ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ବାତିଲ ହେଲା 10ଟି ଟ୍ରେନ

Published: May 20, 2021, 5:29 pm IST

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା  ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା କେତେକ ଦୂରଗାମୀ ଟ୍ରେନ ସହିତ ସ୍ଥାନୀୟ MEMU ଏବଂ ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ଟ୍ରେନ ବାତିଲ ପାଇଁ ନିଷ୍ପତି ନିଆଯାଇଛି ସେଗୁଡିକ ହେଲା..

ଭୁବନେଶ୍ୱରରୁ ନୂଆଦିଲ୍ଲୀ କୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମଇ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ।

● 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ମାନଙ୍କରେ ନୂଆଦିଲ୍ଲୀ ଯାତ୍ରା କରିବ | ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ।

ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ ମାସ ୨୨ ତାରିଖ ଠାରୁ ଜୁନ ମାସ ପହିଲା ମଧ୍ୟରେ କେବଳ ବୁଧବାର ମାନଙ୍କରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ନୂଆ ଦିଲ୍ଲୀ ଠାରୁ ଭୁବନେଶ୍ୱରକୁ ବାତିଲ ରହିବ।

● 02825/02826 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆଦ୍ରI ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆ ଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ। ଏହି ଟ୍ରେନ୍ 26 ମଇ ଦିନ ଭୁବନେଶ୍ୱରରୁ ଏବଂ 28 ମଇ 2021 ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।

● 02855/02856 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମଇ ମାସ 22 ଓ 29 ତାରିଖ ଦିନ ଭୁବନେଶ୍ୱରରୁ ଏବଂ ମଇ ମାସ 23 ଓ 30 ତାରିଖ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।

ଏହା ବ୍ୟତୀତ ଅନ୍ୟ ଟ୍ରେନ ଗୁଡିକ ହେଲା …

A. 02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 25 ମଇରେ ଏବଂ ପୁଣେରୁ 27 ମଇ, 2021 ରେ ବାତିଲ୍ ରହିବ।

B. 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ରୁ 31 ମଇ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ 22 ମଇରୁ 1 ଜୁନ୍, 2021 ମଧ୍ୟରେ ବାତିଲ୍ ରହିବ।

C. 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

D. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

E. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ 21 ରୁ 31 ମେ ପର୍ଯ୍ୟନ୍ତ ଏବଂ ବାଙ୍ଗିରିପୋସିରୁ 22 ମଇରୁ 1 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ ରହିବ।

F. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

Related posts