Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ରାମ ଭରସା’ : ଆହ୍ଲାବାଦ ହାଇକୋର୍ଟଙ୍କର ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ ଏହା ପରାମର୍ଶ
ଜାତୀୟ ଖବର

‘ରାମ ଭରସା’ : ଆହ୍ଲାବାଦ ହାଇକୋର୍ଟଙ୍କର ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ ଏହା ପରାମର୍ଶ

May 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆହ୍ଲାବାଦ ହାଇକୋର୍ଟଙ୍କର 'ରାମ ଭରସା' ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ ଏହା ଏକ ପରାମର୍ଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା  ଚିକିତ୍ସାଳୟଗୁଡିକରେ ଯେଉଁ ଚିକିତ୍ସା ଚାଲିଛି ତାହା ‘ରାମ ଭରସା’ ରେ ଚାଲିଛି। ଏକ ରାୟରେ ଏହିପରି କହିଥିଲେ ଆହ୍ଲାବାଦ ହାଇକୋର୍ଟ। ଆଜି ହାଇକୋର୍ଟଙ୍କର ଏପରି ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ରାୟ ଭାବରେ ନୁହେଁ ବରଂ ପରାମର୍ଶ ଭାବରେ ଗ୍ରହଣ କରାଯିବା ଉଚିତ। ଅନ୍ୟପକ୍ଷରେ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେବାଠାରୁ ଦୂରେଇ ରହିବା ଉଚିତ, ଯାହା କାର୍ଯ୍ୟକାରୀ କରିବା କଷ୍ଟକର।

ଏକ ପିଆଇଏଲ ଶୁଣାଣି କରି ହାଇକୋର୍ଟ ଗତ ମଇ 17 ତାରିଖ ଆଦେଶରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନେଇ ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ, 20 ରୁ ଅଧିକ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ନର୍ସିଂହୋମ ଏବଂ ଡାକ୍ତରଖାନାରେ ଅତି କମରେ 40 ପ୍ରତିଶତ ଆଇସିୟୁ ଶଯ୍ୟା ରହିବା ଆବଶ୍ୟକ। ସେହିପରି 30 ରୁ ଅଧିକ ବେଡ ଥିବା ପ୍ରତିଟି ନର୍ସିହୋମ ବା ଡାକ୍ତରଖାନାରେ ଅମ୍ଲଜାନ ପ୍ଲାଣ୍ଟ ମଧ୍ୟ ରହିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ସମସ୍ତ ବି ଏବଂ ସି ଗ୍ରେଡ୍ ସହରକୁ ଅତି କମରେ 20ଟି ଆମ୍ବୁଲାନ୍ସ ଏବଂ ଗାଁକୁ ଦୁଇଟି ଆମ୍ବୁଲାନ୍ସ ଦିଆଯାଉ। ଏସବୁ ଏକ ମାସ ମଧ୍ୟରେ ରାଜ୍ୟ ସରକାର କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ରାୟ ବର୍ତ୍ତମାନ ପରିସ୍ଥିତିରେ କରିବା ସମ୍ଭବ ହେବ ନାହିଁ ବୋଲି ଦର୍ଶାଇ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ଜଷ୍ଟିସ ବିନିତ ସରନ ଏବଂ ଜଷ୍ଟିସ ବି.ଆର ଗାଭାଇଙ୍କ ଛୁଟି ବେଞ୍ଚ ଏହି ଆଦେଶ ଜାରି କରିଛନ୍ତି।

ଲାଇଭ ଲ ଅନୁଯାୟୀ ୟୁପି ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏକ ମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମରେ ଆଇସିୟୁ ସୁବିଧା ସହିତ ଦୁଇଟି ଆମ୍ବୁଲାନ୍ସ ଯୋଗାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର, କାରଣ ଉତ୍ତରପ୍ରଦେଶରେ ପ୍ରାୟ 97,000 ଗାଁ ଅଛି।

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସେ କହିଛନ୍ତି ଯେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଟିକା ଉତ୍ପାଦନର ପଦ୍ଧତି ଗ୍ରହଣ କରି ଅନ୍ୟ କମ୍ପାନୀମାନଙ୍କୁ ଏହାକୁ ଉତ୍ପାଦନ କରିବାକୁ କୁହନ୍ତୁ ଯାହା ଦ୍ବାରା ଟୀକାକରଣ ତ୍ୱରାନ୍ୱିତ ହୋଇପାରିବ।

ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନା ମହାମାରୀ ସଂପର୍କରେ ଆହ୍ଲାବାଦ ସମେତ ବିଭିନ୍ନ ହାଇକୋର୍ଟଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ହେଲେ କୋର୍ଟ ଏପରି ଆଦେଶ ପାସ କରିବା ଉଚିତ୍ ନୁହେଁ ଯାହା କାର୍ଯ୍ୟକାରୀ ହେବାରେ କଷ୍ଟଦାୟକ ହେବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଅନେକ ଥର ଏହା ଘଟେ ଯେ ସାଧାରଣ ଲୋକଙ୍କ ଦୁଃଖକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଏପରି ନିର୍ଦ୍ଦେଶ ଦେଇଥାନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ସମସ୍ୟା ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରଭାବ ସହିତ ଜଡିତ ସେପରି କ୍ଷେତ୍ରରେ ରାୟ ଦେବା ବେଳେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖି ଉତ୍ତରପ୍ରଦେଶ ସରକାର ଏହାକୁ ପରାମର୍ଶ ଭାବରେ ଗ୍ରହଣ କରିବାକୁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଦାବି କରିଛନ୍ତି ଯେ କରୋନା ସମ୍ବନ୍ଧୀୟ ମାମଲା କେବଳ ପ୍ରଧାନ ବିଚାରପତିଙ୍କ ବେଞ୍ଚ ଦ୍ୱାରା ହାଇକୋର୍ଟରେ ଶୁଣାଣି କରାଯାଉ, କିନ୍ତୁ ସୁପ୍ରିମକୋର୍ଟ ଏ ବାବଦରେ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି।

ଉତ୍ତରପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

September 19, 2025

ସେପ୍ଟେମ୍ବର ୧୯ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2025
Latest News

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025

ଓଡିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କୀତ ସମୀକ୍ଷୀ ବୈଠକ

September 19, 2025

ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.