Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ସମୟରେ କିନ୍ନରମାନଙ୍କୁ ସହାୟତାର ହାତ ବଢାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ?
ଜାତୀୟ ଖବର

କରୋନା ସମୟରେ କିନ୍ନରମାନଙ୍କୁ ସହାୟତାର ହାତ ବଢାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ?

May 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କରୋନା ସମୟରେ କିନ୍ନରମାନଙ୍କୁ ସହାୟତାର ହାତ ବଢାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ?

ନୂଆଦିଲ୍ଲୀ, ଦେଶ କରୋନା ସହ ଲଢୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନର ସ୍ଥିତିରେ ସମାଜର ଏହି ସଂଖ୍ୟାନ୍ୟୁନ ଗୋଷ୍ଠୀରେ ଆସୁଥିବା ଲୋକମାନେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଯୋଗାଡ କରିବା କ୍ଷେତ୍ରରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତେଣୁ ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

କିନ୍ନର ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ ଇ-ମେଲ ଏବଂ ଫୋନକଲ୍ କରି ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦୟନୀୟ ଅବସ୍ଥା ଜଣାଇବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନରମାନଙ୍କ କଲ୍ୟାଣ କ୍ଷେତ୍ରରେ ସାମାଜିକ ସହାୟତା ଦେଉଥିବା କେନ୍ଦ୍ର ସରକାରଙ୍କ ମୂଳ ସଂସ୍ଥା ହୋଇଥିବାରୁ ଜୀବନଜୀବିକା ପାଇଁ ସହାୟତା ବାବଦରେ ପ୍ରତ୍ୟେକ କିନ୍ନରଙ୍କୁ ସେମାନଙ୍କର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଆର୍ଥିକ ସହାୟତା ସେମାନଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣରେ ସହାୟକ ହେବ। କିନ୍ନରମାନଙ୍କ ପ୍ରଗତି ପାଇଁ କାମ କରୁଥିବା ବେସରକାରୀ ସଂଗଠନ ଏବଂ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସମ୍ପର୍କୀତ ସୂଚନା କିନ୍ନରମାନଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି ।

ଏହି ଆର୍ଥିକ ସହାୟତା ପାଇବା ପାଇଁ ଆଧାର ସଂଖ୍ୟା, ବ୍ୟାଙ୍କ ଆକାଉଣ୍ଟ ଭଳି କେତେକ ତଥ୍ୟ https://forms.gle/H3BcREPCy3nG6TpH7 ୱେବସାଇଟ୍‌କୁ ଯାଇ ଚଳିତମାସ ୩୧ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ଜଣାଇ ଦିଆଯାଇଛି । ଏଥିପାଇଁ ଆବେଦନ ଫର୍ମ ମଧ୍ୟ ସାମାଜିକ ସୁରକ୍ଷା ରାଷ୍ଟ୍ରୀୟ ପ୍ରତିଷ୍ଠାନର ୱେବସାଇଟ୍‌ରେ ମିଳିପାରିବ । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଏହା ଏକ ସ୍ୱୟଂକ୍ରିୟ ସଂସ୍ଥା । ଏହି ସୂଚନାକୁ ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବେସରକାରୀ ସଂଗଠନ ଏବଂ ଗୋଷ୍ଠୀଭିତ୍ତିକ ସଂଗଠନଗୁଡିକୁ ଏହି ତଥ୍ୟ ସହିତ ଅନୁରୋଧ କରାଯାଇଛି ।

ଗତବର୍ଷ ମନ୍ତ୍ରଣାଳୟ ପକ୍ଷରୁ ଲକ୍‌ଡାଉନ୍ ସମୟରେ କିନ୍ନରମାନଙ୍କୁ ଆର୍ଥିକ ସହାୟତା ଏବଂ ରେଶନ କିଟ୍ ଦିଆଯାଇଥିଲା । ଦେଶରେ ଥିବା ପ୍ରାୟ ୭ହଜାର କିନ୍ନରଙ୍କ ହିତ ଦୃଷ୍ଟିରୁ ମୋଟ ୯୮.୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଉଛି ।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କିନ୍ନର ଓ ତୃତୀୟଲିଙ୍ଗୀ ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନଙ୍କ ମାନସିକ ସ୍ଥିତିକୁ କରୋନାଜନିତ ପରିସ୍ଥିତିରେ ସୁଦୃଢ କରିବା ପାଇଁ ପରାମର୍ଶ ସେବା ଯୋଗାଇବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି । ହେଲପ୍ ଲାଇନ ନମ୍ବର ୮୮୮୨୧୩୩୮୯୭ରୁ ଏହି ପରାମର୍ଶ ନେଇପାରିବ । ଏହି ନମ୍ବର ସୋମବାରଠାରୁ ଶନିବାର ପର‌୍ୟ୍ୟନ୍ତ ଦିନ ୧୧ଟାଠାରୁ ଗୋଟାଏ ପଯ୍ୟନ୍ତ ଏବଂ ଅପରାହ୍ନ ୩ଟାଠାରୁ ୫ଟା ପଯ୍ୟନ୍ତ କାମ କରୁଛି ।

ତୃତୀୟ ଲିଙ୍ଗୀମାନଙ୍କ ମାନସିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବୃତ୍ତିଗତ ମନସ୍ତତ୍ୱବିତ୍ ମାନଙ୍କ ଦ୍ୱାରା ପରାମର୍ଶ ଦିଆଯାଉଛି । ଆହୁରି ମଧ୍ୟ କୋଭିଡ-୧୯ ଟିକାଦାନ କେନ୍ଦ୍ରମାନଙ୍କରେ କୌଣସି ବାଛବିଚାର ନ ରଖି କିନ୍ନରମାନଙ୍କୁ ଟିକାଦେବା ସୁଯୋଗ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ମନ୍ତ୍ରଣାଳୟ ଚିଠି ମାଧ୍ୟମରେ ଅନୁରୋଧ କରିଛି ।

ସେମାନଙ୍କ ମାତୃଭାଷାରେ କିନ୍ନରମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପାଇଁ ଜନଚେତନା ସୃଷ୍ଟି କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ହରିୟାନା ଏବଂ ଆସାମରେ ଏହି ଗୋଷ୍ଠୀ ଲୋକଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନରେ ଏବଂ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାରୁ ଏହିଭଳି ସ୍ୱତନ୍ତ୍ର ପଦକ୍ଷେପ ମାଧ୍ୟମରେ କିନ୍ନରମାନଙ୍କୁ ଟିକା ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଓଡିଶା କିନ୍ନର କିନ୍ନର
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.