Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ଲାକ ଫଙ୍ଗସ ରୋଗ ହେଲେ ଆପଣ କେମିତି ଜାଣିବେ, କଣ କହୁଛନ୍ତି ଏମସ୍ ନୂଆଦିଲ୍ଲୀ ନିର୍ଦ୍ଦେଶକ
ଜାତୀୟ ଖବର

ବ୍ଲାକ ଫଙ୍ଗସ ରୋଗ ହେଲେ ଆପଣ କେମିତି ଜାଣିବେ, କଣ କହୁଛନ୍ତି ଏମସ୍ ନୂଆଦିଲ୍ଲୀ ନିର୍ଦ୍ଦେଶକ

May 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମ୍ୟୁକୋରମାଇକୋସିସ୍ ବା ବ୍ଲାକ ଫଙ୍ଗସ ରୋଗ ଉପରେ ବଡ କଥା କହିଲେ ଏମସ୍ ନୂଆଦିଲ୍ଲୀ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ (ଫିମ୍ପି) ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ମ୍ୟୁକୋରମାଇକୋସିସକୁ ବ୍ଲାକ୍ ଫଙ୍ଗସ୍ କହିବା ଉଚିତ ନୁହେଁ

ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍ । କାରଣ ଏଭଳି ନାମରେ ନାମିତ କରାଗଲେ ଲୋକମାନଙ୍କ ମନରେ ଏହା ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଛି । “ଚିକି୍ତ୍ସା ଶାସ୍ତ୍ରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଫାମିଲିର ରୋଗ । ଯେହେତୁ ମ୍ୟୁକୋରମାଇକୋସିସ୍ କଲଚର୍ ବେଳେ ହ୍ୱାଇଟ୍ ଫଙ୍ଗାଲ୍ କଲୋନୀରେ କଳା କଳା ଚିହ୍ନସବୁ ଦୃଶ୍ୟ ହେଉଛି ଏଥି ସହିତ ବ୍ଲାକ୍ ଫଙ୍ଗସ୍ ନାମକୁ ଯୋଡ଼ି ଦିଆଯାଇଛି ।

ସାଧାରଣତଃ, ଅନେକ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ଯଥା, କ୍ୟାନଡ଼ିଡ଼ା, ଆସ୍ପେରଜିଲୋସିସ୍, କ୍ରପ୍ଟୋକୋକସ୍, ହିଷ୍ଟୋପ୍ଲାସ୍ମୋସିସ୍ ଏବଂ କୋସିଡ଼ିଓ ଆଇଡ଼ୋମାଇକୋସିସ୍ ରହିଛି। ମ୍ୟୁକୋର ମାଇକୋସିସ୍, କ୍ୟାନଡିଡା ଏବଂ ଆସ୍ପେରଜିଲୋସିସ୍ ଭଳି ଫଙ୍ଗାଲ୍ ସଂକ୍ରମଣ କମ୍ ରୋଗପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଠାରେ ଦେଖାଯାଇଥାଏ।

ସଂକ୍ରମଣର ସ୍ୱଭାବ, ଲକ୍ଷଣ ଓ ଚିକିତ୍ସା

ଏଭଳି ସଂକ୍ରମଣର ମାତ୍ରା ବୃଦ୍ଧି ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଲେ, ‘କ୍ୟାନଡିଡା ଫଙ୍ଗାଲ୍ ସଂକ୍ରମଣରେ ମୁହଁରେ, ପାଟି ଭିତର କ୍ୟାଭିଟିରେ ଓ ଜିଭରେ ଧଳା ଧଳା ପ୍ୟାଚ୍ ଦେଖାଯାଇଥାଏ । ଏହା ମଧ୍ୟ ଗୁପ୍ତାଙ୍ଗକୁ ସଂକ୍ରମିତ କରିପାରେ ଏବଂ ରକ୍ତକୁ ସୁଦ୍ଧା ଏହା ସଂକ୍ରମିତ କରିଥାଏ ।

ସେପରି ସ୍ଥଳେ ଏହା ଗୁରୁତର ଆକାର ଧାରଣ କରିଥାଏ। ଆସ୍ପେରଜିଲୋସିସ୍ ଯାହାକି ଏତେ ସାଧାରଣ ଭାବେ ପରିଲକ୍ଷିତ ହୁଏନାହିଁ, ତାହା ଫୁସଫୁସକୁ ସଂକ୍ରମିତ କରିଥାଏ ଏବଂ ତାହା ଫୁସଫୁସରେ କ୍ୟାଭିଟ (କଣା) ସୃଷ୍ଟି କରିଥାଏ । କୋଭିଡ଼ ୧୯ କ୍ଷେତ୍ରରେ ଯାହା ପରିଲକ୍ଷିତ ହେଉଛି ତାହା ଅଧିକତର ମ୍ୟୁକୋରମାଇକୋସିସ୍ କ୍ୱଚିତ୍ କ୍ଷେତ୍ରରେ ଆସ୍ପେରଜିଲୋସିସ୍ ଦେଖାଯାଉଛି ଏବଂ କିଛି ଲୋକଙ୍କ ଠାରେ କ୍ୟାନଡିଡା ପରିଲକ୍ଷିତ ହେଉଛି ।”

ହାଇ ରିସ୍କ ରୋଗୀ ଯେଉଁମାନେ କି ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ସେମାନଙ୍କ ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଛନ୍ତି ଯେ, ‘ମ୍ୟୁକୋରମାଇକୋସିସ୍ରେ ପୀଡ଼ିତ ୯୦% – ୯୫% ରୋଗୀ ମଧୁମେହ ରୋଗୀ କିମ୍ବା ସେମାନେ ଷ୍ଟେରଏଡ଼ ନେଉଛନ୍ତି। ଯେଉଁ ଲୋକମାନେ ମଧୁମେହରେ ପୀଡ଼ିତ ନୁହନ୍ତି କିମ୍ବା ଷ୍ଟେରଏଡ଼୍ ନେଉନାହାନ୍ତି ସେମାନଙ୍କ ଠାରେ କ୍ୱଚିତ୍ ଏହା ଦେଖାଯାଇଥାଏ ।”

ଡାକ୍ତର ଗୁଲେରିଆ ଆହୁରି କହିଛନ୍ତି ଯେ ଯେଉଁ ରୋଗୀମାନେ ହାଇ ରିସ୍କ ବର୍ଗରେ ଅଛନ୍ତି, ଅର୍ଥାତ୍ ଯେଉଁମାନଙ୍କ ଠାରେ ମଧୁମେହ ମାତ୍ରା ଅନିୟନ୍ତ୍ରିତ ଏବଂ ଯେଉଁମାନେ ଷ୍ଟେରଏଡ଼ ନେଉଛନ୍ତି ଓ କୋଭିଡ଼ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରେ ଯଦି ନିମ୍ନଲିଖିତ ଲକ୍ଷଣ ଦେଖାଯାଉଥାଏ ତେବେ ସେମାନେ ତାହା ଡାକ୍ତରମାନଙ୍କ ନଜରକୁ ତୁରନ୍ତ ଆଣିବା ଉଚିତ ।

“ମ୍ୟୁକୋରମାଇକୋସିସ୍ ପାଇଁ କେତେକ ଚେତାବନୀ ସଂକେତ ହେଲା ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା, ନାକରେ ମଇଳା ଜମିବା କିମ୍ବା ସେଥିରୁ ରକ୍ତ ପଡ଼ିବା, ଆଖି ପତା ତଳ ଫୁଲିବା, ମୁହଁର ସମ୍ବେଦନଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଲେ ଏବଂ ସେମାନେ ହାଇ ରିସ୍କଯୁକ୍ତ ରୋଗୀ ହୋଇଥିଲେ କିମ୍ବା ସେମାନେ ଯଦି ଷ୍ଟେରଏଡ଼ ନେଉଥାନ୍ତି, ତେବେ ସେମାନେ ତାହା ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ ଯଦ୍ୱାରା ଯଥାଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇପାରିବ ।”

aiims ଡାକ୍ତର ରଣଦୀପ ଗୁଲେରିଆ ମ୍ୟୁକୋରମାଇକୋସିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.