Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ସମୟରେ ହୋଟେଲ ବନ୍ଦ ଥିବାବେଳେ ଚାକିରୀଆଙ୍କ ପେଟକୁ ଆହର ଦେଉଛି ‘ଆହାର’
ବିଶେଷ ଖବର

ଲକ ଡାଉନ ସମୟରେ ହୋଟେଲ ବନ୍ଦ ଥିବାବେଳେ ଚାକିରୀଆଙ୍କ ପେଟକୁ ଆହର ଦେଉଛି ‘ଆହାର’

June 18, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଲକ ଡାଉନ ସମୟରେ ହୋଟେଲ ବନ୍ଦ ଥିବାବେଳେ ଚାକିରୀଆଙ୍କ ପେଟକୁ ଆହର ଦେଉଛି 'ଆହାର'

ଭୁବନେଶ୍ୱର, ଲକଡାଉନ ବେଳେ ହୋଟେଲ ବନ୍ଦ। ହେଲେ ଯେଉଁମାନେ ଛୋଟ ଚାକିରୀ କରି ବଞ୍ଚୁଛନ୍ତି, ସେମାନଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିଛି। ଯେଉଁମାନେ ବା କାମକୁ ଆସୁଛନ୍ତି ହେଲେ ସେମାନଙ୍କୁ ଖାଇବାକୁ କିଛି ମିଳୁ ନାହିଁ। କାରଣ ଲକଡାଉନ ପାଇଁ ହୋଟେଲ ବନ୍ଦ। ପାଖରେ ପଇସା ଥିଲେ ମଧ୍ୟ ପେଟକୁ ଆହାର ମିଳୁପାରୁ ନାହିଁ। ଏହିପରି ସମୟରେ ବିଏମସି ପରିଚାଳିତ ଆହାର କେନ୍ଦ୍ର ଏମାନଙ୍କର ସାହା ଭରସା ପାଲଟିଛି।

ଭଗବତ୍ ପ୍ରସାଦ ପାଢୀ ବୟସ ପାଖାପାଖି ୫୦ ବର୍ଷ, ଜଣେ ଘରୋଇ ଆୟୁବେଦିକ୍ ଦୋକାନର କର୍ମଚାରୀ, ନିୟମିତ ଭାବେ ଆହାର କେନ୍ଦ୍ରକୁ ଆସି ଖାଦ୍ୟ ଖାଆନ୍ତି। ସେ କହନ୍ତି, ଏହି ସହରରେ ଆମ ଭଳି ଚାକିରିଆଙ୍କୁ ସବୁ ବ୍ୟବସ୍ଥା କରି ରନ୍ଧାବଢା କରିବାର ସୁବିଧା ନଥିବା ବେଳେ କମ୍ ଦାମ୍‌ରେ ଆହାରର ପେଟପୁରା ଭୋଜନ ଆମ ପାଇଁ ବହୁତ କିଛି ।

ସେହିପରି ଲଭ୍‌ଲୀ ଶବର ବୟସ ୧୫ ବର୍ଷ। ସେ କ୍ୟାପିଟାଲ୍ ହାଇସ୍କୁଲ୍‌ର ଛାତ୍ରୀ। ସେ କହନ୍ତି, ଆମ ଭଳି ଗରିବ ପରିବାରଙ୍କ ପାଇଁ ଏହି ମହାମାରୀର ପ୍ରଭାବ ସମୟ ସହିତ ଅନ୍ୟ ସମୟରେ ପେଟ ପୁରାଉଛି ଏହି ଆହାର ଭୋଜନ ।

୨୨ ବର୍ଷିୟ ଆଲୋକ କୁମାର ଦାସ୍  ଘରୋଇ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ। ଏହି ଯୁବକ କହନ୍ତି, ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍‌ କାଳରେ ସୀମିତ ସ୍ୱଳ୍ପ ବ୍ୟୟରେ ଆମ ଭଳି କର୍ମଜୀବୀଙ୍କ ପାଇଁ ଆହାର କେନ୍ଦ୍ରରୁ ମିଳୁଛି ପେଟପୁରା ଭୋଜନ ।

ମଇ ମାସ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଖୋଲା ରହୁଛି ଭୁବନେଶ୍ୱରରେ ଥିବା ୧୨ ଗୋଟି ଆହାର କେନ୍ଦ୍ର । କୋଭିଡ୍ ନିୟମ ଅନୁପାଳନରେ ଏହି ସେବା ଅଧିନରେ ଉତ୍ସାହୀ ତଥା ଆଗ୍ରହୀ ହିତାଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ କେନ୍ଦ୍ରରୁ ଆହାର ଭୋଜନ ପ୍ୟାକ୍ କରି ଦେବାର ସୁବନ୍ଦୋବସ୍ତ କରିଛନ୍ତି ମହାନଗର ନିଗମ । ପ୍ରତ୍ୟହ ଦିବା୧୧ ଘଟିକା ପରଠାରୁ ଆହାର ଭୋଜନକୁ ପ୍ୟାକ୍ କରି ହିତାଧିକାରୀଙ୍କୁ ଦିଆଯାଇଛି । ତେବେ ତାଲାବନ୍ଦ ଅବଧିରେ ସହରର ଚଳପ୍ରଚଳ ଏବଂ ଗମନାଗମନ କମ୍ ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟାର ଭୋଜନ ଦିଆଯାଉଅଛି ।

ଲକ୍‌ଡାଉନ୍‌ ଦିନ ଗୁଡ଼ିକରେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍‌ସ ଠାରେ ଥିବା ୨ ଗୋଟି ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୫୦ ଟି, ସମ୍ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦ ଟି, ଚନ୍ଦ୍ରଶେଖରପୁର କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ର ଏବଂ ମ୍ୟୁଜିୟମ୍ ଛକ (ବି ଏମ୍ ସି ହତା ମଧ୍ୟରେ ଥିବା) ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, ରସୁଲଗଡ଼ ଠାରେ ୪୦୦ ଟି, ସିଟି ବସ୍‌ଷ୍ଟାଣ୍ଡ୍ ମାଷ୍ଟରକ୍ୟାଣ୍ଟିନ୍ ଠାରେ ୩୦୦ ଟି, ନୟାପଲ୍ଲୀ ଦୁର୍ଗା ମଣ୍ଡପଠାରେ ୩୫୦ ଟି, ବରମୁଣ୍ଡା ବସ ଷ୍ଟାଣ୍ଡ୍ ଠାରେ ୨୫୦ ଟି, ଅଶୋକନଗର ଠାରେ ୩୦୦ ଟି ଏବଂ ଖାରବେଳ ନଗର ଠାରେ ୨୦୦ ଗୋଟି ଭୋଜନ ଦିଆଯାଉଅଛି ।

ସହରରେ ଥିବା ସମୁଦାୟ ୧୨ ଗୋଟି ଆହାର କେନ୍ଦ୍ର ମଧ୍ୟରୁ ୫ ଗୋଟି ଆହାର କେନ୍ଦ୍ର ବିଭିନ୍ନ ହସ୍ପିଟାଲ୍ ନିକଟରେ ଅବସ୍ଥିତ । ୩ ଗୋଟି ଆହାର କେନ୍ଦ୍ର ସପ୍ତାହର ଲକ୍‌ଡ଼ାଉନ୍ ଏବଂ ଶନିବାର ସଟ୍‌ଡ଼ାଉନ୍ ଖୋଲା ରହୁଥିବା ବେଳେ ଏମ୍ସ ଭୁବନେଶ୍ୱର ନିକଟରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଲକ୍‌ଡାଉନ୍‌ ଏବଂ ଶନିବାର ସଟ୍‌ଡାଉନ୍‌ ସଂଧ୍ୟାରେ ଖୋଲିନଥାଏ ।

ଓଡିଶାର ଏକ ମୁଖ୍ୟ ପର୍ବ ରଜ ଉତ୍ସବ । ଏହି ପର୍ବରେ ସାଧାରଣ ସମୟରେ ଆହାର କେନ୍ଦ୍ର ଗୁଡ଼ିକରେ କମ୍ ସଂଖ୍ୟକ ଭୋଜନ ଦିଆଯାଇଥାଏ; ସାମ୍ପ୍ରତିକ ପରିସ୍ଥିତିରେ ଅନେକ ବ୍ୟକ୍ତି ରଜ ପର୍ବରେ ନିଜ ଗାଁ ଗଣ୍ଡାକୁ ଯାଇ ପାରିନାହାଁନ୍ତି । ତେଣୁ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଅବଧିରେ ଆହାର କେନ୍ଦ୍ରକୁ ଖୋଲା ରଖାଯାଉଛି ଏବଂ ନିର୍ଦ୍ଧିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି; ତେଣୁ ରଜ ପର୍ବରେ ଘରକୁ ଯାଇ ନପାରି ଆହାର କେନ୍ଦ୍ର ଉପରେ ନିୟମିତ ନିର୍ଭର କରୁଥିବା ନାଗରିକ ମାନଙ୍କ ପାଇଁ କେନ୍ଦ୍ର ଗୁଡିକ ଖୋଲା ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସଂଜୟ କୁମାର ସିଂହ ।

ଆହାର ବିଏମସି
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.