Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଗମନାଗମନ ପାଇଁ ବ୍ରିଟେନ ଏବଂ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ଭାରତର ବୁଝାମଣାକୁ କ୍ୟାବିନେଟର ସ୍ବୀକୃତି
ଅନ୍ତରାଷ୍ଟ୍ରୀୟ

ଗମନାଗମନ ପାଇଁ ବ୍ରିଟେନ ଏବଂ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ଭାରତର ବୁଝାମଣାକୁ କ୍ୟାବିନେଟର ସ୍ବୀକୃତି

May 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସଂଯୁକ୍ତ ରାଜ୍ୟ ଗ୍ରେଟ୍ ବ୍ରିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ପ୍ରବାସନ ତଥା ଗମନାଗମନରେ ସୁବିଧା ବଢାଇବାକୁ ଭାରତ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଧବାର ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ଗ୍ରେଟବିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ଏବଂ ଭାରତ ମଧ୍ୟରେ ଗବେଷକ, ଛାତ୍ରଛାତ୍ରୀ, କୁଶଳୀ ପେସାଦାର ଆଦିଙ୍କ ଗମନାଗମନ ଓ ପ୍ରବାସନ ସୁବିଧାକୁ ଅଧିକ ସୁଗମ କରି ପାରସ୍ପରିକ ସହଯୋଗ ଓ ସମ୍ପର୍କକୁ ସୁଦୃଢ କରିବା ।

ଏହାଫଳରେ ଅନିୟମିତ ଦେଶାନ୍ତର, ପ୍ରବାସନ, ପ୍ରବ୍ରଜନ ଓ ମାନବଚାଲାଣ ଆଦିକୁ ନିୟନ୍ତ୍ରିତ କରି ହେବ ଏବଂ ଦୁଇପକ୍ଷ ମଧ୍ୟରେ ଏ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ ହୋଇପାରିବ ।
ଏହି ବୁଝାମଣା ଦ୍ୱାରା ଭାରତୀୟ ବିଦ୍ୟାର୍ଥୀ, ଶୈକ୍ଷିକବର୍ଗ ଓ ଗବେଷକ ଆର୍ଥିକ ତଥା ବୃତ୍ତିଗତ ଦୃଷ୍ଟିରୁ ବିଶେଷ ଉପକୃତ ହେବେ ।

ଆହୁରି ମଧ୍ୟ ଉଭୟପକ୍ଷଙ୍କ ଆର୍ଥିକ ବିକାଶ ପାଇଁ ଯେଉଁମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅବଦାନ ରଖିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହାର ସୁଯୋଗ ପାଇବେ। ଏହି ଚୁକ୍ତି ଫଳରେ ଦୁଇଦେଶ ମଧ୍ୟରେ ପ୍ରତିଭାର ପ୍ରବାହ ସହଜ ହେବ ଏବଂ ନବସୃଜନ ପରିବେଶକୁ ଏହା ସହାୟତା ଯୋଗାଇବ।

ବୈଦେଶିକ ମନ୍ତ୍ରଣାଳୟ ଏହି ଚୁକ୍ତିର କାର‌୍ୟ୍ୟକାରିତାକୁ ନିବିଡଭାବେ ଅନୁଧ୍ୟାନ କରିବ । ଏକ ଯୁଗ୍ମ କାଯ୍ୟକାରୀ ଗୋଷ୍ଠୀ ଦ୍ୱାରା ଏହି କାର‌୍ୟ୍ୟ ସମ୍ପାଦିତ ହେବ।

କ୍ୟାବିନେଟ ବ୍ରିଟେନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.