Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦକ୍ଷିଣ-ପଶ୍ଚିମ ମୌସୁମୀ 2021 ସମୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ହେଲା ସମୀକ୍ଷା
ଜାତୀୟ ଖବର

ଦକ୍ଷିଣ-ପଶ୍ଚିମ ମୌସୁମୀ 2021 ସମୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ହେଲା ସମୀକ୍ଷା

May 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ 2021 କାରଣରୁ ଦେଖାଯିବାକୁ ଥିବା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ଲାଗି ମୁଖ୍ୟତଃ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

କେନ୍ଦ୍ର ଗୃହ ସଚିବ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କର ଉଦଘାଟନୀ ଅଭିଭାଷଣରେ ବର୍ଷା ସାରା 24 ଘଣ୍ଟିଆ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କ୍ଷମତା ନିର୍ମାଣ ଏବଂ ତୁରନ୍ତ ପଦକ୍ଷେପ ନିମନ୍ତେ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଦକ୍ଷିଣ-ପଶ୍ଚିମ ମୌସୁମୀ କିମ୍ବା ଅନ୍ୟ କୌଣସି ଆସନ୍ନ ବିପତ୍ତି ସମୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା, ଅକ୍ସିଜେନ ଜେନେରେସନ ପ୍ଲାଣ୍ଟଗୁଡ଼ିକର ସୁରକ୍ଷା ନିମନ୍ତେ ଅତିରିକ୍ତ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ କୋଭିଡ-19 ମହାମାରୀ ସମୟରେ ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେବାକୁ ଥିବା କ୍ଷତିକୁ ସର୍ବନିମ୍ନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଭଲ ଭାବେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର (ଏନଆରଏସସି) ଦ୍ୱାରା ବିକଶିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଡାଟାବେସ (ଏନଡିଇଏମ)ର 4.0 ଭର୍ସନକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହା ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ପୂର୍ବାନୁମାନ ଜାରି କରୁଥିବା ଏଜେନ୍ସିଗୁଡ଼ିକ ଠାରୁ ରିଅଲ ଟାଇମ ଆଲର୍ଟ ତଥା ଚେତାବନୀ ଜାରି କରିବା ଏବଂ ଜିଲ୍ଲାସ୍ତରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପର୍ଯ୍ୟନ୍ତ ସୂଚନା ଏକତ୍ରୀକରଣ ପାଇଁ ବିଶେଷ ସହାୟକ ହେବ।

ଆଇଏମଡି ପକ୍ଷରୁ ପୂର୍ବାନୁମାନ, ସତର୍କତା ଓ ପ୍ରଚାର ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସହ ଜଡ଼ିତ ଉପାୟ ତଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କ୍ଷମତା ବୃଦ୍ଧି ଲାଗି ନିଜର ଭବିଷ୍ୟତ ଯୋଜନା ଉପରେ ଏକ ଉପସ୍ଥାପନା କରାଯାଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ହିମପାତ ଓ ହିମସ୍ଖଳନ ଅଧ୍ୟୟନ ପ୍ରତିଷ୍ଠାନ (ଏସଏଏସଇ), ଏନଆରଏସସି, ଇସ୍ରୋ, ଜିଏସଆଇ ଏବଂ ଅନ୍ୟ ବୈଜ୍ଞାନିକ ସଂଗଠନଗୁଡ଼ିକ ସହିତ ସେନାବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଆଗୁଆ ସତର୍କତା ପ୍ରଣାଳୀ, ବନ୍ୟା ଓ ନଦୀ ଏବଂ ଜଳାଶୟ ପରିଚାଳନା, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ଅନସାଇଟ୍ ଓ ଅଫସାଇଟ୍ ଯୋଜନା ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Home Ministry ପ୍ରାକୃତିକ ବିପର୍ଯ୍ୟୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.