Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ସଂଗଠନ ନିଷ୍ପତି କମ ସରକାରଙ୍କ ବିରୋଧରେ ଗର୍ଜନ ଅଧିକ
ବିଶେଷ ଖବର

ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ସଂଗଠନ ନିଷ୍ପତି କମ ସରକାରଙ୍କ ବିରୋଧରେ ଗର୍ଜନ ଅଧିକ

June 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ସଂଗଠନ ନିଷ୍ପତି କମ ସରକାରଙ୍କ ବିରୋଧରେ ଗର୍ଜନ ଅଧିକ

ଭୁବନେଶ୍ବର, ଶେଷ ହୋଇଛି  ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକ। ସାଧାରଣତଃ ଏପରି ବୈଠକରେ ସଂଗଠନ କାମ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥାଏ। ହେଲେ ବିଜେପି ତରଫରୁ ଜାରୀ ପ୍ରେସ ବିଜ୍ଞପ୍ତିରେ ସଂଗଠନ ସୁଦୃଢ ପାଇଁ କଣ ନିଷ୍ପତି ହେଲା ସେ ସବୁ କିଛି ନାହିଁ। ରହିଛି କେବଳ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ବିଫଳ ହେଲେ। ତିନି ପୃଷ୍ଠା କେବଳ ରାଜ୍ୟ ସରକାରଙ୍କୁ ଗାଳି କରି କରି ଶେଷ ହୋଇଛି।

ସାଂଗଠାନିକ ନିଷ୍ପତି ମଧ୍ୟରେ ରହିଛି କେବଳ ରାଜ୍ୟ ସରକାରଙ୍କ ବିଫଳତାକୁ ଘରେଘରେ ପହଁଚାଇବା ପାଇଁ ବିଜେପି କାର୍ଯ୍ୟ କରିବ। ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିବ ବୋଲି ନିଷ୍ପତି ହୋଇଛି। ରାଜ୍ୟ ସରକାର କୋଭିଡ ମୁକାବିଲା, ମଣ୍ଡି ସମସ୍ୟା, ଚାଷୀମାରଣ ନିତି, ମନେରଗା ଦୁର୍ନିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତି ବିଫଳତାକୁ ଲୋକଙ୍କ ନିକଟକୁ ନେବାକୁ ବିଜେପି କାର୍ଯ୍ୟ କରିବ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିଫଳତା ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସଫଳତାର ବାର୍ତ୍ତା ପହାଁଚାଇବା ପାଇଁ ମଧ୍ୟ ଦଳ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ଓଡିଶାକୁ ଯେପରି ସହଯୋଗର ହାତ ବଢାଇଛନ୍ତି ତାହାର ଦଳ ପ୍ରଚାର ପ୍ରସାର କରିବ। ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନା କିପରି ହାତାଧିକାରୀ ହାସଲ କରିବେ ସେ ନେଇ କାର୍ଯ୍ୟ କରିବ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଦଳର ପ୍ରମୁଖ ନେତାମାନେ ଉପଦେଶ ଦେଇଥିଲେ। ଓଡିଶାର ପରିବର୍ତ୍ତନ ପାଇଁ କର୍ମିମାନେ ଗୁଣ୍ଡୁଚି ମୂଷା ହେବାର ଆବଶ୍ୟକତା ରହିଛି ବୋଲି ନେତାମାନେ କହିଥିଲେ। ମୁଖ୍ୟତଃ କର୍ମିମାନଙ୍କୁ ସାମାଜିକ ଗଣମାଧ୍ୟମରେ ଯୋଡି ସେମାନଙ୍କର ସମସ୍ୟା ଉପରେ ଅବଗତ ହେବାକୁ କହିଥିଲେ।

ଭର୍ଚୁୟାଲ ମାଧ୍ୟମରେ ହୋଇଥିବା ଏହି ବୈଠକକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଜେପି ସାଂସଦଗଣ ମଧ୍ୟ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026

ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.