Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ
ଜାତୀୟ ଖବର

ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

June 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ, ଗତକାଲିଠାରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପଯ୍ୟାୟ ଆରମ୍ଭ ହୋଇଛି । ମହାମାରୀକୁ ପ୍ରତିହତ ଏବଂ ପରିଚାଳନା କରିବା ନିମନ୍ତେ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ସମେତ ଟିକାକରଣ ହେଉଛି ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୧୬ ଜାନୁଆରୀ ୨୦୨୧ରେ ରାଷ୍ଟ୍ରବ୍ୟାପୀ କୋଭିଡ-୧୯ ଟିକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶ୍ରୁଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର‌୍ୟ୍ୟାୟ ସାର୍ବଜନୀନ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୭,୨୦,୧୪,୫୨୩ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୧୪ କୋଟି (୨,୧୪,୯୦,୨୯୭) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି । ଏହା ବ୍ୟତୀତ, ବର୍ତ୍ତମାନ ୩୩,୮୦,୫୯୦ରୁ ଅଧିକ ଡୋଜ ଟିକା ପାଇପ ଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

କରୋନା ଟିକାକରଣ କୋଭିଡ -୧୯ ଟିକା ଟିକାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Latest News

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.