ଶୁଦ୍ଧ ଅମ୍ଲଜାନ ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ, ରୋଗ ପ୍ରତିରୋଧ ଶକ୍ତି ହେବ ବୃଦ୍ଧି

Published: Jun 2, 2021, 5:10 pm IST

ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ଅମ୍ଳଜାନ ସଙ୍କଟ ପରିଲକ୍ଷିତ ହେଉଛି। କୋଭିଡ ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ଏକ ଆବଶ୍ୟକ ପଥି ହୋଇଯାଇଛି। କାରଣ କରୋନା ଭୂତାଣୁ ମଣିଶ ଶରୀର ଭିତରେ ପ୍ରବେଶ କରି ସେ ଅମ୍ଲଜାନ ସ୍ତରକୁ ହ୍ରାସ କରିଦିଏ। ସାଧାରଣତଃ  ମଣିଷ ଶରୀରରେ ଆମ୍ଳଜାନ ସ୍ତର 75 ରୁ ଉର୍ଦ୍ଧ ମିଲିମିଟର ଭିତରେ ରହିଥାଏ। ହେଲେ 70 ତଳକୁ ଖସିଲେ ସତର୍କ ହୋଇ ଡାକ୍ତରଙ୍କ ପରାମର୍ଶର ଆବଶ୍ୟତା ହୋଇଥାଏ।

ସାଧାରଣତଃ ମଣିଷମାନଙ୍କର ଦୈନିକ 12 ହଜାର ଲିଟର ଅମ୍ଲଜାନର ଆବଶ୍ୟକତା ପଡିଥାଏ। ପ୍ରତି ମିନିଟରେ 7 ରୁ  8 ହଜାର ଲିଟର ଅମ୍ଳଜାନର ଆବଶ୍ୟକ ପଡେ। କାରଣ ଏହି ଅମ୍ଲଜାନ ଦେହରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମ ପାଇଁ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି।

ତେବେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଭିତରେ ଶୁଦ୍ଧ ଅମ୍ଲଜାନ ସବୁ ସ୍ଥାନରେ ମିଳିପାରେ ନାହିଁ। ବିଶେଷ କରି ଦିଲ୍ଲୀ ପରି ସହରରେ ଶୁଦ୍ଧ ଅମ୍ଳଜାନ ବିରଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ଶୁଦ୍ଧ ଅମ୍ଲଜାନ ହାସଲ କରିବା ପାଇଁ ଘରେ ଏହି ସରଳ ଉପାୟ କରିପାରନ୍ତି ଯାହା ପୂର୍ବରୁ ପ୍ରମାଣିତ ହୋଇ ଆସିଛି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ତୁଳସୀ ଏବଂ ବର ଗଛ ଶୁଦ୍ଧ ଅମ୍ଲଜାନ ପ୍ରଦାନ କରାଥାନ୍ତି। ସବୁ ଗଛ ଅମ୍ଳଜାନ ପ୍ରଦାନ କରୁଥିଲେ ମଧ୍ୟ ଏହି ଦୁଇଟି ଗଛ ବେଶ ଉପାଦେୟ। ସେଥିପାଇଁ ପୂର୍ବ ପୁରୁଷରୁ ଲୋକମାନେ ହାଲିଆ ହୋଇପଡିଲେ ବରଗଛ ମୂଳେ ବସିବାର ନିୟମ ରହିଛି। ସମସ୍ତେ ଭାବନ୍ତି ଯେ ଝଙ୍କାଳିଆ ବରଗଛ ଛାଇ ପ୍ରଦାନ କରୁଥିବାରୁ ଅତିଥିମାନେ ସେଠାରେ ଆଶ୍ରୟ ନିଅନ୍ତି। ତାହା ତ ସତକଥା ହେଲେ ସବୁଠାରୁ ବଡ କଥା ହେଲା ଯେ ସେଠାରେ ଶୁଦ୍ଧ ଅମ୍ଳଜାନ ମିଳିଥାଏ। ଫଳରେ ବାହାରୁ ହାଲିଆ ହୋଇ ଆସିଲେ ମଧ୍ୟ ବରଗଛ ମୂଳ ଶିଘ୍ର ଆରାମ ମିଳିଥାଏ।

ସେହିପରି ଶୁଦ୍ଧ ଅମ୍ଲଜାନ ମିଳିବାର ଅନ୍ୟ ଗଛଟି ହେଉଛି ତୁଳସୀ। ଏହି ଗଛ ଧାର୍ମିକ ଦୃଷ୍ଟିରୁ ଯେପରି ମହତପୂର୍ଣ୍ଣ, ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବ ରହିଛି। ପୂର୍ବରୁ ମୁନିଋଷିମାନେ ସେମାନଙ୍କର ଆଶ୍ରମରେ ପର୍ଯ୍ୟାପ୍ତ ପରିମାଣର ତୁଳସୀ ଗଛ ରୋପଣ କରୁଥିଲେ। ଏହାର କାରଣ ପୂଜା ପାଇଁ ତୁଳସୀର ଆବଶ୍ୟକତା ସହିତ ଶୁଦ୍ଧ ଅମ୍ଳଜାନ ମଧ୍ୟ ପ୍ରାପ୍ତ ହେଉଥିଲା।

ଯଦି ଆପଣଙ୍କ ବାରିରେ କିମ୍ବା ଛାତରେ ତୁଳସୀ ଗଛ ଅଛି ତେବେ ତା ମୂଳରେ ଆପଣ ଅତିକମରେ 15 ମିନଟ ପର୍ଯନ୍ତ ବସନ୍ତୁ। ଯଦି ସମ୍ଭବ ତେବେ ଆପଣ ତୁଳସୀ ଗଛ ପାଖରେ ଧ୍ୟାନ ମଧ୍ୟ କରିପାରିବେ। ଏପରିକି ଅନୁଲୋମ ଏବଂ ବିଲୋମ ପ୍ରାଣାୟମ କରିବା ବେଶ ଭଲ।

ଯଦି ତୁଳସୀ ଗଛଟି ଉଚ୍ଚା ସ୍ଥାନରେ ଅଛି ତେବେ ଆପଣ ଛିଡା ହୋଇ ଗଛ ସମାସ୍କନ୍ଧରେ 15 ମିନଟ ପର୍ଯ୍ୟନ୍ତ ଅମ୍ଳଜାନ ଗ୍ରହଣ କରିପାରିବେ। ଏହାଦ୍ବାରା ଶରୀର ଭିତରକୁ ଶୁଦ୍ଧ ଅମ୍ଲଜାନ ଯିବା ସହିତ ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

Related posts