Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ହେଉଛି ସୂର୍ଯ୍ୟ ପରାଗ, ଭାରତର ଏହି ଦୁଇଟି ସ୍ଥାନରେ ଦେଖାଯିବାର ରହିଛି ସମ୍ଭାବନା
ଜାତୀୟ ଖବର

ଆଜି ହେଉଛି ସୂର୍ଯ୍ୟ ପରାଗ, ଭାରତର ଏହି ଦୁଇଟି ସ୍ଥାନରେ ଦେଖାଯିବାର ରହିଛି ସମ୍ଭାବନା

June 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ହେଉଛି ସୂର୍ଯ୍ୟ ପରାଗ, ଭାରତର ଏହି ଦୁଇଟି ସ୍ଥାନରେ ଦେଖାଯିବାର ରହିଛି ସମ୍ଭାବନା

ଭୁବନେଶ୍ବର, ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି ମଧ୍ୟ ସୂର୍ଯ୍ୟ ପୁତ୍ର ଶନିଙ୍କ ଜନ୍ମ ଦିନ। ଏହିଦିନ ସାବ୍ରିତୀ ବ୍ରତ ମଧ୍ୟ ପାଳନ କରାଯିବ।

ତେବେ ଏହି ସୂର୍ଯ୍ୟ ପରାଗର ବିଶେଷ ମହତ୍ତ୍ୱ ଭାରତରେ ରହିଛି। କାରଣ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ଗ୍ରହଣର ସମୟ ଦିନ 01.42 ରୁ ଆରମ୍ଭ ହୋଇ ଅପରାହ୍ନ 06.41 ପର୍ଯ୍ୟନ୍ତ ରହିବ। 

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେଉଁଠାରେ ଦେଖାଯିବ

ଆଜି ହେବାକୁ ଥିବା ସୂର୍ଯ୍ୟ ପରାଗ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଆଂଶିକ ଦୃଶ୍ୟମାନ ହେବ | ତେବେ ଗ୍ରୀନଲ୍ୟାଣ୍ଡ, ଉତ୍ତର କାନାଡା ଏବଂ ଋଷରେ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଏହି ସୂର୍ଯ୍ୟ ଗ୍ରହଣ କେବଳ ଭାରତର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ।

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ସୂର୍ଯ୍ୟ ଅସ୍ତ ହେବା ବେଳକୁ ଏହି ଦୁଇ ସ୍ଥାନରେ ଦେଖିଯିବ ବୋଲି ଜଣାପଡିଛି। ତେବେ ତାହା ପରାଗର ଅବସ୍ଥିତି ଉପରେ ନିର୍ଭର କରୁଛି।

ଭାରତରେ ଏହି ସୂର୍ଯ୍ୟ ପରାଗର କଣ ରହିବ ପ୍ରଭାବ

ଜ୍ୟୋତିଷମାନେ ଏହି ସୂର୍ଯ୍ୟ ଗ୍ରହଣକୁ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ବୋଲି ବର୍ଣ୍ଣନା କରିଛନ୍ତି। ଏହି କାରଣରୁ, ସୂର୍ଯ୍ୟ ଉପରେ ସମୁଦାୟ ଚନ୍ଦ୍ରଗ୍ରହଣର ଦୃଶ୍ୟ ଭାରତରେ ଦେଖାଯିବ ନାହିଁ, କିନ୍ତୁ ଯେଉଁ ଦେଶ ବା ଅଞ୍ଚଳ ଯେଉଁଠାରେ ସୂର୍ଯ୍ୟ ପରାଗର ମୂଳ ରୂପ ଦୃଶ୍ୟମାନ ହେବ ତାହା ଆକର୍ଷଣୀୟ ତଥା ରୋମାଞ୍ଚକର ମଧ୍ୟ ହେବ।

ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ, ଏଥର ସୂର୍ଯ୍ୟଙ୍କ ମଧ୍ୟ ଭାଗରେ ଚନ୍ଦ୍ର ଆସିବା ହେତୁ 99 ପ୍ରତିଶତ ଲୁଚି ରହିବେ, ଏହି କାରଣରୁ ସୂର୍ଯ୍ୟଙ୍କ ରୂପ ‘ରିଙ୍ଗ ଅଫ୍ ଫାୟାର’ ହୋଇଯିବ। ଦିନ ହୋଇଥିଲେ ମଧ୍ୟ କିଛି ସମୟ ପାଇଁ, କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ରାତି ପରି ଅନ୍ଧାର ରହିବ।

ସୂର୍ଯ୍ୟ ପରାଗ ବେଳେ ଭାରତରେ ପୂଜା ବିଧି କିପରି ହେବ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିଙ୍କୁ ସୂର୍ଯ୍ୟଙ୍କ ପୁତ୍ର ବୋଲି କୁହାଯାଏ। ଯଦି ସୂର୍ଯ୍ୟଙ୍କୁ ଶକ୍ତିଶାଳୀ ବୋଲି ଧରାଯାଏ, ତେବେ ଶନିଙ୍କ ପ୍ରଭାବ ତୀକ୍ଷ୍ଣ ବୋଲି ଧରାଯାଏ।  ଜ୍ୟୋତିଷମାନେ ବିଶ୍ବାସ କରନ୍ତି ଯେ ଯଦିଓ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ହେବ, ତଥାପି ଏହା ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।

ଯଦିଓ ଏହି ସୂର୍ଯ୍ୟ ପରାଗ ପାଇଁ ସୂତାକ ଅବଧି ବୈଧ ହେବ ନାହିଁ, ସେଥିପାଇଁ ଏହି ସୂର୍ଯ୍ୟ ଗ୍ରହଣ ଉପରେ କୈଣସି ପ୍ରକାରର ଧାର୍ମିକ ଏବଂ ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିବ ନାହିଁ। ଏହି ଦିନ ସାବିତ୍ରୀ ବ୍ରତ ପଡୁଥିବାରୁ ସଧବାମାନେ ଏହି ବ୍ରତ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ସୂର୍ଯ୍ୟ ପରାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.