ଉତ୍ତରାଖଣ୍ଡର ସରିଲା ଅନିଶ୍ଚିତତା ରାଜନୀତି, ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା, ସଂଧ୍ୟାରେ ଶପଥ

Published: Jul 3, 2021, 4:30 pm IST

ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ଶେଷରେ ବରିଷ୍ଠ ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉତ୍ତରାଖଣ୍ଡ ବିଧାନସଭାରେ ତାଙ୍କୁ ବିଜେପିର ନେତା ଭାବରେ ମନୋନିତ କରାଯାଇଛି।

ଧାମି ହେଉଛନ୍ତି ଉତ୍ତରାଖଣ୍ଡର ଉଦାମସିଂ ନଗର ଜିଲ୍ଲାର ଖାତିମା ନିର୍ବାଚନ ମଣ୍ଡଳୀର ବିଧାୟକ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତିରଥ ସିଂ ରାୱତଙ୍କ ସ୍ଥାନ ନେବେ ଧାମି।

ଉତ୍ତରାଖଣ୍ଡର ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ଆଜି ସକାଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଡେରାଡୁନରେ ପହଁଞ୍ଚିଥିଲେ। ସେଠାରେ ସେ ବରିଷ୍ଠ ନେତା ତଥା ବିଧାୟକଙ୍କ ସହିତ ଆଲୋଚନା ପରେ ଧାମିଙ୍କ ନାମ ମନୋନିତ କରାଯାଇଛି ବୋଲି ଜଣାପଡିଚି।

Related posts