Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ
ଜାତୀୟ ଖବର

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ

July 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ, ଆଜି ଭାରତୀୟ ରାଜନୀତିର ଜଣେ ଓଜନଦାର ନେତା ରାଜନାଥ ସିଂଙ୍କର ଜନ୍ମ ଦିନ । 70 ବର୍ଷ ବୟସରେ ପଦାର୍ପଣ କଲେ ରାଜନାଥ। ଭାରତୀୟ ଜନତା ପାର୍ଟିରେ ରାଜନାଥ ସିଂ ହେଉଛନ୍ତି ଜଣେ ପ୍ରତିଷ୍ଠିତ ତଥା ଜନାଦୃତ ନେତା। ପଦାର୍ଥ ବିଜ୍ଞାନ ଅଧ୍ୟାପକରୁ ରାଜନେତା ହୋଇଥିବା ରାଜନାଥ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

10 ଜୁଲାଇ 1951 ମସିହାରେ ଉତ୍ତର ପ୍ରଦେଶର ଭବହୁରାର ଏକ କୃଷି ପରିବାରରେ ହେଉଛି ତାଙ୍କର ଜନ୍ମ। ରାଜନାଥ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରି ମିର୍ଜାପୁର କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ।

ରାଜନାଥ 16 ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ 1972 ମସିହାରେ ସଂଘର ମିର୍ଜାପୁର ୟୁନିଟର ସଚିବ ଭାବରେ କାର୍ଯ୍ୟ କରିଥିଲେ। ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲରେ ଥିଲେ। ତାହା ହିଁ ତାଙ୍କ ପାଇଁ ଲୋକପ୍ରିୟତା ଆଣି ଦେଇଥିଲା। ସେହି ଲୋକପ୍ରିୟତା ଆଧାରରେ ସେ 1980 ରେ ବିଜେପିରେ ଯୋଗ ଦେଇଥିଲେ।

2014 ସାଧାରଣ ନିର୍ବାଚନରେ ​​ଦଳର ଚମତ୍କାର ବିଜୟ ପଛରେ ରାଜନାଥଙ୍କ ଥିଲା ପ୍ରମୁଖ ଭୂମିକା। ସୁଷମା ସ୍ୱରାଜ ଏବଂ ଏଲ.କେ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କ କଡ଼ା ସମାଲୋଚନା ସତ୍ତ୍ୱେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । 2014 ରେ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ବହୁମତ ହାସଲ କରିବା ପରେ ରାଜନାଥଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା।

ସେ ଉତ୍ତରପ୍ରଦେଶରେ ପ୍ରଥମ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଥିଲେ। ରାଜ୍ୟରେ କପି ବିରୋଧୀ ଆଇନିକୁ ନେଇ ରାଜନାଥ ସିଂ ବିବାଦୀୟ ହୋଇପଡି ଥିଲେ। ସେ ପ୍ରଥମ ଥର ସ୍କୁଲ ପାଠ୍ୟକ୍ରମରେ ବେଦିକ୍ ଗଣିତକୁ ପ୍ରଚଳନ କରିଥିଲେ।

ରାଜନାଥ 2000 ରୁ 2002 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ 2003 ମସିହାରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ସେ ଡିସେମ୍ବର 31, 2005 ରୁ ଡିସେମ୍ବର 19, 2009 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ହୋଇଥିଲେ। ନୀତିନ ଗଡକରୀ 2013 ମସିହାରେ ଇସ୍ତଫା ଦେବା ପରେ ସେ ପୁନର୍ବାର ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରାଇ ପାରିଛନ୍ତି। ବିଜେପିର ହାତ ଗଣତି ଯେଉଁ କେତେଜଣ ଲୋକପ୍ରିୟ ନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ରାଜନାଥ ସିଂ ସର୍ବାଗ୍ରେ ରହିବେ।

Rajnath Singh ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ନାମ, ସେମାନେ ହେଲେ..

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.