Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକର ଶେଷକୁ ଦିଦି ଆସିଲେ କାଗଜ ଦେଇ ପଳାଇଲେ
ଜାତୀୟ ଖବର

ପଶ୍ଚିମବଂଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକର ଶେଷକୁ ଦିଦି ଆସିଲେ କାଗଜ ଦେଇ ପଳାଇଲେ

May 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଂଗର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକର ଶେଷକୁ ଦିଦି ଆସିଲେ କାଗଜ ଦେଇ ପଳାଇଲେ

ନୂଆଦିଲ୍ଲୀ, ନିର୍ବାଚନ ସରିଯାଇଥିଲେ ମଧ୍ୟ ପଶ୍ଚିମବଂଗ ରାଜନୀତି ଏ ପର୍ଯ୍ୟନ୍ତ ସରଗରମ ହୋଇ ରହିଛି। ସେଥିରୁ ବାତ୍ୟା ମଧ୍ୟ ବାଦ ପଡିନାହିଁ। ଉଭୟ ବିଜେପି ଏବଂ ଟିଏମସି ଛକାପଞ୍ଚାରେ ଚାଲିଛନ୍ତି। ଆଜି ଏହିପରି ଏକ ପରିସ୍ଥିତି ପଶ୍ଚିମ ବଂଗରେ ଦେଖିବାକୁ ମିଲିଥିଲା।

ବାତ୍ୟା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ପରେ ପଶ୍ଚିମବଂଗ ଯାଇଥିଲେ। ସେଠାରେ ମଧ୍ୟ ଓଡିଶା ପରି ଏକ ସମୀକ୍ଷା ବୈଠକ କରିବାକୁ  ନିଷ୍ପତି ହୋଇଥିଲା। ସେଥିପାଇଁ ରାଜ୍ୟର ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ସେହି ବୈଠକକୁ ବିରୋଧୀ ଦଳ ନେତା ତଥା ମମତାଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଡକାଯାଇଥିଲା।

ଶୁଭେନ୍ଦୁ ଅଧିକାରୀ ଏହି ବୈଠକରେ କୈଣସି ଆବଶ୍ୟକତା ନ ଥିବା ବେଳେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଯୋଗ ଦେବା ପାଇଁ ଡାକିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରା ଖପ୍ପା। ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ସେ ଯିବେ ନାହିଁ ବୋଲି ମମତା ଘୋଷଣା କଲେ।

ହେଲେ ଏହାକୁ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ପ୍ରଧାନମନ୍ତ୍ରୀ ପଶ୍ଚିମବଂଗରେ ପହଁଚି ସମୀକ୍ଷା ବୈଠକ କଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଏବଂ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଯୋଗ ଦେଲେ। ହେଲେ ମମତା ଆସିଲେ ନାହିଁ କି କୌଣସି ଅଧିକାରୀ ମଧ୍ୟ ଆସିଲେ ନାହିଁ।

ପ୍ରାୟ 30 ମିନଟ ପରେ ମମତା ଖଣ୍ଡେ କାଗଜ ନେଇ ବୈଠକକୁ ପ୍ରବେଶ କରିଥିଲେ। ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ କାଗଜ ଖଣ୍ଡିକ ବଢାଇ ଦେଇ ସମସ୍ତେ ବସିଥିବା ବେଳେ ବୈଠକରୁ ଚାଲିଯାଇଥିଲେ। ତାଙ୍କର ଅନ୍ୟ ବୈଠକ ଅଛି କହି ସେ ଚାଲିଯାଇଥିଲେ।

ନିର୍ବାଚନ ସରିଯାଇଥିଲେ ମଧ୍ୟ ଉଭୟ ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଓଡିଶାରେ ସମୀକ୍ଷା ବୈଠକ ବେଳେ କୌଣସି ବିଧାୟକ ବା ବିରୋଧୀଦଳର ନେତା ବା ସଦସ୍ୟଙ୍କୁ ଡକାଯାଇ ନ ଥିଲା। ହେଲେ ପଶ୍ଚିମବଂଗରେ ମମତାଙ୍କୁ ଅପମାନିତ କରିବା ପାଇଁ ଜାଣିଶୁଣି ଶୁଭେନ୍ଦୁଙ୍କୁ ବୈଠକରେ ଯୋଗଦେବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି।

( ଫଟୋରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ରାଜ୍ୟପାଳ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ କେହି ନାହାଁନ୍ତି।)

ମମତା ବାନାର୍ଜୀ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.