Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶୁଦ୍ଧ ଅମ୍ଲଜାନ ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ, ରୋଗ ପ୍ରତିରୋଧ ଶକ୍ତି ହେବ ବୃଦ୍ଧି
ବିଶେଷ ଖବର

ଶୁଦ୍ଧ ଅମ୍ଲଜାନ ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ, ରୋଗ ପ୍ରତିରୋଧ ଶକ୍ତି ହେବ ବୃଦ୍ଧି

June 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୁଦ୍ଧ ଅମ୍ଲଜାନ ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ, ରୋଗ ପ୍ରତିରୋଧ ଶକ୍ତି ହେବ ବୃଦ୍ଧି

ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ଅମ୍ଳଜାନ ସଙ୍କଟ ପରିଲକ୍ଷିତ ହେଉଛି। କୋଭିଡ ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ଏକ ଆବଶ୍ୟକ ପଥି ହୋଇଯାଇଛି। କାରଣ କରୋନା ଭୂତାଣୁ ମଣିଶ ଶରୀର ଭିତରେ ପ୍ରବେଶ କରି ସେ ଅମ୍ଲଜାନ ସ୍ତରକୁ ହ୍ରାସ କରିଦିଏ। ସାଧାରଣତଃ  ମଣିଷ ଶରୀରରେ ଆମ୍ଳଜାନ ସ୍ତର 75 ରୁ ଉର୍ଦ୍ଧ ମିଲିମିଟର ଭିତରେ ରହିଥାଏ। ହେଲେ 70 ତଳକୁ ଖସିଲେ ସତର୍କ ହୋଇ ଡାକ୍ତରଙ୍କ ପରାମର୍ଶର ଆବଶ୍ୟତା ହୋଇଥାଏ।

ସାଧାରଣତଃ ମଣିଷମାନଙ୍କର ଦୈନିକ 12 ହଜାର ଲିଟର ଅମ୍ଲଜାନର ଆବଶ୍ୟକତା ପଡିଥାଏ। ପ୍ରତି ମିନିଟରେ 7 ରୁ  8 ହଜାର ଲିଟର ଅମ୍ଳଜାନର ଆବଶ୍ୟକ ପଡେ। କାରଣ ଏହି ଅମ୍ଲଜାନ ଦେହରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମ ପାଇଁ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି।

ତେବେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଭିତରେ ଶୁଦ୍ଧ ଅମ୍ଲଜାନ ସବୁ ସ୍ଥାନରେ ମିଳିପାରେ ନାହିଁ। ବିଶେଷ କରି ଦିଲ୍ଲୀ ପରି ସହରରେ ଶୁଦ୍ଧ ଅମ୍ଳଜାନ ବିରଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ଶୁଦ୍ଧ ଅମ୍ଲଜାନ ହାସଲ କରିବା ପାଇଁ ଘରେ ଏହି ସରଳ ଉପାୟ କରିପାରନ୍ତି ଯାହା ପୂର୍ବରୁ ପ୍ରମାଣିତ ହୋଇ ଆସିଛି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ତୁଳସୀ ଏବଂ ବର ଗଛ ଶୁଦ୍ଧ ଅମ୍ଲଜାନ ପ୍ରଦାନ କରାଥାନ୍ତି। ସବୁ ଗଛ ଅମ୍ଳଜାନ ପ୍ରଦାନ କରୁଥିଲେ ମଧ୍ୟ ଏହି ଦୁଇଟି ଗଛ ବେଶ ଉପାଦେୟ। ସେଥିପାଇଁ ପୂର୍ବ ପୁରୁଷରୁ ଲୋକମାନେ ହାଲିଆ ହୋଇପଡିଲେ ବରଗଛ ମୂଳେ ବସିବାର ନିୟମ ରହିଛି। ସମସ୍ତେ ଭାବନ୍ତି ଯେ ଝଙ୍କାଳିଆ ବରଗଛ ଛାଇ ପ୍ରଦାନ କରୁଥିବାରୁ ଅତିଥିମାନେ ସେଠାରେ ଆଶ୍ରୟ ନିଅନ୍ତି। ତାହା ତ ସତକଥା ହେଲେ ସବୁଠାରୁ ବଡ କଥା ହେଲା ଯେ ସେଠାରେ ଶୁଦ୍ଧ ଅମ୍ଳଜାନ ମିଳିଥାଏ। ଫଳରେ ବାହାରୁ ହାଲିଆ ହୋଇ ଆସିଲେ ମଧ୍ୟ ବରଗଛ ମୂଳ ଶିଘ୍ର ଆରାମ ମିଳିଥାଏ।

ସେହିପରି ଶୁଦ୍ଧ ଅମ୍ଲଜାନ ମିଳିବାର ଅନ୍ୟ ଗଛଟି ହେଉଛି ତୁଳସୀ। ଏହି ଗଛ ଧାର୍ମିକ ଦୃଷ୍ଟିରୁ ଯେପରି ମହତପୂର୍ଣ୍ଣ, ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବ ରହିଛି। ପୂର୍ବରୁ ମୁନିଋଷିମାନେ ସେମାନଙ୍କର ଆଶ୍ରମରେ ପର୍ଯ୍ୟାପ୍ତ ପରିମାଣର ତୁଳସୀ ଗଛ ରୋପଣ କରୁଥିଲେ। ଏହାର କାରଣ ପୂଜା ପାଇଁ ତୁଳସୀର ଆବଶ୍ୟକତା ସହିତ ଶୁଦ୍ଧ ଅମ୍ଳଜାନ ମଧ୍ୟ ପ୍ରାପ୍ତ ହେଉଥିଲା।

ଯଦି ଆପଣଙ୍କ ବାରିରେ କିମ୍ବା ଛାତରେ ତୁଳସୀ ଗଛ ଅଛି ତେବେ ତା ମୂଳରେ ଆପଣ ଅତିକମରେ 15 ମିନଟ ପର୍ଯନ୍ତ ବସନ୍ତୁ। ଯଦି ସମ୍ଭବ ତେବେ ଆପଣ ତୁଳସୀ ଗଛ ପାଖରେ ଧ୍ୟାନ ମଧ୍ୟ କରିପାରିବେ। ଏପରିକି ଅନୁଲୋମ ଏବଂ ବିଲୋମ ପ୍ରାଣାୟମ କରିବା ବେଶ ଭଲ।

ଯଦି ତୁଳସୀ ଗଛଟି ଉଚ୍ଚା ସ୍ଥାନରେ ଅଛି ତେବେ ଆପଣ ଛିଡା ହୋଇ ଗଛ ସମାସ୍କନ୍ଧରେ 15 ମିନଟ ପର୍ଯ୍ୟନ୍ତ ଅମ୍ଳଜାନ ଗ୍ରହଣ କରିପାରିବେ। ଏହାଦ୍ବାରା ଶରୀର ଭିତରକୁ ଶୁଦ୍ଧ ଅମ୍ଲଜାନ ଯିବା ସହିତ ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

ତୁଳସୀ ଗଛ ବର ଗଛ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ 

August 19, 2026

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Latest News

ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼ ନିଷ୍ପତ୍ତି: ବାତିଲ ହେଲା ୪୪ ନିଯୁକ୍ତି ପରୀକ୍ଷା, JSSC-CGL ମଧ୍ୟ ରଦ୍ଦ

August 19, 2026

ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ 

August 19, 2026

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.