ଫୋକସରେ ଉତ୍ତର ପ୍ରଦେଶ, ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏକାଥରେ ନଅଟି ମେଡିକାଲ କଲେଜ

Published: Jul 4, 2021, 3:04 pm IST

Uttar Pradesh Election2022: ଆସନ୍ତା ବର୍ଷ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସେଥିପାଇଁ ସବୁଦଳ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେହିପରି ଶାସକ ବିଜେପି ମଧ୍ୟ ନିର୍ବାଚନ ପୂର୍ବରୁ ବିଭିନ୍ନ ନୂଆନୂଆ ପ୍ରକଳ୍ପ ଘୋଷଣା କରିବା ଆରମ୍ଭ କଲେଣି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଉପରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି।

ସେଥିପାଇଁ ଚଳିତ ମାସରେ ନଅଟି ନୂତନ ମେଡିକାଲ କଲେଜ ଉଦଘାଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ତେବେ ଏ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ସୂଚନା ଅନୁସାରେ ୟୁପିର ନୂତନ ମେଡିକାଲ କଲେଜଗୁଡ଼ିକ ଦେବରିଆ, ଏତା, ଫତେହପୁର, ଗାଜୀପୁର, ହରଦେଇ, ଜୋନପୁର, ମିର୍ଜାପୁର, ପ୍ରତାପଗଡ ଏବଂ ସିଦ୍ଧାର୍ଥନଗର ଜିଲ୍ଲାରେ ସ୍ଥାପନ କରାଯାଇଛି।

ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ନଅଟି ନୂତନ ମେଡିକାଲ କଲେଜ ଉଦଘାଟନ କରିବେ। ଏତେ ସଂଖ୍ୟକ ମେଡିକାଲ କଲେଜ ଏକା ସାଙ୍ଗରେ ଉଦଘାଟନ ହେବା ୟୁପି ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ରୋଗୀମାନଙ୍କୁ ଗୋଟିଏ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ନ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ୍ କଲେଜ ରହିବ। ସେଥିପାଇଁ ଏହି ପଦକ୍ଷେପ ନିଆଯାଉଛି।

Related posts