Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ହସପିଟାଲ ଆଇସିୟୁରେ ବାଜିବ ମ୍ୟୁଜିକ, କଟକ ମେଡିକାଲର ନିଷ୍ପତି

କଟକ: ଏଣିକି ଆଇସିୟୁରେ ଶୂନଶାନ ତଥା ରୋଗୀଙ୍କ ଦେହରେ ଲାଗିଥିବା ମେସିନର ଟକଟକ୍ ଶଦ୍ଦ ଆଉ ଶୁଭିବ ନାହିଁ। ତା ପରିବର୍ତ୍ତେ ସେଠାରେ ଶୁଭିବ ଜଗନ୍ନାଥ ଭଜନର ଇନଷ୍ଟ୍ରୁମେଣ୍ଟାଲ ସଂଗୀତ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି କଟକ ବଡ ମେଡିକାଲ କର୍ତ୍ତୁପକ୍ଷ। ରୋଗୀମାନଙ୍କୁ ଆଇୟୁସିରେ ମ୍ୟୁଜିକ ଥେରାପି ପ୍ରଦାନ କରାଯିବ ବୋଲି କର୍ତ୍ତୁପକ୍ଷ କହିଛନ୍ତି।

ବର୍ତ୍ତମାନ ଆଇସିୟୁ ର ପରିବେଷ ବେଶ ଗମ୍ଭିର ରହିଛି। ଯାହା କେବଳ ରୋଗୀ କାହିଁକି ସେଠାକାର କର୍ମଚାରୀଙ୍କୁ ମଧ୍ୟ ବିରକ୍ତିକର କରୁଛି। ସେମାନଙ୍କ ମନକୁ ହାଲକା କରିବା ପାଇଁ ଏହି ବ୍ୟବସ୍ଥା କରାଯିବ। ତେବେ ଗୀତ ପରିବର୍ତ୍ତେ ସେଠାରେ କେବଳ ଇନଷ୍ଟୁମେଣ୍ଟାଲ ସଂଗୀତ ପରିବେଷଣ ହେବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବଲିଉଡ ଅଭିନେତ୍ରୀ ସାଇରା ବାନୁ ଗୁରୁତର: ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ଯୋଗୁଁ ଆଇସିୟୁରେ ହେଲେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କିଛି ସମୟ ଧରି ଅସୁସ୍ଥ ଥିଲେ। ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ହେତୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଇଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ତିନି ଦିନ ପୂର୍ବରୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାଇରା ବାନୁ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ସାଇରା ବାନୁଙ୍କ ବୟସ ୭୭ ବର୍ଷ। ଚଳିତ ବର୍ଷ ଜୁଲାଇରେ ତାଙ୍କ ସ୍ୱାମୀ ତଥା ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି।

ଦିଲ୍ଲୀପ କୁମାର ଏବଂ ସାଇରା ବାନୁଙ୍କ ବୟସରେ ପ୍ରାୟ ୨୨ ବର୍ଷର ପାର୍ଥକ୍ୟ ଥିଲା। ୧୯୬୬ ମସିହାରେ ଉଭୟ ବିବାହ କରିଥିଲେ ଏବଂ ଉଭୟ ଗତ ୫୫ ବର୍ଷ ଧରି ଏକାଠି ଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ ଏକୁଟିଆ ରହି ଅସୁସ୍ଥ ହୋଇପଡିଥିଲେ।

ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାଇରା ବାନୁ କହିଥିଲେ, ‘ଭଗବାନ ମୋର ବଞ୍ଚିବାର କାରଣ ଛଡ଼ାଇ ନେଇଥିଲେ, ମୋ ଅସ୍ତିତ୍ୱ ମୋଠାରୁ ଛଡ଼ାଇ ନେଇଥିଲେ, ସାର୍ ବିନା ମୁଁ କିଛି ଭାବି ପାରିବି ନାହିଁ, ଦୟାକରି ସମସ୍ତେ ପ୍ରାର୍ଥନା କରନ୍ତୁ।’

ବର୍ତ୍ତମାନ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଟୀକା ନେଇଥିବା ଲୋକଙ୍କୁ ଅକ୍ସିଜେନ ଏବଂ ଆଇସିୟୁର ବହୁତ କମ ଆବଶ୍ୟକତା ପଡିଥାଏ: ଡା. ଭିକେ ପଲ

ନୂଆଦିଲ୍ଲୀ: ଟୀକା ନେଇଥିବା ଲୋକଙ୍କୁ କରୋନା ଭୂତାଣୁ କେତେ ପ୍ରଭାବ ପକାଇପାରେ, ତାହା ନେଇ ନୀତି ଆୟୋଗ ସଦସ୍ୟ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। କରୋନା ଟୀକା ଲୋକଙ୍କୁ ଅନେକ ଫାଇଦା ଦେଇଥାଏ। ହଜାର ହଜାର ଲୋକଙ୍କୁ ଟୀକା ବଞ୍ଚାଇପାରିଛି। ଟୀକା ନେଇଥିବା ୭୫ ରୁ ୮୦ ପ୍ରତିଶତ ଲୋକେ କରୋନା ଆକ୍ରାନ୍ତ ହେଲେ, ହସ୍ପିଟାଲ ଯିବାକୁ ପଡିନଥାଏ। ୮ ପ୍ରତିଶତ ଲୋକଙ୍କୁ ଅକ୍ସିଜେନ ଆବଶ୍ୟକ ପଡୁଥିବା ବେଳେ ମାତ୍ର ୬ ପ୍ରତିଶତ ଲୋକଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡିଥାଏ। ଏନେଇ ନୀତି ଆୟୋଗ ସଦସ୍ୟ ଡା. ଭିକେ ପଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ସ୍ଵତନ୍ତ୍ର ଟିମ୍

ଭୁବନେଶ୍ବର: ଦୈତ ନଗରୀର କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ମୋଟ ୪ ଟି ଟିମ୍ ଗଠନ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩ ଟି ଟିମ୍ କାର୍ଯ୍ୟ କରିବ। ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତ ହେବେ। କୋଭିଡ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବେ ଏହି ସ୍ଵତନ୍ତ୍ର ଟିମ୍। ଆଇସିୟୁରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ହେଉଛି କି ନାହିଁ, ତାହା ଯାଞ୍ଚ କରିବେ।

ଗୁରୁତର ନଥିବା ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି ଟିମ କୋଭିଡ ହସ୍ପିଟାଲ ତଦାରଖ କରିବା ନେଇ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଇସିୟୁରେ ଭର୍ତ୍ତି ହେଲେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ୍‌

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ଅବସ୍ଥା ଗୁରୁତର ହୋଇଛି। ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହି କାରଣରୁ ତାଙ୍କୁ ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇ 71 ବର୍ଷୀୟ ପଟେଲ ଫରିଦାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶୁକ୍ରବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି।