Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ସହର ବିକାଶରେ ସହଯୋଗ କରିବ ଜାପାନ, ମିଳିବ ଶସ୍ତା ଘର; କ୍ୟାବିନେଟ ଦେଲା ମଞ୍ଜୁରି
ଜାତୀୟ ଖବର

ଏଣିକି ସହର ବିକାଶରେ ସହଯୋଗ କରିବ ଜାପାନ, ମିଳିବ ଶସ୍ତା ଘର; କ୍ୟାବିନେଟ ଦେଲା ମଞ୍ଜୁରି

June 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ସହର ବିକାଶରେ ସହଯୋଗ କରିବ ଜାପାନ, ମିଳିବ ଶସ୍ତା ଘର; କ୍ୟାବିନେଟ ଦେଲା ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ବୁଝାମଣାରେ ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହରୀ ବିକାଶ କ୍ଷେତ୍ରରେ ୨୦୦୭ ଠାରୁ କାର୍ଯ୍ୟକାରୀ ହେଉଥିବା ଏମଓୟୁ ସ୍ଥାନରେ କାର‌୍ୟ୍ୟକାରୀ ହେବ।

କାର୍ଯ୍ୟକାରିତା ରଣନୀତି

ଏହି ଏମଓସିର ପରିଧିରେ ସହଯୋଗ ସଂକ୍ରାନ୍ତ କାଯ୍ୟକ୍ରମକୁ କାଯ୍ୟକାରୀ କରିବା ଏବଂ ରଣନୀତି ପ୍ରସ୍ତୁତ କରିବା ଲାଗି ଏକ ଯୁଗ୍ମ କାର୍ଯ୍ୟ ଦଳ ଗଠନ କରାଯିବ। ଏହି ଯୁଗ୍ମ କାର୍ଯ୍ୟ ଦଳର ବୈଠକ ବର୍ଷକୁ ଗୋଟିଏ ଥର ଆୟୋଜନ କରାଯିବ ଏବଂ ଥର ଥର କରି ଜାପାନ ଓ ଭାରତରେ ଆୟୋଜିତ ହେବ।

ସ୍ବାକ୍ଷରିତ ହେବା ଦିନ ଠାରୁ ଏହି ଏମଓସି କାର‌୍ୟ୍ୟକାରୀ ହେବ ଏବଂ ଏହାର ଅବଧି ପରବର୍ତ୍ତୀ ୫ ବର୍ଷ ପର‌୍ୟ୍ୟନ୍ତ ରହିବ। ଏହାପରେ ପାଞ୍ଚ ବର୍ଷର ଅବଧି ପୂରଣ ହେବା ପରେ ଏହାର ନବୀକରଣ ଆହୁରି ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ଆପେ ଆପେ ହୋଇଯିବ।

ପ୍ରମୁଖ ପ୍ରଭାବ

ଏହି ଏମଓସି ଫଳରେ ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ମଜବୁତ, ଗଭୀର ଓ ଦୀର୍ଘକାଳୀନ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ଲାଭ

ଆଶା କରାଯାଉଛି ଯେ ଏମଓସି ଫଳରେ ସହରୀକରଣ ଯୋଜନା, ସ୍ମାର୍ଟ ସିଟି ବିକାଶ, ଶସ୍ତା ଆବାସ (ଭଡ଼ା ଘର ସମେତ), ସହରାଞ୍ଚଳ ବନ୍ୟା ପରିଚାଳନା, ସ୍ବେରେଜ ଏବଂ ବର୍ଜ୍ୟ ଜଳ ପରିଚାଳନା, ସହରୀ ଗମନାଗମନ (ଅତ୍ୟାଧୁନିକ ଦକ୍ଷ ପରିବହନ ପରିଚାଳନା ବ୍ୟବସ୍ଥା, ଟ୍ରାନଜିଟ ଆଧାରିତ ବିକାଶ ଓ ବହୁଉପଯୋଗୀ ଏକୀକରଣ) ଏବଂ ବିପର‌୍ୟ୍ୟୟ ପ୍ରଶମନକ୍ଷମ ବିକାଶ) ସମେତ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ବିବରଣୀ

ଏମଓସିର ଉଦ୍ଦେଶ୍ୟ ହେଉଛି ଭାରତ ଓ ଜାପାନ ମଧ୍ୟରେ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା। ଏଥିରେ ସହରୀକରଣ ଯୋଜନା, ସ୍ମାର୍ଟ ସିଟି ବିକାଶ, ଶସ୍ତା ଆବାସ (ଭଡ଼ା ଘର ସମେତ), ସହରାଞ୍ଚଳ ବନ୍ୟା ପରିଚାଳନା, ସ୍ବେରେଜ ଏବଂ ବର୍ଜ୍ୟ ଜଳ ପରିଚାଳନା, ସହରୀ ଗମନାଗମନ (ଅତ୍ୟାଧୁନିକ ଦକ୍ଷ ପରିବହନ ପରିଚାଳନା ବ୍ୟବସ୍ଥା, ଟ୍ରାନଜିଟ ଆଧାରିତ ବିକାଶ ଓ ବହୁଉପଯୋଗୀ ଏକୀକରଣ) ଏବଂ ବିପର‌୍ୟ୍ୟୟ ପ୍ରଶମନକ୍ଷମ ବିକାଶ) ସମେତ ଦୀର୍ଘସ୍ଥାୟୀ ସହରୀ ବିକାଶ ସାମିଲ ରହିଛି। ଏହାବ୍ୟତୀତ ଦୁଇ ପକ୍ଷଙ୍କ ଦ୍ବାରା ଆପୋସ ଭାବେ ନିର୍ଦ୍ଧାରିତ କରାଯାଇଥିବା କ୍ଷେତ୍ର ମଧ୍ୟ ସାମିଲ ରହିବ। ପ୍ରସ୍ତାବିତ ଏମଓସି ଜରିଆରେ ଉପରୋକ୍ତ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଚଳନ ଓ ପ୍ରମୁଖ ଅଭିଜ୍ଞତା ବିନିମୟ କରିବା ସମ୍ଭବ ହେବ।

Urban Development
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.