Categories
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଲା ନୂଆ ଅନୁଭବ, ବ୍ୟାରିକେଟରେ ମିଳିଲା ବସିବା ବ୍ୟବସ୍ଥା

ପୁରୀ: ଆଜି ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ। ଏତର ଜଗାକୁ ଦର୍ଶନ କରିବା ପାଇଁ ଛିଡା ହୋଇ ଅପେକ୍ଷା କରିବା ଆବଶ୍ୟକ ନାହିଁ। ବ୍ୟାରିକେଟ ଭିତରେ ବସିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିବା ଭକ୍ତଙ୍କ ପକ୍ଷରେ କଷ୍ଟଦାୟକ ହୋଇପଡୁଥିଲା। ଏପରିକି ବରିଷ୍ଠ ଭକ୍ତମାନେ ଜଗାଦର୍ଶନ ପାଇଁ ଅସହୟ ଯନ୍ତ୍ରଣା ଭୋଗୀବାକୁ ପଡୁଥିଲା।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଠାରେ ବ୍ୟାରିକେଟ ଭିତରେ ବସି ଅପେକ୍ଷା କରିବାର ବନ୍ଦୋବସ୍ଥ କରିଛନ୍ତି। ସେତିକି ନୁହେଁ ଏହାକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଫଳରେ ଭକ୍ତମାନେ ଏହି ଏସି ଟନେଲ ଭିତରେ ଯେତେବେଳେ ଚାହିଁବେ ଛିଡା ହୋଇ କିମ୍ବା ବସିକି ଅପେକ୍ଷା କରିପାରିବେ। ଫଳରେ ନୂଆ ବର୍ଷରେ ଜଗା ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ସୁବିଧା ଆଣିଦେଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଖୁବଶୀଘ୍ର ଆସୁଛି ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ ପ୍ରଥମ ଓଡ଼ିଆ ୨ଡି ଆନିମେସନ ସିରିଜ

ଭୁବନେଶ୍ୱର: ପ୍ରମୁଖ ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ଟୁନ୍‌ଜ ମିଡିଆ ଗ୍ରୁପ୍‌ ଏବଂ ଓଡ଼ିଶାର ଉଦୀୟମାନ ଆନିମେସନ କମ୍ପାନୀ ଏଲି ଆନିମେସନ୍ସର ମିଳିତ ସହଭାଗିତାରେ ନିର୍ମିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ କରି ଶିଶୁମାନଙ୍କ ମନ ଜିଣିବା ସହ ସାରା ପରିବାରର ଲୋକପ୍ରିୟତା ହାସଲ କରିବା ଆଶା ରହିଛି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ଜଣା ଅଜଣା କାହାଣୀକୁ ଅଧିକ ସଂଖ୍ୟାରେ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲି ଆନିମେସନର ସଂକଳ୍ପବଦ୍ଧତାରୁ ଜନ୍ମ ନେଇଥିବା ଏହି ‘ଜୟ ଜଗନ୍ନାଥ’ ସିରିଜରେ ଆନିମେସନ ଜରିଆରେ ଏବଂ ମଜାଳିଆ ଶୈଳୀରେ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରାଯାଇଛି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମହକ ଏହି ସିରିଜରେ ପ୍ରତିଫଳିତ । ବନ୍ଧୁତା, ଭକ୍ତି ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏଥିରେ ଉପସ୍ଥାପନ କରାଯାଇଛି, ଯାହା ଲୋକଙ୍କୁ କାହାଣୀରେ ବାନ୍ଧିରଖିବ ।

ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ (ସିରିଜରେ ଜଗନ) ସହ ଭକ୍ତ ବଳରାମ ଦାସଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥପର ବନ୍ଧୁତାର କାହାଣୀ ରହିଛି । ବଳରାମ ଦାସ ଜଗନ୍ନାଥଙ୍କୁ ବନ୍ଧୁ, ରକ୍ଷାକର୍ତ୍ତା ଏବଂ ଦେବତାଭାବେ ଗ୍ରହଣ କରିଥିବାର କଥା ମଧ୍ୟ ରହିଛି । ଏହି ୫୨×୧୧’’ ଆନିମେଟେଡ୍ ସିରିଜର ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଓନର ହିସାବରେ ଏଲି ଆନିମେସନ ପକ୍ଷରୁ ଟୁନ୍‌ଜ ମିଡିଆ ଗ୍ରୁପ୍‌କୁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁସନ ରାଇଟ୍ସ ପ୍ରଦାନ କରାଯାଇଛି । ଏହି ସିରିଜ ପାରିବାରିକ ଏଣ୍ଟରଟେନମେଣ୍ଟ ଭିତ୍ତିକ ହୋଇଥିବାବେଳେ, ଏଥିରେ ଆକ୍ସନ, ହାସ୍ୟରସ ଏବଂ ମଜା ଭରି ରହିଛି । ଏହା ସହ ଦୈବୀଶକ୍ତି, ବନ୍ଧୁତାର ସୌନ୍ଦର୍ଯ୍ୟ ଏବଂ ଭାରତର ସାଂସ୍କୃତିକ ଐତିହ୍ୟ କଥା ବି ରହିଛି ।

ଡିଷ୍ଟ୍ରବ୍ୟୁସନ ବ୍ୟତୀତ, ଏଲି ଆନିମେସନ୍ସ ତରଫରୁ ଟୁନ୍‌ଜକୁ ଯେକୌଣସି ମାଧ୍ୟମରେ ଏବଂ ଫର୍ମାଟରେ ଏହି ସିରିଜକୁ ପରିଚାଳନା କରିବା ଏବଂ ଡିଷ୍ଟ୍ରିବ୍ୟୁଟ କରିବାର ଲାଇସେନ୍ସ ପ୍ରଦାନ କରିଛି । ଟୁନ୍‌ଜ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ସିରିଜକୁ ଡିଷ୍ଟ୍ରିବ୍ୟୁଟ କରିବାର ଅଧିକାର ପାଇଛି ।

ଟୁନ୍‌ଜ ମିଡିଆ ଗ୍ରୁପ୍‌ ଲାଇସେନ୍ସିଂ ଏବଂ ମର୍କାଣ୍ଡାଇଜିଂ କାର୍ଯ୍ୟକଳାପର ଦାୟିତ୍ୱ ମଧ୍ୟ ନେବ । ଫଳରେ ମର୍କାଣ୍ଡାଇଜ ଆଉଟଲେଟ ସକାଶେ ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ମର୍କାଣ୍ଡାଇଜକୁ ପ୍ରମୋଟ କରାଯାଇପାରିବ ।

ଟୁନ୍‌ଜ ମିଡିଆ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି ଜୟକୁମାର କହିଛନ୍ତି, ‘‘ଟୁନ୍‌ଜ ଏଲି ଆନିମେସନ୍ ସହିତ ଏକ ସ୍ଥାୟୀ ସମ୍ପର୍କ ସ୍ଥାପନ କରିସାରିଛି ଏବଂ ଏହି ଆକର୍ଷଣୀୟ ଆଇପି ପାଇଁ ଆମେ ପୁଣିଥରେ ସେମାନଙ୍କ ସହ ଯୋଡ଼ିହୋଇ ବେଶ ଖୁସି । ‘ଜୟ ଜଗନ୍ନାଥ’ ନିଶ୍ଚିତ ଭାବରେ ପିଲାଙ୍କ ସମେତ ସମସ୍ତ ବୟସ ବର୍ଗର ଦର୍ଶକଙ୍କୁ ମନୋରଞ୍ଜନ ଦେବ । ଆମେ ନିଶ୍ଚିତ ଯେ ଆମ ଦୁହିଁଙ୍କ ପାଇଁ ବହୁତ ସୁଯୋଗ ଅଛି ଏବଂ ଏହି ଆଇପିକୁ ସଫଳ କରିବା ପାଇଁ ଆଗ୍ରହୀ ଅଛୁ ।’’

ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳାଇ କହିଛନ୍ତି, ‘ଜୟ ଜଗନ୍ନାଥ’କୁ ସାରା ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଟୁନ୍‌ଜ ମିଡିଆ ଗ୍ରୁପ୍ ସହ ସହଭାଗିତା କରି ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ଲକ୍ଷ୍ୟ ହେଉଛି ପ୍ରଭୁ ଜଗନ୍ନାଥଙ୍କ କାହାଣୀର ସମୃଦ୍ଧତାକୁ ଏକ ଆକର୍ଷଣୀୟ ତଥା ସାଂସ୍କୃତିକ ଉପାୟରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ।

ଟୁନ୍‌ଜ ହେଉଛି ଏକ ୩୬୦-ଡିଗ୍ରୀ ମିଡିଆ ପାୱାରହାଉସ ଯାହାକି ଦୁଇ ଦଶନ୍ଧିରୁ ଅଧିକ ବର୍ଷର ଅନନ୍ୟ ଅନୁଭୂତି ଏବଂ ବିଶ୍ୱର ସବୁଠାରୁ ସକ୍ରିୟ ଆନିମେସନ ପ୍ରଡ଼କ୍ସନ ଷ୍ଟୁଡିଓ ମଧ୍ୟରୁ (୧୦,୦୦୦ ମିନିଟରୁ ଅଧିକ ୨ଡି ଏବଂ ସିଜିଆଇ ଶିଶୁ ଏବଂ ପରିବାର ବିଷୟବସ୍ତୁ) ଅନ୍ୟତମ । ଟୁନ୍‌ଜ ପାଖରେ ଏହାର ଅନେକ ଆନିମେସନ ଏବଂ ଲାଇଭ ଆକ୍ସନ ସିରିଜ ଏବଂ ଓ୍ୱଲଭରାଇନ, ମାର୍ଭେଲ ସହିତ ଦି ଏକ୍ସ-ମେନ, ସ୍ପିଡ୍ରେସର, ନେକ୍ସଟ ଜେନେରେସନ ସହିତ ଲାୟନ୍ସଗେଟ, ୟୁନିଭର୍ସାଲ୍ ସହିତ ମୋଷ୍ଟଲି ଘୋଷ୍ଟଲି, ଗମ୍ମି ବିୟର ଏବଂ ଫ୍ରେଣ୍ଡସ ସହିତ ଅଧିକ ଚଳଚ୍ଚିତ୍ର ରହିଛି। ବ୍ଲକ୍ ଚେନ୍ ଆରଏନଡି କମ୍ପାନୀ ଗାର୍ଡିଆନ ଲିଙ୍କ ସହିତ ମିଳିତ ଭାବରେ ଟୁନ୍‌ଜ ଏହାର ପ୍ରଥମ ପ୍ରକାରର ଏନଏଫଟି ଡିଜାଇନ୍ ଲ୍ୟାବ୍ – ଟୁନ୍‌ଜ ଏନଏଫଟି ଲ୍ୟାବ୍ସ ଲଞ୍ଚ କରି ଏନଏଫଟି ସ୍ପେସରେ ପ୍ରବେଶ କରିଛି। www.toonz.co
ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଆନିମେସନ ସେଗମେଣ୍ଟରେ ଏକ ପ୍ରମୁଖ ରପ୍ତାନିକାରୀ କମ୍ପାନୀ ଭାବରେ ଏଲି ଆନିମେସନଗୁଡ଼ିକ ଆଗକୁ ବଢ଼ୁଛି। ଅତ୍ୟାଧୁନିକ ଜ୍ଞାନକୌଶଳ, ସର୍ବୋଚ୍ଚ ଗୁଣ ଏବଂ ମୌଳିକ କାହାଣୀ କହିବା ଶୈଳୀ ପ୍ରଦାନ କରୁଛି । ଏକ ଶକ୍ତିଶାଳୀ ଅନ୍ତର୍ଜାତୀୟ ଉପସ୍ଥିତି ସହିତ ୩୬ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ରପ୍ତାନିକାରୀ, ଏଲି ଆନିମେସନ ବର୍ତ୍ତମାନ ନିଜସ୍ୱ ଆଇପି ପ୍ରଡକ୍ଟ ଏବଂ ଟୁନ୍‌ଜ ସହିତ ଏକ ଅନ୍ତର୍ଜାତୀୟ ଆଇପି ସହଭାଗୀତା ସହିତ ଆଗକୁ ଆଗକୁ ବଢ଼ିଚାଲିଛି। www.eleanimations.com ରେ ଅଧିକ ଜାଣନ୍ତୁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ଏମିତି କାହିଁକି କହିଲା ଓଡିଶା କଂଗ୍ରେସ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ ।

ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ଓଡ଼ିଶା କଂଗ୍ରେସ ଦଳର ସଭାପତି ମନୋନୟନ ପରେ ଶ୍ରୀ ଶରତ ପଟ୍ଟନାୟକ ତାଙ୍କର ପ୍ରଥମ ନବସଂକଳ୍ପ ସମାବେଶରେ ଆହ୍ୱାନ ଦେଇ କଂଗ୍ରେସ କର୍ମୀ ଓ କର୍ମକର୍ତାଙ୍କୁ ବାର୍ତା ଦେଇଥିଲେ ଯେ ଆମେ ସର୍ବଧର୍ମ ସମନ୍ୱୟରେ ବିଶ୍ୱାସ କରୁ । କିନ୍ତୁ ଓଡ଼ିଆ ଜାତିର ଠାକୁର ଆମର ନେତା ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ”।

ଏଣୁ ସମସ୍ତ କଂଗ୍ରେସ କର୍ମକର୍ତା ସଭାର ଆରମ୍ଭରେ ଜୟ ଜଗନ୍ନାଥ ଧ୍ୱନି ଦେବାକୁ ଆହ୍ୱାନ ଦେଇଥିଲେ । ସେହି ପଥକୁ ଆଜି ମୁଖ୍ୟମନ୍ତ୍ରୀ ବାଛି ନେଇଛନ୍ତି । ବିଗତ ଦିନମାନଙ୍କରେ ଯେଉଁମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ତାସହ ସଂଲଗ୍ନ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରି ଦେଇଛନ୍ତି ସେହି ମାନଙ୍କ ମୁହଁରେ ଆଜି ଜୟ ଜଗନ୍ନାଥ ଧ୍ୱନି ସଇତାନର ବେଦପାଠ ଭଳି ଲାଗୁଛି । ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତାଙ୍କ ରତ୍ନଭଣ୍ଡାର ଚାବି ମିଳିଲା ନାହିଁ, ତା ଉପରେ ଯେଭଳି ପ୍ରହେଳିକା ସୃଷ୍ଟି କରାଗଲା ଏବେ ମଧ୍ୟ ସାଢ଼େ ଚାରିକୋଟି ଓଡ଼ିଆ ସଂଦେହ ଘେରରେ ଅଛନ୍ତି । ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନର ହିସାବ ସମସ୍ତ ଦାବି ସତ୍ୱେ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ପର୍ଯ୍ୟଟନର ବିକାଶ ନାମରେ ଆଧ୍ୟାତ୍ମ୍ୟ ଭାବନାପ୍ରତି କୁଠାରଘାତ କରୁଥିବା ସରକାର ସୌନ୍ଦର୍ଯ୍ୟ କରଣ ନାମରେ ଗତ ଦୁଇବର୍ଷ ହେବ ଶହ ଶହ କୋଟି ଟଙ୍କାରେ କ୍ରଂଟାକ୍ଟରଙ୍କୁ ପୋଷା ଚାଲିଛି । ପ୍ରଭୁ ସବୁ ଦେଖୁଛନ୍ତି, ମଣିଷର ମୃତ୍ୟୁ ପାଖେଇ ଆସିଲେ, ମଣିଷ ପ୍ରଭୁଙ୍କ ଶରଣାପନ୍ନ ହୁଏ । ବିଜେଡ଼ିର ସର୍ବସ୍ୱଙ୍କର ସେହି ଅବସ୍ଥା ଆସିଯାଇଛି । ପ୍ରଭୁ ତାଙ୍କ ସହାୟ ହୁଅନ୍ତୁ ।

ବିମଳ ପ୍ରଶନ୍ନ ଦାସ କମିଶନଙ୍କ ନାମରେ ଦ୍ୱାହି ଦେଇ କାର୍ଯ୍ୟକରୁଥିବା ସରକାର କମିଶନଙ୍କ ପ୍ରକୃତ ରିପୋର୍ଟକୁ ଯଥାଶୀଘ୍ର ସାର୍ବଜନୀନ କରିବା ସହ ପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟଟି ତୁରନ୍ତ କରନ୍ତୁ ବୋଲି କଂଗ୍ରେସ ଦଳ ଦୃଢ଼ ଦାବି କରୁଛି । ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସର୍ବଶ୍ରୀ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ କହିଲେ ‘ଜୟ ଜଗନ୍ନାଥ’

ଭୁବନେଶ୍ବର: ବିଜେଡିର ଟାଣୁଆ ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ କହିଲେ ଜୟ ଜଗନ୍ନାଥ। ସେ କହିବାର କାରଣ ରହିଛି। ଯେତେବେଳେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ବିଧାୟକ ସାଂସଦ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ ସେତେବେଳେ କେତେକ ବିରୋଧୀ ସମାଲୋଚନା କଲେ। ତାହା ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର କାହିଁକି ଜୟ ଜଗନ୍ନାଥ କହୁ ନାହାଁନ୍ତି।

ଏପରି ଟିପଣ୍ମୀ ପରେ ଦିଲ୍ଲୀରେ ଥିବା ସସ୍ମିତ ଥରେ ନୁହେଁ ଦୁଇଥର ଭିନ୍ନ ପୋଷାକରେ ଜୟ ଜଗନ୍ନାଥ କହି ଭିଡିଓ ପୋଷ୍ଟିଂ କରିଛନ୍ତି। ସେ ସଂସଦ ଭବନରେ ଥରେ ହାପ ଜ୍ୟାକେଟ ପିନ୍ଧି କହିଥିବା ବେଳେ ପୁଣି ପଂଜାବୀ ଏବଂ ବେକରେ ନାଲି ଉତ୍ତରୀୟ ପକାଇ ଜୟ ଜଗନ୍ନାଥ କହିଛନ୍ତି। ଏପରି ଭିଡିଓ ଦେଖିବା ପରେ ବିରୋଧୀ ମୁହଁ ବନ୍ଦ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ‘ଶଙ୍ଖ ମୋ ଗର୍ବ’ ପରେ ଏବେ ‘ଜୟ ଜଗନ୍ନାଥ’ ସ୍ଲୋଗାନ, ହେଲେ ଏମିତି କାହିଁକି ?

ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି।

ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ।

‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ କଲେ। ସେହିପରି କେତେକ ‘ଓଡିଶା ମୋ ଗର୍ବ’ କହି ବିଜେଡିକୁ ପରୋକ୍ଷରେ ସମାଲୋଚନା କଲେ। ହେଲେ ଏସବୁକୁ ସମାଲୋଚନା ନେଇ ବିଜେଡି ନେତା ଚୁପଚାପ। ସେମାନେ ନା ଏହାକୁ ନେଇ କୌଣସି ଭିଡିଓ ପୋଷ୍ଟିଂ କଲେ ନା କିଛି ଉତ୍ତର ଦେଲେ।

ଏହି ‘ଶଙ୍ଖ ମୋ ଗର୍ବ’ କିଛିଦିନ ଚାଲିବା ପରେ ସମସ୍ତେ ଚୁପଚାପ ହେଲେ। ଏବେ ପୁଣି ହଠାତ ବିଜେଡି ନୂଆ ନାରା ନେଇ ସାମାଜିକ ଗଣମାଧ୍ୟମ ଆଗକୁ ଆସିଛି। ଏଥର ନାରା ହେଲା ‘ଜୟ ଜଗନ୍ନାଥ’। ପୂର୍ବପରି ସବୁ ନେତା ମନ୍ତ୍ରୀ, ବିଧାୟକ ସାଂସଦ ଏହି ଜୟ ଜଗନ୍ନାଥ ନାରା ଦେଇ ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ଏହି ସ୍ଲୋଗାନ ମଧ୍ୟ ପୂର୍ବ ପରି ଗାଁ ଗଣ୍ଡାକୁ ବ୍ୟାପିବାରେ ଲାଗିଛି। ଜଗନ୍ନାଥ ଫଟୋ କିମ୍ବା ମୂର୍ତ୍ତି ଆଗରେ ଛିଡା ହୋଇ ଏହି ସ୍ଲୋଗାନ ଦିଆଯାଉଛି।

ତେବେ ବିଜେଡି ଏଥର ଏକ ନୂଆ ତରିକା ଆପଣେଇଛି, ଯେପରି ବିରୋଧୀ କିଛି କହିବାକୁ ବା ସମାଲୋଚନା କରିବାକୁ ରାସ୍ତା ପାଇବେ ନାହିଁ। କାରଣ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ କେହି କିଛି କହିପାରିବେ ନାହିଁ। ଏହା ଦ୍ବାରା ବିଜେଡି ଦୁଇଟି ଫାଇଦା ହାସଲ କରିବାକୁ ଯାଉଛି। ଜୟ ଜଗନ୍ନାଥ କହି ବିରୋଧୀଙ୍କ ବିରୋଧକୁ ଚୁପ କରାଇଥିବା ବେଳେ, ଅନ୍ୟପଟେ ଏହି ସ୍ଲୋଗାନ ଦ୍ବାରା ଧର୍ମିକ ସୂତାରେ ଲୋକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଛି।

ତେବେ ବର୍ତ୍ତମାନ ରାମ ନବମୀର ସମୟ ଥିବାରୁ କେତେକ ବିରୋଧି, ବିଜେଡିର ଏହି ନାରାକୁ ମୁକାବିଲା କରିବା ପାଇଁ ‘ଜୟ ଶ୍ରୀରାମ’ କହି ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ତେବେ ସେ ଯାହା ହେଲେ ମଧ୍ୟ ବିଜେଡି ପ୍ରଥମେ କିଛି ନୂଆ କରି ଦେଖାଇବା ପରେ ବିରୋଧୀ ବିରୋଧ କରିବା ଆରମ୍ଭ କରୁଛନ୍ତି। ଲାଗୁଛି ସତେ ଯେପରି ବିରୋଧୀଙ୍କୁ ଉସକାଇବା ପାଇଁ ବିଜେଡି ଏପରି ନୂଆ ନୂଆ ତରିକା ବଜାରକୁ ଛାଡୁଛି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ‘ଶିକ୍ଷକ ଅଭିନନ୍ଦନ ସମାରୋହ’: ‘ଜୟ ଜଗନ୍ନାଥ’ର ନାରାରେ ପ୍ରକମ୍ପିତ ହେଲା ଶିକ୍ଷାନୁଷ୍ଠାନ

କୋଟା: ଆମ ଦେଶରେ ଗୁରୁ ବା ଶିକ୍ଷକ ଓ ଅଭିଭାବକଙ୍କ ସ୍ଥାନ ଅନନ୍ୟ। ଶିକ୍ଷା ପରିବାରରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଆମ ସମାଜରେ ଶିକ୍ଷକ ସବୁଠୁ ଉର୍ଦ୍ଧ୍ୱରେ ଥିବା ବେଳେ ଶିକ୍ଷାର ବିଚାର, ସାରାଂଶ ମନୁଷ୍ୟକୁ ମହାନ କରିବାର ପରମ୍ପରା ବୋଲି ମଙ୍ଗଳବାର ରାଜସ୍ଥାନର କୋଟା ଠାରେ ଆୟୋଜିତ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଅଛି। ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଭାରତକୁ ବିକଶିତ ଦେଶ କରିବାର ସ୍ୱପ୍ନ ସେବେ ପୂରଣ ହେବ ଯେବେ ଦେଶର ନୂଆପିଢ଼ି ଜ୍ଞାନ ଆଧାରିତ ଅର୍ଥନୀତିର ନେତୃତ୍ୱ ନେବେ। ଯୁବପିଢ଼ିଙ୍କ ସଂକଳ୍ପ ଦ୍ୱାରା ହିଁ ଏହା ସମ୍ଭବ। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି -୨୦୨୦(ଏନଇପି) ପ୍ରଣୟନ କରାଯାଇଛି। ଭାରତକୁ ପୁନଃ ନିର୍ମାଣ ଓ ବିଶ୍ୱଗୁରୁ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ କଳ୍ପନା ଓ ଶିକ୍ଷକ ସମାଜକୁ ଏହାର ଦାୟିତ୍ୱ ନେବାକୁ ହେବ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆହେଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାତୃଭାଷାରେ ଅନୁସନ୍ଧାନକୁ ପ୍ରୋତ୍ସାହନ ଦିଆଯିବାର ଯୋଜନା କରାଯାଉଛି। ଓଡ଼ିଆ, ଆସାମୀ, ହିନ୍ଦି, ବାଙ୍ଗଲା ସମେତ ସବୁ ଆଞ୍ଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା। ସବୁ ଭାଷାର ସନ୍ଦେଶ ଓ ଭାବାବେଗ ସମାନ। ଏହି ସନ୍ଦେଶ ହେଉଛି ଭାରତକୁ ଗୁଲାମୀ ଶିକୁଳୀରୁ ମୁକ୍ତ କରିବା। ଶିକ୍ଷା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ। ଦେଶକୁ ଏକବିଂଶ ଶତାବ୍ଦୀରେ ବିଶ୍ୱଗୁରୁ କରିବାର ଦାୟିତ୍ୱ ଶିକ୍ଷକ ସମାଜକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ସହ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ଓଡ଼ିଆ ସମେତ ଅନେକ ଛାତ୍ରଛାତ୍ରୀଙ୍କ ସହ ସମବେତ ସ୍ୱରରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ‘ଜୟ ଜଗନ୍ନାଥ’ ଓ ‘ଭାରତ ମାତା କି ଜୟ’ ନାରାରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ମିଳିତ ସ୍ୱରରେ ନାରା ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କୋଟା ଶିକ୍ଷା ବିକାଶ ଫୋରମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ମାତୃଶକ୍ତି ସହ ଆଲୋଚନା କରିଥିଲେ।

Categories
ଧର୍ମ ବିଶେଷ ଖବର

ଗୋଟିଏ ପଟେ ଶ୍ରୀଜିୟୁ ଅଣସର ଘରେ, ଏପଟେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ, ଗୋଟିଏ ପଟେ ଶ୍ରୀଜିୟୁ ଅନସରରେ ଅଛନ୍ତି। ହେଲେ ପ୍ରଭୁଙ୍କ ରଥଯାତ୍ରା ପାଇଁ ରଖଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସାଧାରଣତଃ ତିନିରଥରେ ଖପୁରୀ ଏବଂ ପାରା ଭାଡ଼ି କୁ ମିଶାଇ ମୋଟ ୧୩ ପରସ୍ତ ପଟଳ ପଡିଥାଏ, ସେଥି ମଧ୍ୟରୁ ବର୍ତ୍ତମାନ କେବଳ ତିନି ରଥରେ ‘ବଡ ଧାରା ପଟଳ’ ପଡ଼ିଅଛି। ବାକି ୧୨ ପରସ୍ତ ପୋଟଳ ଗୁଡିକୁ ଜକିଆ କଣ୍ଟା ଵାଡ଼ିଆ ଯାଇ ପ୍ରସ୍ତୁତ କରାଯାଇଛି, ସମସ୍ତ ପୋଟଳ ରଥ ଉପରେ ସେଟିଙ୍ଗି ପୂର୍ବରୁ ପୋଟଳ ଗୁଡିକର ଚାରି ପାର୍ଶ୍ୱରେ ବାଗିଆ କଣ୍ଟା ବସି ପୋଟଳ ଫିଟିଙ୍ଗ କରାଯିବ ।

ତିନିରଥର ଦୁଇଟି ଲେଖାଁଏ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରି ଥିଲା, ଆଜି ୩୨ ଟି ଲେଖାଁଏ ପାଖୁଡା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଙ୍ଗ କରାଯାଇଛି,ସେଥିରେ ଆଲ୍ୟୁମିନିଅମ ଚଦର ପଡି ରଙ୍ଗ କାର୍ଯ୍ୟ ହେବ । ତିନିରଥର ୧୨ ଟି ଲଖୋଁଏ ‘କଣି ଫାଉଡା’ ନିର୍ମାଣ ଶେଷ ହୋଇଛି । ଏହି ‘କଣି ଫାଉଡା’ ତିନିରଥ ଭୁଇଁର ଛକାଠି କୋଣଗୁଡିକରେ ସେଟିଙ୍ଗ ହୋଇ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ ପକାଯାଇ ଥାଏ, ରଥରେ କନା ପଡିଲା ବେଳେ ରଥର ଗୋଲାକାର ସେଫ୍ ଆସିବା ସହ ରଥ କନା ଚିରି ନ ଥାଏ।

ତିନିରଥର ୫ ଟି ଲେଖାଏଁ ‘ଶାରୀକ ନିର୍ମାଣ ଶେଷ ହୋଇଅଛି । ଏହି ଶାରୀକ ଉପରେ ଶ୍ରୀ ବିଗ୍ରହ ମାନଙ୍କ ପ୍ରଭା ଫିଟିଙ୍ଗ ହୋଇଥାଏ । ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରଥକୁ ଆସିଲା ପରେ ରୁନ୍ଧା କାର୍ଯ୍ୟରେ ଏହି ଶାରୀକ ସହାୟକ ହୋଇଥାଏ । ତିନି ରଥର ବେଦି ଚାରିପାର୍ଶ୍ୱର ସମ୍ମୁଖ ଭାଗକୁ ଛାଡି ତାଗ ବା ବଟନ ପଡିଥିଲା ସେଥିରେ ରଥର ପଛ ଭାଗ ଏବଂ ଦକ୍ଷିଣ ପାର୍ଶ୍ୱରେ ପଟା ପଡ଼ିଅଛି ।

ଏଥିସହ ଆଜି ତିନି ରଥର ପ୍ରଥମ ଭୁଇଁ କଇଁଚିରେ ୮/୨ ସାଇଜର ୧୬ ଫୁଟ ଲମ୍ବ ‘ଅନ୍ଧାରି ତାଗ’ ଦୁଇଟିକୁ କାପ କରାଯାଇ ସେଟିଙ୍ଗ କରାଯାଇଅଛି । ଏହା କଇଁଚି ସହ ଭୁଇଁ ଶେଣି,ଭୁଇଁ ଖମ୍ବୀ ଏବଂ ପାଖୁଡାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏହା ମୂଳ ଭୁଇଁ କଇଁଚି ର ଉଭୟ ପାର୍ଶ୍ୱରୁ ସେଟିଙ୍ଗ କରାଯାଇ ଅଛି।

ତିନିରଥର ରୂପକାର ସେବକମାନେ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ତିନିରଥ ପଟାଗୁଜଗୁଡିକରେ ସିଂହ ବିରାଳ, ଗଜ ବିରାଳ ନର ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାଇ କମାର ଶାଳରେ ଓଝା ସେବକମାନେ ତିନି ରଥର କନକ ମୁଣ୍ଡି ସେଟିଙ୍ଗ ପାଇଁ ‘ବାହୁଟ ଫାଳୀଆ’ କଣ୍ଟା ୧୨ଟି ‘କାଣ୍ଡୁଚି ନାଟ ‘ କଣ୍ଟା ରୁ ୧୨ଟି ତିନି ରଥ ପାଇଁ ୨୪ଗୋଟି ଲଖୋଁଏ ନିର୍ମାଣ କରିବା ସହ ପୋଟଳ ଫିଟିଙ୍ଗ ପାଇଁ ଗୋଡି ଛାଲ ପୋଟଳ କଣ୍ଟା, ବାଗିଆ ପୋଟଳ କଣ୍ଟା, ପ୍ରତି ରଥ ପାଇଁ ୩୦୦ ଲେଖାଁଏ ଉକ୍ତ କଣ୍ଟା
ନିର୍ମାଣ ଶଷେ ର୍ପଯ୍ୟାୟରେ ପହଁଚିଛି।

Categories
ଆଜିର ଖବର ଧର୍ମ

ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରୁଷରେ ଜଗନ୍ନାଥ ଭକ୍ତମାନେ ନିର୍ମାଣ କଲେ ବରଫର ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି

ସାଇବେରିଆ, ରୁଷିଆରେ ଥିବା ଜଗନ୍ନାଥ ଭକ୍ତମାନେ ଏକ ଅଭିନବ ପରକଳ୍ପନା କରିଛନ୍ତି। ସେମାନେ ବରଫାବୃତ ସାଇବେରିଆ ଅଞ୍ଚଳରେ ନିର୍ମାଣ କରିଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି। ତେବେ ପଥର କିମ୍ବା କାଠରେ ନୁହେଁ। ସେମାନେ ସେଠାରେ ଜମାଟ ବନ୍ଧି ରହିଥିବା ବରଫ ଉପରେ ଏହି ତ୍ରିମୂର୍ତ୍ତି ନିର୍ମାଣ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ଏହି ବରଫରେ ସେମାନେ ବିଭିନ୍ନ ରଂଗ ଦେଇ ମୂର୍ତ୍ତି ତିନୋଟି ବେଶ୍ ଆକର୍ଷଣୀୟ କରିଛନ୍ତି। ଏଥିସହିତ ସେମାନେ ଏହି ବରଫରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୂର୍ତ୍ତି ତିନୋଟି ଏପରି ଅବିକଳ ହୋଇଛି ଯେ, ସେଠାକୁ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଜଗନ୍ନାଥ ଭକ୍ତଙ୍କ ଆଗମନ ହେବାରେ ଲାଗିଛି।