Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ
ଜାତୀୟ ଖବର

କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ

July 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ, ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ମଧ୍ୟ ଯାଇଛନ୍ତି।

ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ ।

କେନ୍ଦ୍ର ସରକାର ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ’ ଦୃଷ୍ଟିକୋଣ ସହିତ ଏହି ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇର ନେତୃତ୍ୱ ନେଉଛନ୍ତି । କୋଭିଡ ପରିଚାଳନା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରୟାସକୁ ମଜଭୁତ କରିବା ସକାଶେ ଜାରି ରହିଥିବା ଉଦ୍ୟମ ଭାବେ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରିଦର୍ଶନ ନିମନ୍ତେ କେନ୍ଦ୍ରୀୟ ଟିମ ମୁତୟନ କରୁଛନ୍ତି ।

ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର‌୍ୟ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରରେ ଟିମ୍ ମୁତୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଏବେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ମଣିପୁରକୁ ପଠାଯାଇଥିବା ଟିମର ନେତୃତ୍ୱ ଇଏମଆରର ଅତିରିକ୍ତ ଡିଡିଜି ଓ ନିର୍ଦ୍ଦେଶକ ଡ. ଏଲ୍ ସ୍ୱସ୍ତିଚରଣ ନେଉଥିବା ବେଳେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ସଞ୍ଜୟ ସାଧୁଖାନଙ୍କ ନେତୃତ୍ୱରେ ଏକ ଟିମ୍ ଅରୁଣାଚଳ ପ୍ରଦେଶ ପଠାଯାଇଛି ।

ସେହିଭଳି ତ୍ରିପୁରାକୁ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ଆର୍ ଏନ୍ ସିହ୍ନା ଦିର୍ଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ କେରଳ ପାଇଁ ଆରଓଏଚଏଫଡବ୍ଲ୍ୟୁର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜିଆର୍.-୨ ଡ. ରୁଚି ଜୈନଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ ଛତିଶଗଡ଼ରେ ଏମସ ରାୟପୁର ସହକାରୀ ପ୍ରଫେସର ଡ. ଦିବାକର ସାହୁଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ରାଜ୍ୟଗୁଡ଼ିକ ଯେଉଁ ଉଦ୍ୟମ କରୁଛନ୍ତି, ଏହି ଟିମ୍ ଗୁଡ଼ିକ ସେଥିରେ ସହଯୋଗ କରିବେ ।

ଏହି ରାଜ୍ୟଗୁଡ଼ିକୁ ପଠାଯାଇଥିବା ଦୁଇ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସେବା ବିଶେଷଜ୍ଞ ସାମିଲ ଅଛନ୍ତି । ଏହି ଟିମଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ଗସ୍ତ କରି କୋଭିଡ-୧୯ ପରିଚାଳନା, ବିଶେଷକରି ଟେଷ୍ଟିଙ୍ଗ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାଯ୍ୟକାରିତାର ତଦାରଖ କରିବେ । ଏହାସହିତ କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଆଦି, ଏବଂ ସର୍ବୋପରି କୋଭିଡ-୧୯ ଟିକାକରଣ ଅଗ୍ରଗତିର ମଧ୍ୟ ତଦାରଖ କରିବେ । ଟିମଗୁଡ଼ିକ କୋଭିଡ ସ୍ଥିତିର ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ।

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସ୍ଥିତିର ମୂଲ୍ୟାୟନ କରିବେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଜନସ୍ୱାସ୍ଥ୍ୟ କାର‌୍ୟ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ପ୍ରଦାନ କରିବେ । ଏ ସଂକ୍ରାନ୍ତ ରିପୋର୍ଟର ନକଲଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।

କରୋନା ମହାମାରୀ କେନ୍ଦ୍ରୀୟ ଟିମ ଦ୍ୱିତୀୟ ଲହର
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.