Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବଲିଉଡ ଅଭିନେତ୍ରୀ ସାଇରା ବାନୁ ଗୁରୁତର: ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ଯୋଗୁଁ ଆଇସିୟୁରେ ହେଲେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କିଛି ସମୟ ଧରି ଅସୁସ୍ଥ ଥିଲେ। ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ହେତୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଇଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ତିନି ଦିନ ପୂର୍ବରୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାଇରା ବାନୁ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ସାଇରା ବାନୁଙ୍କ ବୟସ ୭୭ ବର୍ଷ। ଚଳିତ ବର୍ଷ ଜୁଲାଇରେ ତାଙ୍କ ସ୍ୱାମୀ ତଥା ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି।

ଦିଲ୍ଲୀପ କୁମାର ଏବଂ ସାଇରା ବାନୁଙ୍କ ବୟସରେ ପ୍ରାୟ ୨୨ ବର୍ଷର ପାର୍ଥକ୍ୟ ଥିଲା। ୧୯୬୬ ମସିହାରେ ଉଭୟ ବିବାହ କରିଥିଲେ ଏବଂ ଉଭୟ ଗତ ୫୫ ବର୍ଷ ଧରି ଏକାଠି ଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ ଏକୁଟିଆ ରହି ଅସୁସ୍ଥ ହୋଇପଡିଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ କହିଥିଲେ, ‘ଭଗବାନ ମୋର ବଞ୍ଚିବାର କାରଣ ଛଡ଼ାଇ ନେଇଥିଲେ, ମୋ ଅସ୍ତିତ୍ୱ ମୋଠାରୁ ଛଡ଼ାଇ ନେଇଥିଲେ, ସାର୍ ବିନା ମୁଁ କିଛି ଭାବି ପାରିବି ନାହିଁ, ଦୟାକରି ସମସ୍ତେ ପ୍ରାର୍ଥନା କରନ୍ତୁ।’

ବର୍ତ୍ତମାନ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ

ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ, ସିନେମା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ, ପ୍ରଖ୍ୟାତ ହିନ୍ଦୀ ସିନେମା ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ସେ 98 ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈଜଲ ଫାରୁକି ଆଜି ଅଭିନେତାଙ୍କ ମୃତ୍ୟୁ ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି। ଦିଲୀପ କୁମାରଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ବଲିଉଡରେ ‘ଟ୍ରାଜେଡି କିଙ୍ଗ’ ଭାବେ ଜଣାଶୁଣା ଦିଲୀପ କୁମାର ଶେଷରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ହିନ୍ଦୀ ସିନେମାକୁ ‘ମୁଗଲ୍ ଇ ଆଜମ୍’, ‘ମଧୁମତି’, ‘ଦେବଦାସ’ ଏବଂ ‘ଗଙ୍ଗା ଜାମୁନା’ ଭଳି ଚଳଚ୍ଚିତ୍ରର ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦାନ କରିଥିବା ଏହି ଅଭିନେତା ପ୍ରାୟ 60 ବର୍ଷ ଧରି ବଡ ପରଦାରେ ଶାସନ କରିଥିଲେ।

ଦିଲ୍ଲୀପ କୁମାରଙ୍କ ଅଭିନିତ ଦେବଦାସ ସେତେବେଳେ ବେଶ ଚହଳ ପକାଇଥିଲା। ଦେବଦାସ ନାମରେ କେତେକ ଚଳଚିତ୍ର ହୋଇଥିଲେ ମଧ୍ୟ ଦିଲ୍ଲୀପଙ୍କ ଅଭିନିତ ଦେବଦାସକୁ ଆଜି ପର୍ଯ୍ୟନ୍ତ ଦର୍ଶକେ ମନେ ରଖିଛନ୍ତି। ଆକ୍ସନ ଡ୍ରାମା ଫିଲ୍ମ କ୍ରାନ୍ତିରେ ଦିଲ୍ଲୀପ କପୁରଙ୍କ ଅଭିନୟ ମଧ୍ୟ ବେଶ ଉଚ୍ଚ କୋଟିର ଥିଲା। ଏହି ଚଳଚିତ୍ରରେ ଋଷି କପୁର, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀ ମୁଖ୍ୟ ଭୂମିକାରେ ବି ଥିଲେ । ଦିଲ୍ଲୀପ କୁମାରଙ୍କ ଅଭିନୀୟ କ୍ରାନ୍ତି ବକ୍ସ ଅଫିସ ହିଟ୍ ସାବ୍ୟସ୍ତ ହୋଇଥିଲା ।

ଦିଲ୍ଲୀପ କୁମାରଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରେ ସମ୍ମାନିତ କରାଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି ଯେ, ସେ ଜଣେ ଅସାଧାରଣ ପ୍ରତିଭା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ ସେ ସବୁ ପିଢିର ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ତାଙ୍କର ପରଲୋକ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି।

ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ସିନେମା ପାଇଁ ଦିଲୀପ କୁମାର ଯାହା କରିଛନ୍ତି ତାହା ଆଗାମୀ ପିଢି ଦ୍ୱାରା ସ୍ମରଣୀୟ ହୋଇ ରହିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି ଯେ ‘ତାଙ୍କ ଅଭିନୟର ଶୈଳୀ ଅନେକ ପିଢି ପିଢି ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରେମୀଙ୍କ ଉପରେ ରହିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀପ କୁମାର ଅଭିନୟ ଜଗତର ଜେଣ କିମ୍ବଦନ୍ତୀ ପୁରୁଷ। ଦେଶର ସିନେମା ପ୍ରେମୀ ଜଣେ ଭଲ କଳାକାରଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ନବୀନ କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀପ କୁମାରଙ୍କ ମୃତ୍ୟୁକୁ ନେଇ ବଲିଉଡର ଅନେକ ସେଲିବ୍ରିଟି ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ହସପିଟାଲରେ ଭର୍ତ୍ତି, ଜାଣନ୍ତୁ କାରଣ

ମୁମ୍ବାଇ, ଭାରତୀୟ ଚଳିଚତ୍ରର ବର୍ଷିୟାନ ତଥା ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ମୁମ୍ବାଇସ୍ଥିତ ହିନ୍ଦୁଜା ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ଦିଲ୍ଲୀପ କୁମାର ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ତୁରନ୍ତ ହସପିଟାଲ ନେବାକୁ ଆବଶ୍ୟକ ପଡିଥିଲା।

ଗତ ମାସରେ ମଧ୍ୟ ସେ ସେହିପରି ଅସୁସ୍ଥତା ଯୋଗୁଁ ଏହି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଖବର ପ୍ରଚାର ପରେ ବଲିଉଡରେ ଶିଘ୍ର ଆରୋଗ୍ୟର କାମନା କରାଯାଇଛି।