Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି
ବିଶେଷ ଖବର

ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି

June 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି

ଭୁବନେଶ୍ୱର, ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବାପାଇଁ ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜଳ ସମ୍ପଦ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ମନ୍ତ୍ରୀ ଅବଗତ ହୋଇ କହିଲେ ଯେ, ବନ୍ୟା ମୁକାବିଲା ଦିଗରେ ଜଳସମ୍ପଦ ବିଭାଗ ସବୁବେଳେ ଯଥେଷ୍ଟ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।

ଗତ ବର୍ଷ ବିଭାଗ ତରଫରୁ ବନ୍ୟା ପରିଚାଳନା ବିଭାଗୀୟ ଯନ୍ତ୍ରୀମାନେ ଦକ୍ଷତାର ସହ କରିଥିଲେ ଏବଂ ଗତ ‘ୟାସ’ ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟାକୁ ମଧ୍ୟ ବିଭାଗ ତରଫରୁ ଦକ୍ଷତାର ସହିତ ପରିଚାଳନା କରାଯାଇଥିଲା । ସେହିପରି ଆଗାମୀ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ପୂର୍ବ ଅଭିଜ୍ଞତାକୁ ଆଧାର କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଦଳଗତ ପ୍ରଚେଷ୍ଟାରେ ସଫଳତାର ସହିତ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ସମୀକ୍ଷା ବୈଠକରେ ମନ୍ତ୍ରୀ ମରାମତି ହୋଇପାରୁନଥିବା ସ୍ଲୁଇସ୍ ଗେଟ୍ ଗୁଡିକର ସ୍ଥିତି ଭଲଭାବେ ଯାଂଚ କରି ଶୀଘ୍ର ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ ଡିଭିଜନରେ ବନ୍ୟା ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସଂପର୍କରେ ଆଲୋଚନା କରି ଓ ଏହାର ସୁପରିଚାଳନା ନେଇ ଆବଶ୍ୟକ ତଥ୍ୟ ରଖିଥିଲେ ।

ସମ୍ଭାବ୍ୟ ବନ୍ୟା ପରିଚାଳନା ନେଇ ବିଭାଗ ତରଫରୁ ପ୍ରସ୍ତୁତ ମାର୍ଗ ଦର୍ଶିକା ଅନୁସାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ,ବନ୍ଧ ସୁରକ୍ଷା, ବିଭିନ୍ନ ଜଳ ଭଣ୍ଡାରରେ ଥିବା ଗେଟ୍‌ଗୁଡିକ କାର୍ଯ୍ୟକ୍ଷମ ହୋଇଥିବା ସମ୍ପର୍କରେ ମକ୍ ଡ୍ରିଲ୍ କରାଯାଇଥିବା ସୂଚନା ଦେଇଥିଲେ । ମହାନଦୀ, ବିରୂପା ଓ ନରାଜ ବ୍ୟାରେଜ୍ ଗେଟ୍ ଗୁଡିକର ମକ୍ ଡ୍ରିଲ୍ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଅନ୍ୟ ଯେଉଁସ୍ଥାନରେ ସ୍ଲୁଇସ୍ ଗେଟ୍ ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ, ସେସବୁର ପୁନରୁଦ୍ଧାର ବା ବଦଳାଯିବା କାର୍ଯ୍ୟ ଜୁନ୍ ୩୦ ତାରିଖ ସୁଦ୍ଧା ସାରିବାକୁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରୁ ଜଣାଯାଇଛି ଯେ, ଗତ ବର୍ଷ ୨୦୨୦ ବନ୍ୟାରେ ବିିିଭିନ୍ନ ନଦୀ ବନ୍ଧରେ ୩୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୩୫ଟି ଘାଇ ମରାମତି କାର୍ଯ୍ୟ ସରିଛି ଓ ଆଉ ୩ଟିର ମରାମତି କାର୍ଯ୍ୟ ଜାରି ରହିଛି । ୨ଟି ଘାଇ ଚଳିତ ଜୁନ୍ ୨୫ ତାରିଖ ସୁଦ୍ଧା ଶେଷ ହେବ ଓ ଆଉ ଗୋଟିଏ ଜୁନ୍ ୩୦ ସୁଦ୍ଧା ଶେଷ ହେବ ।

୨୦୨୦ରେ ଯେଉଁ ସବୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିଲା, ସେ ସମସ୍ତକୁ ମରାମତି କରାଯାଇଛି । ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବାଲିବସ୍ତା, ବାଲି, ବଲ୍ଲା, ବାଉଁଶ ବ୍ୟବସ୍ଥା କରାଯାଇ ଆବଶ୍ୟକ ସ୍ଥାନରେ ମହଜୁଦ ରଖାଯାଇ ବିଭିନ୍ନ ନଦୀବନ୍ଧରେ ବନ୍ଧ ସୁରକ୍ଷା ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

କେଉଁ ଡିଭିଜନରେ କେଉଁ କେଉଁ ସ୍ଥାନରେ କେତେ ପରିମାଣର ବନ୍ୟା ମୁକାବିଲା ପାଇଁ ସରଂଜାମ ମହଜୁଦ ଅଛି, ତାହା ବିଭାଗୀୟ ୱେବ୍ ସାଇଟ୍‌ରେ ଉପଲବ୍‌ଧ ଅଛି । ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ଜଳ ଭଣ୍ଡାରକୁ ପରିଦର୍ଶନରେ ଯାଇ ଡ୍ୟାମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ,ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ଜିଲ୍ଲାପାଳମାନଙ୍କ ସହିତ ସବୁବେଳେ ଜଳ ଭଣ୍ଡାରଗୁଡିକ ସ୍ଥିତି ଓ ପରିଚାଳନା ସଂପର୍କରେ ନିୟମିତ ଯୋଗାଯୋଗ ରଖାଯାଉଥିବା ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ, ରଥ ସୂଚନା ଦେଇଥିଲେ ।

ମେ ୨୨ ତାରିଖରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେଚ ସଦନ, ସବୁ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟଗୁଡିକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ମନ୍ତ୍ରୀ ଏହି ନିୟନ୍ତ୍ରଣ କକ୍ଷଗୁଡିକର ୨୪ ଘଣ୍ଟିଆ ସୁପରିଚାଳନା, ନିୟମିତ ଭାବେ ଜଳଭଣ୍ଡାକୁ ପ୍ରବେଶ ଓ ନିସ୍କାସନ ସଂପର୍କିତ ସ ୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ ।

ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ-ଯୋଜନା ଓ ନକ୍ସାଙ୍କନ ଇଂ ଧୀରେନ୍ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ, ଓଡିଶା କନ୍‌ଷ୍ଟ୍ରକ୍‌ସନ କର୍ପୋରେସନ ଲିମିଟେଡ୍ (ଓ.ସି.ସି.ଏଲ୍‌), ମୁଖ୍ୟ ଯନ୍ତ୍ରୀ, ଲୋୟର ମହାନଦୀ ବେସିନ୍‌, ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ, ସଂପୃକ୍ତ ବିଭିନ୍ନ ବେସିନ୍ ପରିଚାଳନା ଦାୟିତ୍ୱରେ ଥିବା ମୁଖ୍ୟ ଯନ୍ତ୍ରୀ ଓ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ, କଂଗ୍ରେସ କଲା ସମର୍ଥନ, ଜାଣନ୍ତୁ କେବେ

January 26, 2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

January 26, 2026

ବିଶ୍ବ ନାଟ୍ୟ ମେଳାରେ ଓଡ଼ିଆ କଳାକାର ଦମ୍ପତି ସମ୍ବର୍ଦ୍ଧିତ

January 26, 2026

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କହିଲେ….

January 26, 2026
Latest News

ଚତୁର୍ଥ ଟି-୨୦ରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ!: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

January 26, 2026

ଗଣତନ୍ତ୍ର ଦିବସ ପରେଡ: ଭାରତର କାହାଣୀକଥନ ପରମ୍ପରା ଏବଂ ୱେଭ୍‌ସ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରଦର୍ଶନ

January 26, 2026

ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହୋଇଥିବା ଅଭେଦ୍ୟ ସୁରକ୍ଷା ଉପକରଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 26, 2026

ଟି-୨୦ ବିଶ୍ୱକପ୍ ରେ ପାକିସ୍ତାନ ଖେଳିବ କି ନାହିଁ?: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିସିବି ମୁଖ୍ୟ

January 26, 2026

ଓଡିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ, କଂଗ୍ରେସ କଲା ସମର୍ଥନ, ଜାଣନ୍ତୁ କେବେ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.