ବଲିଉଡ ଅଭିନେତ୍ରୀ ସାଇରା ବାନୁ ଗୁରୁତର: ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ଯୋଗୁଁ ଆଇସିୟୁରେ ହେଲେ ଭର୍ତ୍ତି

Published: Sep 1, 2021, 2:26 pm IST

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କିଛି ସମୟ ଧରି ଅସୁସ୍ଥ ଥିଲେ। ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ହେତୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଇଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ତିନି ଦିନ ପୂର୍ବରୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାଇରା ବାନୁ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ସାଇରା ବାନୁଙ୍କ ବୟସ ୭୭ ବର୍ଷ। ଚଳିତ ବର୍ଷ ଜୁଲାଇରେ ତାଙ୍କ ସ୍ୱାମୀ ତଥା ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି।

ଦିଲ୍ଲୀପ କୁମାର ଏବଂ ସାଇରା ବାନୁଙ୍କ ବୟସରେ ପ୍ରାୟ ୨୨ ବର୍ଷର ପାର୍ଥକ୍ୟ ଥିଲା। ୧୯୬୬ ମସିହାରେ ଉଭୟ ବିବାହ କରିଥିଲେ ଏବଂ ଉଭୟ ଗତ ୫୫ ବର୍ଷ ଧରି ଏକାଠି ଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ ଏକୁଟିଆ ରହି ଅସୁସ୍ଥ ହୋଇପଡିଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ କହିଥିଲେ, ‘ଭଗବାନ ମୋର ବଞ୍ଚିବାର କାରଣ ଛଡ଼ାଇ ନେଇଥିଲେ, ମୋ ଅସ୍ତିତ୍ୱ ମୋଠାରୁ ଛଡ଼ାଇ ନେଇଥିଲେ, ସାର୍ ବିନା ମୁଁ କିଛି ଭାବି ପାରିବି ନାହିଁ, ଦୟାକରି ସମସ୍ତେ ପ୍ରାର୍ଥନା କରନ୍ତୁ।’

ବର୍ତ୍ତମାନ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Related posts