Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ
ବିଶେଷ ଖବର

ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ

June 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ

ଭୁବନେଶ୍ୱର,  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ ।

ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଆଯାଇଥିବା ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ ।

ଏହି ଅବସରରେ କୋଭିଡ୍‌ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ଗତବର୍ଷ ଆମର ବିଭିନ୍ନ ପ୍ରୟାସ ସତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ଶେଷ ପ୍ରାନ୍ତରରେ ଥିବା ପିଲାଟି ପାଖରେ କିପରି ଶିକ୍ଷା ପହଞ୍ଚାଇବା ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ସମୟରେ ବିଦ୍ୟାଳୟ ଛାଡ଼ିଥିବା (ଡ୍ରପ୍‌ଆଉଟ୍‌) ପିଲା ଏବଂ ପ୍ରବାସୀ(ମାଇଗ୍ରାଣ୍ଟ) ପିଲାଙ୍କୁ ସର୍ଭେ ମାଧ୍ୟମରେ ଠାବ କରି ତାଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଶିକ୍ଷାଦାନ ନିମିତ୍ତ କେତେକ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନେଉଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସଂପ୍ରତି ଦୂରଦର୍ଶନରେ ‘ଶିକ୍ଷାଦର୍ପଣ’, ରେଡିଓ ପାଠଶାଳା, ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ ଓ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ବିଶେଷ କରି ଜୁନ୍‌ ୨୧ ତାରିଖଠାରୁ ୟୁଟୁ୍ୟବ୍‌ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଥିଲେ ।

ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ଆସବାବ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍‌ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍‌ ସମୟରେ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କେତେକ ବିଦ୍ୟାଳୟରେ ହୋଇଥିବା ପୁଷ୍ଟି ବଗିଚା ଦେଖି ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ବିଦ୍ୟାଳୟମାନଙ୍କରେ ବର୍ଷା ଋତୁ ଆରମ୍ଭରୁ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୂଳଦୁଆ ହେଉଛି ମୌଳିକ ଭାଷା ଓ ସାଂଖିକ ଜ୍ଞାନ । ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସେଣ୍ଟର ସ୍କ୍ୱାର ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

କରୋନା ସମୟରେ ଛାତ୍ରଛାତ୍ରୀ ଘରେ ରହୁଥିବାରୁ ପିତାମାତାଙ୍କ ସହଯୋଗ ନିମିତ୍ତ ଇ-ପିଟିଏମ୍‌(ଭର୍ଚୁଆଲ୍‌ ମାଧ୍ୟମ)ରେ ଶିକ୍ଷକ ଓ ଅଭିଭାବକ ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଆଦର୍ଶ ବିଦ୍ୟାଳୟ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଅନଲାଇନ ଶିକ୍ଷା ସ୍କୁଲ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026
Latest News

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.