Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଘରେ ବସି ଜମି କିଣାବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା
ବିଶେଷ ଖବର

ଏଣିକି ଘରେ ବସି ଜମି କିଣାବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା

July 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଣିକି ଘରେ ବସି ଜମି କିଣିବିକା କରିବା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା

ଭୁବନେଶ୍ବର, ଜମି କିଣିବିକା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଅନଲାଇନରେ କରାଯାଉଥିଲେ ମଧ୍ୟ ଜମି କ୍ରେତା ଓ ବିକ୍ରେତାଙ୍କୁ ଅଫିସ ଆସିବାକୁ ପଡୁଛି। ହେଲେ ସବ ରେଜେଷ୍ଟ୍ରି ଅଫିସ ନ ଆସି କିପରି ଏହି କିଣିବିକା ହେବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି।

ଲୋକସେବା ଭବନରେ ଆୟୋଜିତ ଏକ ଭର୍ଚ୍ୟୁୟାଲ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଥିଲ। ସେ କହିଥିଲେ ଯେ, ବର୍ତ୍ତମାନ ଜମି ଦାଖଲ ଖାରଜ ସମୟ ସୀମା ପୂର୍ବରୁ 90 ଦିନ ଥିଲା। ହେଲେ ବର୍ତ୍ତମାନ ଏହା 7 ଦିନକୁ ହ୍ରାସ ପାଇଛି। ଅଂଶୀଦାରଙ୍କ ଅଭିଯୋଗ ନ ଥିଲେ ବର୍ତ୍ତମାନ 7 ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରାଯାଉଛି।

ସେହିପରି ବିଭିନ୍ନ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ 30 ଦିନରୁ 15 ଦିନକୁ ହ୍ରାସ ପାଇଛି। ଏଣିକି ଜାତିଗତ ପ୍ରମାଣ ପତ୍ର ଆବେଦନ କଲେ 15 ଦିନ ମଧ୍ୟ ଏହା ମିଳି ପାରୁଛି। ସେହିପରି ଆୟ ପ୍ରମାଣ ପତ୍ର 15 ଦିନରୁ 10 ଦିନକୁ ହ୍ରାସ ପାଇଛି।

ବର୍ତ୍ତମାନ ତଥ୍ୟ ଅନୁସାରେ ରାଜ୍ୟରେ 40 ହଜାର ଦାଖଲ ଖାରଜ 7 ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ପ୍ରାୟ 4 ଲକ୍ଷ ଜାତିଗତ ସହ ବିଭିନ୍ନ ପ୍ରମାଣ ପତ୍ର 15 ଦିନ ମଧ୍ୟରେ ଯୋଗାଇ ଦିଆଯାଇଛି ବୋଲି ରାଜସ୍ବ ସଚିବ କହିଥିଲେ। ମୋ ସରକାର ଅନୁସାରେ ଲୋକଙ୍କର ଅଭିଯୋଗକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ରାଜସ୍ବ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ଭାରତ ଠାରୁ ପାକିସ୍ତାନର ଶୋଚନୀୟ ପରାଜୟ: ଧୂଳି ଚଟାଇଲେ ଦେଶର ଝିଅ

September 21, 2026

କଣ୍ଟା ଭିତରେ ଲୁଚିଛି ବ୍ୟବସାୟ! କାକ୍ଟସ୍ ଚାଷରୁ ଆୟର ଅନେକ ରାସ୍ତା

September 21, 2026

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.