Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ଆଶ୍ଚର୍ଯ୍ୟ ହେବେ ଶହେ ବର୍ଷ ତଳର ରଥଯାତ୍ରାରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ହୋଇଥିଲା ପ୍ରଚେଷ୍ଠା
RathJatra

ଆଶ୍ଚର୍ଯ୍ୟ ହେବେ ଶହେ ବର୍ଷ ତଳର ରଥଯାତ୍ରାରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ହୋଇଥିଲା ପ୍ରଚେଷ୍ଠା

July 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ ହେବେ ଶହେ ବର୍ଷ ତଳେ ମଧ୍ୟ ରଥଯାତ୍ରାରେ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଁ କରାଯାଇଥିଲା ଚେଷ୍ଠା

ଭୁବନେଶ୍ବର, ଗତ ବର୍ଷ ଏବଂ ଚଳିତ ବର୍ଷ ଶ୍ରୀମନ୍ଦିର ଇତିହାସରେ ରଥଯାତ୍ରା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କରୋନା ସଂକ୍ରାମଣ ପାଇଁ ଗତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିପରି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ନିଷ୍ପତି କରାଯାଇଛି। ରଥଯାତ୍ରା ଦିନ ପୁରୀରେ କର୍ଫୁ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି। ଏହିପରି ଘଟଣା ରଥଯାତ୍ରା ଇତିହାସରେ କେବେ ବି ହୋଇ ନ ଥିଲା।

ତେବେ ଠିକ୍ ଶହେ ବର୍ଷ ତଳେ, ଅର୍ଥାତ 1920 ମସିହାରେ ଏହିପରି ଏକ ମହାମାରୀ ସମୟରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ସେ ସମୟରେ ଉପକୂଳ ଓଡିଶାରେ ହଇଜା ମହାମାରିର ପ୍ରକୋପ ବୃଦ୍ଧି ପାଇଥିଲା। ସେତେବେଳେ ଝାଡାବାନ୍ତିରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ। ମୁଖ୍ୟତଃ ଏହି ରୋଗ ଡିଆଁ ରୋଗ ହୋଇଥିବାରୁ ତାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସହଜ ନ ଥିଲା।

ଯେତେବେଳେ ରଥଯାତ୍ରା ପାଖେଇଲା ସେତେବେଳେ ବ୍ରିଟିସ ପ୍ରଶାସକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା। କାରଣ ଶ୍ରୀଜୀୟୁଙ୍କୁ ରଥରେ ଦେଖିବା ପାଇଁ ହଜାର ହଜାର ଭକ୍ତ ଏକାଠି ହେବେ। ଫଳରେ ଏହି ମହାମାରି ନିଶ୍ଚିତ ଭାବେ ଏକ ବିସ୍ପୋରଣ ପରିସ୍ଥିତି ସୃଷ୍ଟି କରିବ ବୋଲି ସମସ୍ତେ ଆଶାଙ୍କା କରିଥିଲେ। ଏ ନେଇ ସେତେବେଳେ ଉଚ୍ଚ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସେତେବେଳେ କୌଣସି ଟିଭି ରେଡିଓ ପରି ପ୍ରଚାର ମାଧ୍ୟମ କିଛି ନ ଥିବାରୁ ଭକ୍ତଙ୍କୁ ମନା କରିବାର କୌଣସି ସୁବିଧା ହୋଇପାରି ନ ଥିଲା।

ଫଳରେ ବ୍ରିଟିସରମାନେ ଭକ୍ତମାନଙ୍କୁ ପୁରୀ ନ ଯିବା ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ନିଯୁକ୍ତ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ। ଆଶ୍ଚର୍ଯ୍ୟର କଥା ସେ ବର୍ଷ ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭକ୍ତଙ୍କର ସମାଗମ ହୋଇଥିଲା।

ଏହାକୁ ନେଇ ସେତେେବଳେ ଉତ୍କଳ ଦୀପିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ତାହା ହେଲା – ସିଭିଲ କର୍ତ୍ତୃପକ୍ଷଙ୍କ ନିଷେଧ ସତ୍ତ୍ୱେ ରଥଯାତ୍ରା ଦର୍ଶନାଭିଳାଷୀ ଯାତ୍ରୀଙ୍କର ପରିମାଣ ଆଶାତୀତ ବୃଦ୍ଧି ହୋଇଥିଲା ଏବଂ ସମୟେ ସମୟେ ସ୍ପେଶିଆଲ ଟ୍ରେନ ମଧ୍ୟ ଆସିଥିଲା। ଦେଖୁ ଦେଖୁ ସହର ଓ ସାହିମାନଙ୍କରେ ଥିବା ସାନ ବଡ ପକ୍କା ଘର, ଧର୍ମଶାଳା ଓ ଗୁଣ୍ଡିଚା ପାଖ ଟିଣଘର ମାନ ଯାତ୍ରୀପୂର୍ଣ୍ଣ ହୋଇଥିଲା।“ (ପୁରୀ ରଥଯାତ୍ରା, ୨୬, ଜୁନ,୧୯୨୦, ଉତ୍କଳ ଦୀପିକା)

ବର୍ତ୍ତମାନର କରୋନା ପରି ଶହେ ବର୍ଷ ତଳେ କଲେରା ମହାମାରି ମଧ୍ୟ ରଥଯାତ୍ରା ପରିଚାଳନା ନେଇ ତତକାଳିନ ପ୍ରଶାସନକଙ୍କର ମୁଣ୍ଡବିନ୍ଧା କରିଦେଇଥିଲା।

ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026
Latest News

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.