Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଆଗାମୀ ସରକାର କିଏ ଗଢିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ସେ ସଙ୍କେତ ସ୍ପଷ୍ଟ ହୋଇଯିବ
ବିଶେଷ ଖବର

ରାଜ୍ୟରେ ଆଗାମୀ ସରକାର କିଏ ଗଢିବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ସେ ସଙ୍କେତ ସ୍ପଷ୍ଟ ହୋଇଯିବ

April 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସପ୍ତଦଶ ଲୋକସଭା ପାଇଁ ଓ ଷୋଡଶ ଓଡିଶା ବିଧାନସଭା ଲାଗି ପ୍ରଥମ ପର୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ ଟି ବିଧାନସଭା ଲାଗି ଆଜି ହେଉଥିବା ଭୋଟଗ୍ରହଣ ରାଜ୍ୟର ଭବିଷ୍ୟତ ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ରଖିବ। ୧୪୭ ବିଧାନସଭା ଲାଗି ଚାରୋଟି ପର୍ୟାୟରେ ହେବାକୁଥିବା ଏହି ନିର୍ବାଚନରେ ପ୍ରଥମ ୨୮ ଟି ବିଧାନସଭା ନିର୍ବାଚନର ରାଜନୈତିକ ଗୁରୁତ୍ଵ ଭିନ୍ନ ପ୍ରକାରର। ୨୦୧୪ ସାଧାରଣ ନିର୍ବାଚନରେ ଏହି ଚାରୋଟି ଯାକ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୮ ଟି ବିଧାନସଭା କ୍ଷେତ୍ରରୁ ୧୯ ଟିରେ ବିଜେଡି, ୭ ଟିରେ କଂଗ୍ରେସ ଓ ୨ ଟିରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲେ। ବ୍ରହ୍ମପୁର ଲୋକସଭା ଆସନର ବ୍ରହ୍ମପୁର, ଗୋପାଳପୁର, ଦିଗପହଂଡି, ଚିକିଟି, ମୋହନା ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଜେଡି ଜିଣିଥିବା ବେଳେ ପାରଳାଖେମଣ୍ଡି ଆସନରୁ କଂଗ୍ରେସ ବିଜୟ ଲାଭ କରିଥିଲା। କୋରାପୁଟ ଲୋକସଭା କ୍ଷେତ୍ରରୁ ଗୁଣୁପୁର, ବିଷମ କଟକ, ରାୟଗଡା ଓ ପଟ୍ଟାଙ୍ଗୀ ଆସନରୁ ବିଜେଡି, ଲକ୍ଷ୍ମୀପୁର, ଜୟପୁର ଓ କୋରାପୁଟ ଆସନରୁ କଂଗ୍ରେସ ବିଜୟୀ ହୋଇଥିଲା। ନବରଙ୍ଗପୁର ଲୋକସଭା ଆସନର ଉମରକୋଟ, ଝରି ଗାଁ, ନବରଙ୍ଗପୁର, ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନ ବିଜେଡି ହାତକୁ ଯାଇଥିବାବେଳେ ଡାବୁ ଗାଁ ଓ କୋଟପାଡ ଆସନରୁ କଂଗ୍ରେସ ଜିତିଥିଲା। ସେହିପରି କଳାହାଣ୍ଡି କ୍ଷେତ୍ରରୁ ଭବାନୀପାଟଣା, ଜୁନାଗଡ, ଧରମଗଡ, ନର୍ଲା ଆସନରୁ ବିଜେଡି, ଖଡିଆଳ ଓ ନୂଆପଡା ରୁ ବିଜେପି ଓ ଲାଞ୍ଜିଗଡରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନରେ ନବରଙ୍ଗପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସବୁଠୁ କଡା ମୁକାବିଲା ହୋଇଥିଲା। ସେ ବର୍ଷ ବିଜୟୀ ପ୍ରାର୍ଥୀ ବଳଭଦ୍ର ମାଝୀ ୩,୭୩,୮୮୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ୩,୭୧,୮୪୫ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ ବିଜୟର ବ୍ୟବଧାନ ଥିଲା ମାତ୍ର ୨୦୪୨ ଖଣ୍ଡ ଭୋଟ। କୁହାଯାଇପାରେ ଏଠାରୁ ବିଜେଡି ପ୍ରାର୍ଥୀ ହାରୁ ହାରୁ ଜିତି ଯାଇଥିଲେ। ଚଳିତ ନିର୍ବାଚନରେ ଗତ ଥର ବିଜେଡି ସାଂସଦ ଥିବା ବଳଭଦ୍ର ମାଝୀ ବିଜେପିରୁ, ମନ୍ତ୍ରୀ ରମେଶ ମାଝୀ ବିଜେଡ଼ିରୁ ଓ ପ୍ରଦୀପ ମାଝୀ କଙ୍ଗ୍ରେସରୁ ନିର୍ବାଚନ ଲଢୁଛନ୍ତି। ଏଥର ମଧ୍ୟ ଏହି ନିର୍ବାଚନ ବେଶ ରୋଚକ ମୋଡରେ ରହିଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ଏଠି କଡା ମୁକାବିଲା ଦେଖିବାକୁ ମିଳିବ। ଏଠି ଉଲ୍ଲେଖଯୋଗ୍ୟ ଯେ ନବରଙ୍ଗପୁର ହେଉଛି ଓଡିଶାର ଏକମାତ୍ର ଲୋକସଭା ଆସନ ଯାହାର ୭ ଟି ଯାକ ବିଧାନସଭା ଆସନ ଆଦିବାସୀଙ୍କ ଲାଗି ସଂରକ୍ଷିତ।

ସେହିପରି ଗତ ନିର୍ବାଚନରେ କୋରାପୁଟ ଲୋକସଭା ପାଇଁ ମଧ୍ୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗ ନବାଗତ ବିଜେଡି ପ୍ରାର୍ଥୀ ଝୀନ ହିକକାଙ୍କ ଠାରୁ ୧୯,୩୨୨ ଖଣ୍ଡ ଭୋଟରେ ହାରିଥିଲେ। ଚଳିତ ଥର କଂଗ୍ରେସର ସପ୍ତଗିରି ଉଲାକା, ବିଜେପିର ଜୟରାମ ପାଙ୍ଗି ଓ ବିଜେଡ଼ିର କୌଶଲ୍ୟା ହିକକାଙ୍କ ମଧ୍ୟରେ ତୀବ୍ର ଲଢେଇ ହେଉଛି। ଏଥର କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ଵରେ ବହୁଜନ ସମାଜ ପାର୍ଟି କୋରାପୁଟରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିବାର ସମ୍ଭାବନା ଦିଶୁଛି।

ବ୍ରହ୍ମପୁରରେ ଗତ ଥର ର ବିରୋଧୀ ଏଥର ଶାସକ ଦଳର ପ୍ରାର୍ଥୀ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ଲକ୍ଷେ ସତୁରୀ ହଜାର ଭୋଟରେ ହରାଇଥିଲେ। ଏଥର ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କର ପ୍ରତିଯୋଗୀ ଅଛନ୍ତି କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ ଓ ବିଜେପିର ଭୃଗୁ ବକ୍ସି ପାତ୍ର। ବ୍ରହ୍ମପୁରରେ କଂଗ୍ରେସ ସଂଗଠନ ଏକପ୍ରକାର ଉଜୁଡି ଯାଇଥିବା ବେଳେ ଏଠି ବିଜେପି ନିଜର ସ୍ଥିତି ସୁଦୃଢ କରୁଛି। ବୋଧହୁଏ ବ୍ରହ୍ମପୁରରେ ଏଥର ବିଜେଡି ଓ ବିଜେପି ଭିତରେ ମୁକାବିଲା ଦେଖିବାକୁ ମିଳିବ।

କଳାହାଣ୍ଡି ଆସନରେ ତୀବ୍ର ତ୍ରୀକୋଣୀୟ ମୁକାବିଲା ଚାଲିଛି। କଂଗ୍ରେସର ଅଭିଜ୍ଞ ନେତା ଭକ୍ତ ଚରଣ ଦାସ, ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଓ ବିଜେଡି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଭିତରେ ଜୋରଦାର ଲଢେଇ ଚାଲିଛି। ଗତଥର ବିଜୟୀ ବିଜେଡି ପ୍ରାର୍ଥୀ ଅର୍କ କେଶରୀ ଦେଓ ୩,୭୦, ୮୭୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ୩,୧୪, ୫୨୪ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ୩,୦୭, ୯୬୭ ଭୋଟ ପାଇଥିଲେ। ତିନି ଜଣ ପ୍ରାର୍ଥୀଙ୍କର ଏଠାରେ ସମାନ ପ୍ରଭାବ ଓ ପତିଆରା ଦେଖିବାକୁ ମିଳୁଛି। ତେଣୁ କଳାହାଣ୍ଡି ଆସନ ଏଥର ସବୁଠୁ ରୋମାଞ୍ଚକର ହେବାକୁ ଯାଉଛି।

ଚାରିଟି ଲୋକସଭା ଓ ୨୮ ଟି ବିଧାନସଭାରେ ଆଜି ଜନମତର ଗତି ଯାହା ହେବ, ତାହା ଆସନ୍ତା ସମୟରେ ଓଡିଶାର ଭବିଷ୍ୟତ ବିଷୟରେ ସଙ୍କେତ ପ୍ରଦାନ କରିବ। ଏଥର କିଏ କାହାଠୁ କେତେ ଆସନ ଛଡାଇପାରୁଛି ଓ କିଏ କେତେ ଯୋଡି ପାରୁଛି, ତାହା ଦେଖିବା ବାକି ରହିଲା।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

assembly election
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Latest News

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.