗଣମାଧ୍ୟମ ଏବଂ ଟେଲିଭିଜନରେ ଦୀର୍ଘସମୟ ବ୍ୟୟ ନ କରିବା ଭଳି ଉପଦେଶ ଦେଇଛନ୍ତି । ମାନସିକ ଚାପର କାରଣ, ଲକ୍ଷଣ ଏବଂ ଉପଚାର ଉପରେ ବିସ୍ତୃତ ଆଲୋଚନା କରି ଏ ସମ୍ପର୍କୀତ ଚାପହ୍ରାସର ବିଭିନ୍ନ ଉପାୟ ସମ୍ପର୍କରେ ଡକ୍ଟର ଦାସ ଆଲୋଚନା କରିଥିଲେ ।

ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ୍ ନିରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ଦୈନିନ୍ଦିନ ଜୀବନରେ ମାନସିକ ଚାପ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ନିଜର ସମସ୍ୟାକୁ ନିଜେ ନିୟନ୍ତ୍ରଣ ନ କରିଲେ ଏହା ଜଟିଳ ଶାରୀରିକ ସମସ୍ୟାରେ ପରିଣତ ହୁଏ । ତେଣୁ ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଅନ୍ୟସହ ନିଜକୁ ତୁଳନା ନ କରିବା, ସହନଶୀଳ ହେବା, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ଶାରୀରିକ ଶ୍ରମ ଆଦି ଆବଶ୍ୟକ ବୋଲି କହିଥିଲେ ।

ଶିକ୍ଷାବିତ୍ ଶ୍ରୀମତୀ ସୋମଭଦ୍ରା ତ୍ରିପାଠୀ କରୋନା କଟକଣା ଭିତରେ ଛାତ୍ର ସମାଜର ମାନସ୍ତାତ୍ତ୍ୱିକ ସମସ୍ୟା ବର୍ଣ୍ଣନା କରି ସେମାନଙ୍କ ପାଇଁ ଚିତ୍ରକଳା, ନୃତ୍ୟ, ଗୀତଗାଇବା, ଗୀତ ଶୁଣିବା, ପରିବାରବର୍ଗଙ୍କ ସହ ମିଳିମିଶି ଏକତ୍ର ବସି କଥା ହେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏସବୁ ଦ୍ୱାରା ମାନସିକ ଚାପ ହ୍ରାସ ପାଇବ ବୋଲି ମତ ଦେଇଥିଲେ ।

ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ ତଥା ପତ୍ରସୂଚନା କାର‌୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଆଲୋଚନା ପ୍ରସଙ୍ଗରେ ସମସ୍ତଙ୍କର ମାନସିକ ଚାପ ଏବଂ ସମସ୍ୟା ପରସ୍ପରଠାରୁ ଅଲଗା ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ପୁସ୍ତକ ପଠନ, ଜ୍ଞାନ ଆହୋରଣ ଆଦି ମାଧ୍ୟମରେ ସମୟର ସଦୁପଯୋଗ କରିବାକୁ ଉପଦେଶ ଦେଇଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କୀତ ଅନେକ ଭୁଲ ତଥ୍ୟ ପ୍ରକାଶ ପାଉଥିବାରୁ ପତ୍ରସୂଚନା କାର‌୍ୟ୍ୟାଳୟର ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ସୂଚନାଗୁଡିକୁ ଗ୍ରହଣ କରିବାକୁ କହିଥିଲେ। ଏଥିସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ ।

ଆରଓବି ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଅ।ରମ୍ଭରୁ ବିଷୟ ଉପରେ ସୂଚନା ଦେଇ କରୋନା ସମ୍ପର୍କୀତ ତଥ୍ୟଗୁଡିକ କେଉଁ ଉତ୍ସରୁ ଆସୁଛି ତାହା ତଦାରଖ କରିବା ଉଚିତ ବୋଲି କହିଥିଲେ । ବର୍ତ୍ତମାନ ପରସ୍ପର ମଧ୍ୟରେ ଥିବା ମାନବୀୟ ଆଚରଣ ସଙ୍କଟଗ୍ରସ୍ତ ହୋଇଯାଇଥିବାରୁ ପରସ୍ପର ସହ ଯୋଗାଯୋଗ ରକ୍ଷା, ସରକାରୀ ବ୍ୟବସ୍ଥା ଉପରେ ଭରସା ରଖିବା ଏବଂ ସରକାରୀ ତଥ୍ୟକୁ ବିଶ୍ୱାସକୁ ନିଆଯିବା ଉଚିତ ବୋଲି କହିଥିଲେ ।

ବର୍ତ୍ତମାନ ମାନବିକତା କ୍ଷେତ୍ରରେ ଏହା ଏକ ପରୀକ୍ଷାର ସମୟ ହୋଇଥିବାରୁ ପରସ୍ପର ମଧ୍ୟରେ ଥିବା ସାମାଜିକ ସମ୍ପର୍କକୁ ଦୃଢ କରାଯିବା ଉଚିତ ବୋଲି ମଧ୍ୟ କହିଥିଲେ । କ୍ଷେତ୍ରପ୍ରଚାର ଅଧିକାରୀ ମନମୋହନ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଗୃହିଣୀ, ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ଏଥିରେ ପତ୍ରସୂଚନା କାର‌୍ୟ୍ୟାଳୟର ସମସ୍ତ ଅଧିକାରୀ, ଆରଓବିର ସମସ୍ତ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । କାର‌୍ୟ୍ୟକ୍ରମ ଶେଷର ସତ୍ୟନାରାୟଣ ନନ୍ଦ ଆଲୋଚନାର ସଂକ୍ଷିପ୍ତ ଅବତାରଣା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ମାନସିକ ଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.