Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଗଣମାଧ୍ୟମ କ୍ଷେତ୍ରରେ ସାଂଘାଇ ସଦସ୍ୟ ରାଷ୍ଟ୍ରଙ୍କ ସହ ବୁଝାମଣାକୁ କ୍ୟାବିନେଟ ମୋହର, ଜାଣନ୍ତୁ ଏହା କଣ
ଅନ୍ତରାଷ୍ଟ୍ରୀୟ

ଗଣମାଧ୍ୟମ କ୍ଷେତ୍ରରେ ସାଂଘାଇ ସଦସ୍ୟ ରାଷ୍ଟ୍ରଙ୍କ ସହ ବୁଝାମଣାକୁ କ୍ୟାବିନେଟ ମୋହର, ଜାଣନ୍ତୁ ଏହା କଣ

June 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଣମାଧ୍ୟମ କ୍ଷେତ୍ରରେ ସାଂଘାଇ ସଦସ୍ୟ ରାଷ୍ଟ୍ରଙ୍କ ସହ ବୁଝାମଣାକୁ କ୍ୟାବିନେଟ ମୋହର, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ “ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ” ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ରାଜିନାମାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ରାଜିନାମା ୨୦୧୯ ମସିହା ଜୁନ୍‍ ମାସରେ ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ସମାନତା ଓ ପାରସ୍ପରିକ ହିତକର ସହଯୋଗକୁ ପ୍ରୋତ୍ସାହିତ କରିବ ।

ଏଥିପାଇଁ ପ୍ରତ୍ୟେକ ପକ୍ଷ ପାରସ୍ପରିକ ଆଗ୍ରହ ଆଧାରରେ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଏହା ଫଳରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଭଳି ସୁଯୋଗ ମିଳିବ ଯଦ୍ୱାରା ସେମାନେ ଶ୍ରେଷ୍ଠ କାର‌୍ୟ୍ୟଦକ୍ଷତା ପ୍ରତିପାଦନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ ।

ବୁଝାମଣାରେ କଣ ରହିଛି

ଏହି ରାଜିନାମା ଯୋଗୁଁ ଯେଉଁସବୁ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ ସେଗୁଡ଼ିକ ହେଲା:

1-ଏଭଳି ସହାୟତାମୂଳକ ପରିବେଶ ସୃଷ୍ଟି ହେବ ଯାହା ଫଳରେ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପକ ତଥା ପାରସ୍ପରିକ ସୂଚନା ଆଦାନ ପ୍ରଦାନ ସହଜସାଧ୍ୟ ହୋଇପାରିବ ଯାହାକି ସେହିସବୁ ରାଷ୍ଟ୍ରର ଜନସାଧାରଣଙ୍କ ଜୀବନରେ ଜ୍ଞାନ ଓ ଧାରଣାକୁ ଅଧିକ ନିବିଡ଼ କରିପାରିବ।

2-ସଦସ୍ୟ ରାଷ୍ଟ୍ରମାନଙ୍କ ଗଣମାଧ୍ୟମ ସଂସ୍ଥାର ସଂପାଦକୀୟ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ତଥା ସଂପୃକ୍ତ ମନ୍ତ୍ରଣାଳୟ, ଏଜେନ୍ସି ଓ ସଂଗଠନ ଯେଉଁମାନେ କି ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ତଥା ଢାଞ୍ଚା ଗଠନ କରିବ । ଏହାକୁ ସହଭାଗୀ ସଦସ୍ୟରାଷ୍ଟ୍ରମାନେ ହିଁ ନିର୍ଦ୍ଧାରଣ କରିବେ ଓ ସେଥିପାଇଁ ପୃଥକ୍‍ ସମାବେଶୀ ରାଜିନାମାମାନ ସ୍ୱାକ୍ଷରିତ ହେବ।

3-ଏହା ସଦସ୍ୟ ରାଷ୍ଟ୍ରମାନଙ୍କ ପେଶାଦାରୀ ସାମ୍ବାଦିକ ସଂଘମାନଙ୍କ ମଧ୍ୟରେ ସମାନ ତଥା ପାରସ୍ପରିକ ସ୍ୱାର୍ଥଜଡ଼ିତ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବ ଏବଂ ତଦ୍ୱାରା ସେମାନେ ପରସ୍ପର ମଧ୍ୟରେ ଉପଲବ୍ଧ ପେଶାଦାରୀ ଅଭିଜ୍ଞତା ଅଧ୍ୟୟନ ନିମନ୍ତେ ସହଯୋଗର ହାତ ବଢ଼ାଇବେ ଓ ଏଥି ନିମନ୍ତେ ଗଣମାଧ୍ୟମ କ୍ଷେତ୍ରରେ ବୈଠକ, ଆଲୋଚନା, ସଂପାନ ଓ ସମ୍ମିଳନୀମାନ ଆୟୋଜନ କରିବେ।

4-ଟେଲିଭିଜନ୍‍ ଓ ରେଡ଼ିଓ କାର‌୍ୟ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରଣ ଦିଗରେ ସହାୟତା ଯୋଗାଇବା ସହ ଅପର ପକ୍ଷ ରାଷ୍ଟ୍ରଙ୍କ କ୍ଷେତ୍ରସୀମା ମଧ୍ୟରେ ଆଇନସମ୍ମତ ଭାବେ ସେହିସବୁ କାର୍ଯ୍ୟକ୍ରମର ବିତରଣ କରିବ । ସେହିଭଳି ସଂପାଦକୀୟ କାର‌୍ୟ୍ୟାଳୟମାନଙ୍କ ଦ୍ୱାରା ବିଭିନ୍ନ ଉପକରଣ ଓ ସୂଚନା ଯାହାକି ଆଇନଗତ ପ୍ରସାରଣ ନିମନ୍ତେ ଉଦ୍ଦିଷ୍ଟ, ଯଦି ସେଗୁଡ଼ିକର ବିତରଣ ଅପର ପକ୍ଷ ରାଷ୍ଟ୍ରଙ୍କ ଆଇନଗତ ବ୍ୟବସ୍ଥା ଅନୁସାରେ ହୋଇଥିବ ତାହା ସଂପାଦନ କରାଯିବ।

5-ଗଣମାଧ୍ୟମ କ୍ଷେତ୍ରରେ ନିଜ ନିଜ ଅନୁଭୂତି ଏବଂ ବିଶେଷଜ୍ଞମାନଙ୍କ ପାରସ୍ପରିକ ବିନିମୟକୁ ପ୍ରୋତ୍ସାହନ ଯୋଗାଣ, ପେଶାଦାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ପାରସ୍ପରିକ ସହାୟତା ପ୍ରଦାନ ଏବଂ ଏହି କ୍ଷେତ୍ରରେ କାର‌୍ୟ୍ୟରତ ଶୈକ୍ଷିକ ଓ ବୈଜ୍ଞାନିକ-ଗବେଷଣା ଅନୁଷ୍ଠାନ ଓ ସଂଗଠନମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଯୋଗାଣ ରହିଛି।

କେନ୍ଦ୍ର କ୍ୟାବିନେଟ୍ ବୈଠକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026
Latest News

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.