Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା
ଜାତୀୟ ଖବର

ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା

July 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ, ପ୍ରଖ୍ୟାତ ହିନ୍ଦୀ ସିନେମା ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ସେ 98 ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈଜଲ ଫାରୁକି ଆଜି ଅଭିନେତାଙ୍କ ମୃତ୍ୟୁ ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି। ଦିଲୀପ କୁମାରଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ବଲିଉଡରେ ‘ଟ୍ରାଜେଡି କିଙ୍ଗ’ ଭାବେ ଜଣାଶୁଣା ଦିଲୀପ କୁମାର ଶେଷରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ହିନ୍ଦୀ ସିନେମାକୁ ‘ମୁଗଲ୍ ଇ ଆଜମ୍’, ‘ମଧୁମତି’, ‘ଦେବଦାସ’ ଏବଂ ‘ଗଙ୍ଗା ଜାମୁନା’ ଭଳି ଚଳଚ୍ଚିତ୍ରର ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦାନ କରିଥିବା ଏହି ଅଭିନେତା ପ୍ରାୟ 60 ବର୍ଷ ଧରି ବଡ ପରଦାରେ ଶାସନ କରିଥିଲେ।

ଦିଲ୍ଲୀପ କୁମାରଙ୍କ ଅଭିନିତ ଦେବଦାସ ସେତେବେଳେ ବେଶ ଚହଳ ପକାଇଥିଲା। ଦେବଦାସ ନାମରେ କେତେକ ଚଳଚିତ୍ର ହୋଇଥିଲେ ମଧ୍ୟ ଦିଲ୍ଲୀପଙ୍କ ଅଭିନିତ ଦେବଦାସକୁ ଆଜି ପର୍ଯ୍ୟନ୍ତ ଦର୍ଶକେ ମନେ ରଖିଛନ୍ତି। ଆକ୍ସନ ଡ୍ରାମା ଫିଲ୍ମ କ୍ରାନ୍ତିରେ ଦିଲ୍ଲୀପ କପୁରଙ୍କ ଅଭିନୟ ମଧ୍ୟ ବେଶ ଉଚ୍ଚ କୋଟିର ଥିଲା। ଏହି ଚଳଚିତ୍ରରେ ଋଷି କପୁର, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀ ମୁଖ୍ୟ ଭୂମିକାରେ ବି ଥିଲେ । ଦିଲ୍ଲୀପ କୁମାରଙ୍କ ଅଭିନୀୟ କ୍ରାନ୍ତି ବକ୍ସ ଅଫିସ ହିଟ୍ ସାବ୍ୟସ୍ତ ହୋଇଥିଲା ।

ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରେ ସମ୍ମାନିତ କରାଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି ଯେ, ସେ ଜଣେ ଅସାଧାରଣ ପ୍ରତିଭା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ ସେ ସବୁ ପିଢିର ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ତାଙ୍କର ପରଲୋକ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି।

ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ସିନେମା ପାଇଁ ଦିଲୀପ କୁମାର ଯାହା କରିଛନ୍ତି ତାହା ଆଗାମୀ ପିଢି ଦ୍ୱାରା ସ୍ମରଣୀୟ ହୋଇ ରହିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି ଯେ ‘ତାଙ୍କ ଅଭିନୟର ଶୈଳୀ ଅନେକ ପିଢି ପିଢି ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରେମୀଙ୍କ ଉପରେ ରହିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀପ କୁମାର ଅଭିନୟ ଜଗତର ଜେଣ କିମ୍ବଦନ୍ତୀ ପୁରୁଷ। ଦେଶର ସିନେମା ପ୍ରେମୀ ଜଣେ ଭଲ କଳାକାରଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ନବୀନ କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀପ କୁମାରଙ୍କ ମୃତ୍ୟୁକୁ ନେଇ ବଲିଉଡର ଅନେକ ସେଲିବ୍ରିଟି ସମବେଦନା ଜଣାଇଛନ୍ତି।

Dillip Kumar ଅଭିନେତା ଦିଲ୍ଲୀପ କୁମାର ଦିଲ୍ଲୀପ କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Latest News

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.