Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଗୋଟିଏ ପଟେ ଶ୍ରୀଜିୟୁ ଅଣସର ଘରେ, ଏପଟେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ
ଧର୍ମ

ଗୋଟିଏ ପଟେ ଶ୍ରୀଜିୟୁ ଅଣସର ଘରେ, ଏପଟେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ

June 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଟିଏ ପଟେ ଶ୍ରୀଜିୟୁ ଅଣସର ଘରେ, ଏପଟେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ, ଗୋଟିଏ ପଟେ ଶ୍ରୀଜିୟୁ ଅନସରରେ ଅଛନ୍ତି। ହେଲେ ପ୍ରଭୁଙ୍କ ରଥଯାତ୍ରା ପାଇଁ ରଖଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସାଧାରଣତଃ ତିନିରଥରେ ଖପୁରୀ ଏବଂ ପାରା ଭାଡ଼ି କୁ ମିଶାଇ ମୋଟ ୧୩ ପରସ୍ତ ପଟଳ ପଡିଥାଏ, ସେଥି ମଧ୍ୟରୁ ବର୍ତ୍ତମାନ କେବଳ ତିନି ରଥରେ ‘ବଡ ଧାରା ପଟଳ’ ପଡ଼ିଅଛି। ବାକି ୧୨ ପରସ୍ତ ପୋଟଳ ଗୁଡିକୁ ଜକିଆ କଣ୍ଟା ଵାଡ଼ିଆ ଯାଇ ପ୍ରସ୍ତୁତ କରାଯାଇଛି, ସମସ୍ତ ପୋଟଳ ରଥ ଉପରେ ସେଟିଙ୍ଗି ପୂର୍ବରୁ ପୋଟଳ ଗୁଡିକର ଚାରି ପାର୍ଶ୍ୱରେ ବାଗିଆ କଣ୍ଟା ବସି ପୋଟଳ ଫିଟିଙ୍ଗ କରାଯିବ ।

ତିନିରଥର ଦୁଇଟି ଲେଖାଁଏ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରି ଥିଲା, ଆଜି ୩୨ ଟି ଲେଖାଁଏ ପାଖୁଡା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଙ୍ଗ କରାଯାଇଛି,ସେଥିରେ ଆଲ୍ୟୁମିନିଅମ ଚଦର ପଡି ରଙ୍ଗ କାର୍ଯ୍ୟ ହେବ । ତିନିରଥର ୧୨ ଟି ଲଖୋଁଏ ‘କଣି ଫାଉଡା’ ନିର୍ମାଣ ଶେଷ ହୋଇଛି । ଏହି ‘କଣି ଫାଉଡା’ ତିନିରଥ ଭୁଇଁର ଛକାଠି କୋଣଗୁଡିକରେ ସେଟିଙ୍ଗ ହୋଇ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ ପକାଯାଇ ଥାଏ, ରଥରେ କନା ପଡିଲା ବେଳେ ରଥର ଗୋଲାକାର ସେଫ୍ ଆସିବା ସହ ରଥ କନା ଚିରି ନ ଥାଏ।

ତିନିରଥର ୫ ଟି ଲେଖାଏଁ ‘ଶାରୀକ ନିର୍ମାଣ ଶେଷ ହୋଇଅଛି । ଏହି ଶାରୀକ ଉପରେ ଶ୍ରୀ ବିଗ୍ରହ ମାନଙ୍କ ପ୍ରଭା ଫିଟିଙ୍ଗ ହୋଇଥାଏ । ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରଥକୁ ଆସିଲା ପରେ ରୁନ୍ଧା କାର୍ଯ୍ୟରେ ଏହି ଶାରୀକ ସହାୟକ ହୋଇଥାଏ । ତିନି ରଥର ବେଦି ଚାରିପାର୍ଶ୍ୱର ସମ୍ମୁଖ ଭାଗକୁ ଛାଡି ତାଗ ବା ବଟନ ପଡିଥିଲା ସେଥିରେ ରଥର ପଛ ଭାଗ ଏବଂ ଦକ୍ଷିଣ ପାର୍ଶ୍ୱରେ ପଟା ପଡ଼ିଅଛି ।

ଏଥିସହ ଆଜି ତିନି ରଥର ପ୍ରଥମ ଭୁଇଁ କଇଁଚିରେ ୮/୨ ସାଇଜର ୧୬ ଫୁଟ ଲମ୍ବ ‘ଅନ୍ଧାରି ତାଗ’ ଦୁଇଟିକୁ କାପ କରାଯାଇ ସେଟିଙ୍ଗ କରାଯାଇଅଛି । ଏହା କଇଁଚି ସହ ଭୁଇଁ ଶେଣି,ଭୁଇଁ ଖମ୍ବୀ ଏବଂ ପାଖୁଡାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏହା ମୂଳ ଭୁଇଁ କଇଁଚି ର ଉଭୟ ପାର୍ଶ୍ୱରୁ ସେଟିଙ୍ଗ କରାଯାଇ ଅଛି।

ତିନିରଥର ରୂପକାର ସେବକମାନେ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ତିନିରଥ ପଟାଗୁଜଗୁଡିକରେ ସିଂହ ବିରାଳ, ଗଜ ବିରାଳ ନର ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାଇ କମାର ଶାଳରେ ଓଝା ସେବକମାନେ ତିନି ରଥର କନକ ମୁଣ୍ଡି ସେଟିଙ୍ଗ ପାଇଁ ‘ବାହୁଟ ଫାଳୀଆ’ କଣ୍ଟା ୧୨ଟି ‘କାଣ୍ଡୁଚି ନାଟ ‘ କଣ୍ଟା ରୁ ୧୨ଟି ତିନି ରଥ ପାଇଁ ୨୪ଗୋଟି ଲଖୋଁଏ ନିର୍ମାଣ କରିବା ସହ ପୋଟଳ ଫିଟିଙ୍ଗ ପାଇଁ ଗୋଡି ଛାଲ ପୋଟଳ କଣ୍ଟା, ବାଗିଆ ପୋଟଳ କଣ୍ଟା, ପ୍ରତି ରଥ ପାଇଁ ୩୦୦ ଲେଖାଁଏ ଉକ୍ତ କଣ୍ଟା
ନିର୍ମାଣ ଶଷେ ର୍ପଯ୍ୟାୟରେ ପହଁଚିଛି।

ଜୟ ଜଗନ୍ନାଥ ରଥ ନିର୍ମାଣ ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ଏପ୍ରିଲ ପାଞ୍ଚ ତାରିଖରେ ଏହି ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.