Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ଏମିତି କାହିଁକି କହିଲା ଓଡିଶା କଂଗ୍ରେସ
ବିଶେଷ ଖବର

ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ଏମିତି କାହିଁକି କହିଲା ଓଡିଶା କଂଗ୍ରେସ

March 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
congodisha
ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ଏମିତି କାହିଁକି କହିଲା ଓଡିଶା କଂଗ୍ରେସ ଦଳ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରତିକ୍ରୀୟାରେ କହିଛନ୍ତି ଯେ ଗତ କିଛିଦିନ ତଳେ ରାଜ୍ୟ ବିଜେଡ଼ି ଦଳ ନିଜ ନେତାଙ୍କ ଉପରୁ ଭରଷା ତୁଟାଇ ଦଳର ନିର୍ବାଚନ ସଂକେତ ତାଙ୍କର ଗର୍ବ ବୋଲି ଧ୍ୱନି ଦେଇ ଗଣମାଧ୍ୟମକୁ ପ୍ରକମ୍ପିତ କଲେ ।

ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଧ୍ୱନି, ଭଲ କଥା ଆମେ ସ୍ୱାଗତ କରୁଛୁ । କିନ୍ତୁ ୨୩ ବର୍ଷ ଶାସନ ପରେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ଓଡ଼ିଶା କଂଗ୍ରେସ ଦଳର ସଭାପତି ମନୋନୟନ ପରେ ଶ୍ରୀ ଶରତ ପଟ୍ଟନାୟକ ତାଙ୍କର ପ୍ରଥମ ନବସଂକଳ୍ପ ସମାବେଶରେ ଆହ୍ୱାନ ଦେଇ କଂଗ୍ରେସ କର୍ମୀ ଓ କର୍ମକର୍ତାଙ୍କୁ ବାର୍ତା ଦେଇଥିଲେ ଯେ ଆମେ ସର୍ବଧର୍ମ ସମନ୍ୱୟରେ ବିଶ୍ୱାସ କରୁ । କିନ୍ତୁ ଓଡ଼ିଆ ଜାତିର ଠାକୁର ଆମର ନେତା ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ”।

ଏଣୁ ସମସ୍ତ କଂଗ୍ରେସ କର୍ମକର୍ତା ସଭାର ଆରମ୍ଭରେ ଜୟ ଜଗନ୍ନାଥ ଧ୍ୱନି ଦେବାକୁ ଆହ୍ୱାନ ଦେଇଥିଲେ । ସେହି ପଥକୁ ଆଜି ମୁଖ୍ୟମନ୍ତ୍ରୀ ବାଛି ନେଇଛନ୍ତି । ବିଗତ ଦିନମାନଙ୍କରେ ଯେଉଁମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ତାସହ ସଂଲଗ୍ନ ମଠ ମନ୍ଦିର ସଂସ୍କୃତିକୁ ଧ୍ୱଂସ କରି ଦେଇଛନ୍ତି ସେହି ମାନଙ୍କ ମୁହଁରେ ଆଜି ଜୟ ଜଗନ୍ନାଥ ଧ୍ୱନି ସଇତାନର ବେଦପାଠ ଭଳି ଲାଗୁଛି । ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତାଙ୍କ ରତ୍ନଭଣ୍ଡାର ଚାବି ମିଳିଲା ନାହିଁ, ତା ଉପରେ ଯେଭଳି ପ୍ରହେଳିକା ସୃଷ୍ଟି କରାଗଲା ଏବେ ମଧ୍ୟ ସାଢ଼େ ଚାରିକୋଟି ଓଡ଼ିଆ ସଂଦେହ ଘେରରେ ଅଛନ୍ତି । ରତ୍ନ ଭଣ୍ଡାର ଖୋଲାଯାଇ ରତ୍ନର ହିସାବ ସମସ୍ତ ଦାବି ସତ୍ୱେ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ପର୍ଯ୍ୟଟନର ବିକାଶ ନାମରେ ଆଧ୍ୟାତ୍ମ୍ୟ ଭାବନାପ୍ରତି କୁଠାରଘାତ କରୁଥିବା ସରକାର ସୌନ୍ଦର୍ଯ୍ୟ କରଣ ନାମରେ ଗତ ଦୁଇବର୍ଷ ହେବ ଶହ ଶହ କୋଟି ଟଙ୍କାରେ କ୍ରଂଟାକ୍ଟରଙ୍କୁ ପୋଷା ଚାଲିଛି । ପ୍ରଭୁ ସବୁ ଦେଖୁଛନ୍ତି, ମଣିଷର ମୃତ୍ୟୁ ପାଖେଇ ଆସିଲେ, ମଣିଷ ପ୍ରଭୁଙ୍କ ଶରଣାପନ୍ନ ହୁଏ । ବିଜେଡ଼ିର ସର୍ବସ୍ୱଙ୍କର ସେହି ଅବସ୍ଥା ଆସିଯାଇଛି । ପ୍ରଭୁ ତାଙ୍କ ସହାୟ ହୁଅନ୍ତୁ ।

ବିମଳ ପ୍ରଶନ୍ନ ଦାସ କମିଶନଙ୍କ ନାମରେ ଦ୍ୱାହି ଦେଇ କାର୍ଯ୍ୟକରୁଥିବା ସରକାର କମିଶନଙ୍କ ପ୍ରକୃତ ରିପୋର୍ଟକୁ ଯଥାଶୀଘ୍ର ସାର୍ବଜନୀନ କରିବା ସହ ପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟଟି ତୁରନ୍ତ କରନ୍ତୁ ବୋଲି କଂଗ୍ରେସ ଦଳ ଦୃଢ଼ ଦାବି କରୁଛି । ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସର୍ବଶ୍ରୀ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

JaiJagnnath କଂଗ୍ରେସ ଜୟ ଜଗନ୍ନାଥ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

August 4, 2026
Latest News

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.