Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ଷୟକ୍ଷତି ସହାୟତାର ଆବଶ୍ୟକ ନାହିଁ ବୋଲି କହିଲେ ରାଜ୍ୟ ସରକାର, ବାତ୍ୟା ସ୍ଥାୟୀ ସମାଧାନ ପାଇଁ ଦାବୀ
ଜାତୀୟ ଖବର

କ୍ଷୟକ୍ଷତି ସହାୟତାର ଆବଶ୍ୟକ ନାହିଁ ବୋଲି କହିଲେ ରାଜ୍ୟ ସରକାର, ବାତ୍ୟା ସ୍ଥାୟୀ ସମାଧାନ ପାଇଁ ଦାବୀ

May 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବାତ୍ୟା ୟଶ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଥିରେ ରାଜ୍ୟ ସରକାର ମୁକାବିଲା କରିବାରେ ସକ୍ଷମ। ବର୍ତ୍ତମାନ ପାଇଁ କେନ୍ଦ୍ରର କୌଣସି ସହାୟତା ଆବଶ୍ୟକ ନାହି ବୋଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏ କଥା କହିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ବିମାନ ବନ୍ଦରରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୁତ ତଥ୍ୟ ଉପସ୍ଥାପିତ କରାଯାଇଥିଲା।

ସମୀକ୍ଷା ବୈଠକ ସରିବ ପରେ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବର୍ତ୍ତମାନ ଯାହା କ୍ଷୟକ୍ଷତି ହୋଇଛି, ସେଥିରେ ରାଜ୍ୟ ପରିଚାଳନା କରିବାରେ ସକ୍ଷମ। ହେଲେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ଦାବୀ କରାଯାଇଥିଲା। ପ୍ରଥମରେ ହେଲା ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ତଥା ବିଦ୍ୟୁତ ଯୋଗାଣରେ ସୁଧାର। ଦ୍ବିତୀୟରେ ହେଲା ସମୁଦ୍ର କୂଳ ଲଙ୍ଘିବାକୁ ରୋକିବା।

ସବୁ ବର୍ଷ ବାତ୍ୟା ବେଳେ ରାଜ୍ୟର ବିଦ୍ୟୁତ ବିଭାଗର ବଡ କ୍ଷତି ହୋଇଆସୁଛି। ଏଥିସହିତ ବିଦ୍ୟୁତ ଯୋଗାଣ ବନ୍ଦ ଯୋଗୁଁ ସାଧାରଣ ଜନଜୀବନରେ ମଧ୍ୟ ପ୍ରଭାବ ପକାଉଛି। ଏପରିକି ରାଜ୍ୟର ଶିଳ୍ପ ତଥା ବ୍ୟବସାୟ ବାଣିଜ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ରହୁଛି। ସେଥିପାଇଁ ଅତ୍ୟାଧୁନିକ ଯୋଜନା କିମ୍ବା ଭୂତଳ କେବଲିଂ ବ୍ୟବସ୍ଥା ପାଇଁ କେନ୍ଦ୍ର ସହଯୋଗ କରୁ ବୋଲି ବୈଠକରେ ରାଜ୍ୟ ଦାବୀ କରିଥିଲା।

ସେହିପରି ବାତ୍ୟା ସମୟରେ ସମୁଦ୍ର କୂଳ ଲଙ୍ଘି ସ୍ଥଳଭାଗ ଆଡକୁ ମାଡି ଆସୁଛି। ଫଳରେ ତଳିଆ ଗାଁଗୁଡିକରେ ଦୀର୍ଘଦିନ ଧରି ପାଣି ଘେରି ରହୁଛନ୍ତି। ସେହିପରି ଚାଷ ଜମିରେ ଲୁଣା ପାଣି ମାଡିଯିବାରୁ ତାହା ମଧ୍ୟ କୃଷିକୁ ପ୍ରଭାବିତ କରୁଛି। ସେଥିପାଇଁ କେନ୍ଦ୍ର ସରକାର ସମୁଦ୍ର କୂଳ ଲଙ୍ଘିବାକୁ କିପରି ହାଇଟେକ ମାଧ୍ୟମରେ ରୋକା ଯାଇପାରିବ ସେ ନେଇ ସହଯୋଗ କରନ୍ତୁ ବୋଲି ରାଜ୍ୟ ତରଫରୁ ଦାବୀ ରଖାଯାଇଥିଲା।

ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.