Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ଦେଶର ସମସ୍ତଙ୍କୁ ମିଳିବ ମାଗଣା କୋଭିଡ19 ଟିକା, ପ୍ରଧାନମନ୍ତ୍ରୀ କଲେ ଘୋଷଣା
ଜାତୀୟ ଖବର

ଏଣିକି ଦେଶର ସମସ୍ତଙ୍କୁ ମିଳିବ ମାଗଣା କୋଭିଡ19 ଟିକା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

June 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଦେଶର ସମସ୍ତଙ୍କୁ ମିଳିବ ମାଗଣା କୋଭିଡ19 ଟିକା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ, ବର୍ତ୍ତମାନ ସମୟରେ କୋଭିଡ ଟିକା ସମସ୍ତଙ୍କର ଆବଶ୍ୟକତା ରହିଛି। ଏହା ଲୋକଙ୍କ ପାଇଁ ଯେପରି ଆବଶ୍ୟକ ଦେଶ ପାଇଁ ମଧ୍ୟ ସେତିକି ଜରୁରୀ। ସେଥିପାଇଁ ସାରା ଦେଶର ଲୋକଙ୍କୁ ବର୍ତ୍ତମାନ ମାଗଣା ଟିକାକରଣ କରାଯିବ। ଆଜି ଦେଶବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଦୀର୍ଘ ଭାଷଣରେ ମୋଦି କହିଛନ୍ତି ଯେ,ଏଥିରେ ଧନି ଗରିବ କିଛି ବାଛ ବିଛାର କରାଯାଇ ନାହିଁ। ଟିକା ସାଧାରଣ ନାଗରିକର ଆବଶ୍ୟକତା ଥିବାରୁ ବର୍ତ୍ତମାନ ସାରା ଦେଶବାସୀ ଏହା ମାଗଣା ପାଇବେ।

ତେବେ ପୂର୍ବରୁ ଓଡିଶା ସମେତ କେତେକ ରାଜ୍ୟ କୋଭିଡ ଟିକା ମାଗଣାରେ ପ୍ରଦାନ କରୁଥିଲେ। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 18ରୁ 44 ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ପ୍ରଦାନ କରି ଆସୁଛନ୍ତି। ହେଲେ କେତେକ ରାଜ୍ୟର ଲୋକଙ୍କୁ ଏହା କିଣିବାକୁ ପଡୁଥିଲା। ଏପରିକି ଓଡିଶାରେ ମଧ୍ୟ ପ୍ରଥମେ ଟିକାକରଣ ବେଳେ 250 ଟଙ୍କା ଲେଖାଏଁ ଆଦାୟ କରାଯାଉ ଥିଲା। ବର୍ତ୍ତମାନ ସାରା ଦେଶବାସୀ ମାଗଣାରେ ଟିକାକରଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଜୁନ 21 ତାରିଖଠାରୁ ଲାଗୁ କରାଯିବ ବୋଲି କୁହାଯାଇଛି।

ତେବେ ମୋଦି କହିଛନ୍ତି ଯେ, ଯେଉଁମାନେ ଟିକା କିଣିବା ପାଇଁ ଚାହୁଁଛନ୍ତି , ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଘରୋଇ ଡାକ୍ତରଖାନାରେ ଏହି ବ୍ୟବସ୍ଥା କରାଯାଇଛି। ଘରୋଇ ହସପିଟାଲଗୁଡିକ ରାଜ୍ୟ ସରକାରଙ୍କ ଅନୁମତି ନେଇ ସିଧା ଟିକା କଂପାନୀଠାରୁ ଟିକା କିଣିପାରିବେ। ଯେଉଁମାନେ ପଇସା ଦେଇ ଟିକାକରଣ କରିବାକୁ ଚାହୁଛନ୍ତି ସେହିମାନେ ଏହି ହସପିଟାଲରୁ ଟିକା ନେଇପାରିବେ। ତେବେ ଗୋଟିଏ ଡୋଜ ପିଛା ମାତ୍ର 150 ଟଙ୍କା ହସପିଟାଲ ନେଇ ପାରିବେ। ତାଠାରୁ ଅଧିକ ପଇସା ନେଇପାରିବେ ନାହିଁ ବୋଲି ମୋଦି କହିଛନ୍ତି।

ଏହି ସମ୍ବୋଧନ ବେଳେ ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ଟିକା କରଣରେ ବେଶ୍ ଆଗେଇ ପାରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 23 କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ଟିକାକରଣ ପାଇଁ ମିଶନ ଇନ୍ଦ୍ରଧନୁଶ ଲାଗୁ କରାଯାଇଛି। ଫଳରେ ସାରା ଦେଶରେ ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବରୁ ରାଜ୍ୟମାନଙ୍କୁ ଟିକା କିଣିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ସେଥିରେ କିଛି ସମସ୍ୟା ଦେଖା ଦେଲା। ତେଣୁ ସେହି ସମସ୍ୟାକୁ ଦୂର କରିବା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ଟିକା କିଣି ରାଜ୍ୟ ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ।

ସେହିପରି ମୋଦି କହିଥିଲେ ଯେ, କୋଭିଡ ଟିକାକରଣ ପାଇଁ ଯେଉଁ କୋଉଇନ୍ ବା CoWin ଅନଲାଇନ ବ୍ୟବସ୍ଥା କରାଯାଇଛି ତାହା ସାରା ବିଶ୍ବରେ ବେଶ ଚର୍ଚ୍ଚା ଚାଲିଛି। ଏହା କିପିର କାର୍ଯ୍ୟକ୍ଷମ ହେଉଛି ସେ ନେଇ କେତେକ ଦେଶ ଏହିପରି ମଡେଲକୁ ଲାଗୁ କରିବା ପାଇଁ ମଧ୍ୟ ନିଷ୍ପତି କରିଛନ୍ତି। ତେଣୁ କରୋନା ମୁକାବିଲାରେ ସାରା ବିଶ୍ବରେ ଭାରତ ଏକ ଆଦର୍ଶ ହୋଇପାରିଛି ବୋଲି ମୋଦି କହିଛନ୍ତି।

pmmodi ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.