Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ କଲେ ରାଜ୍ୟ ବିଜେପିକୁ ମିଳିବ ଲୋକପ୍ରିୟତା ନା ଲୋକହସା !
ଜାତୀୟ ଖବର

ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ କଲେ ରାଜ୍ୟ ବିଜେପିକୁ ମିଳିବ ଲୋକପ୍ରିୟତା ନା ଲୋକହସା !

July 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦ କଲେ ରାଜ୍ୟ ବିଜେପିକୁ ମିଳିବ ଲୋକପ୍ରିୟତା ନା ଲୋକହସା !

ଭୁବନେଶ୍ବର, ରାଜ୍ୟରେ ବିଜୁଳି ଦଳ ବୃଦ୍ଧି ଘଟିଛି। ଏହା ଯେ ଖାଉଟିଙ୍କ ଉପରେ ବୋଝ ତାହା ଯେକେହି ସାଧାରଣ ଲୋକ କହିବ। କାରଣ ଏହାଦ୍ବାରା ବିଶେଷ କରି ମଧ୍ୟବିତ ପରିବାର ହଇରାଣ ହେବେ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ବିକ୍ଷୋଭ କରୁଛି। ଆସନ୍ତା 16 ତାରିଖରେ ସାତଦିନ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ବିକ୍ଷୋଭ କରିବ। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେପିର ଦର ବୃଦ୍ଧି ପ୍ରତିବାଦକୁ ଲୋକେ ଗ୍ରହଣ କରିବେ କି ?

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପିର ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତିକୁ ବିରୋଧ କରିବାର ଅଧିକାର ରହିଛି। ଏହି ଅଧିକାର ସାମ୍ବିଧାନିକ। ସେଥିରେ କାହାରି କିଛି କହିବାର ନାହିଁ। ହେଲେ ବର୍ଷ ବର୍ଷ ଧରି ସାରା ଦେଶବାସୀ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧିରେ ତ୍ରାହିତ୍ରାହି ଡାକୁଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟର ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦରେ ଦଳ ବିକ୍ଷୋଭ କରୁଛି। ଏହା ବିଜେପି ପାଇଁ କେତେ ସଫଳତା ବା ଲୋକପ୍ରିୟତା ଆଣିବ ତାହା ସନ୍ଦେହଜନକ।

ଦେଶରେ ପଟ୍ରୋଲ ଡିଜେଲ କେତେ ବଢିଲା ସେ ବିଷୟରେ ଅଯଥା ଆଲୋଚନା କରିବାର ଆବଶ୍ୟକତା ନାହିଁ। କାରଣ ଦେଶର ପ୍ରତିଟି ସଚେତନ ନାଗରିକ ଏହି ହିସାବ ରଖି ସାରିଲେଣି। ମୋଦି ସରକାର ଆସିବା ବେଳରୁ ଏହି ତେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆଚ୍ଛେ ଦିନର ନାରା ଦେଉଥିବା ବିଜେପି ସରକାର ଅମଳରେ ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ଛୁଇଁଲାଣି। ସେମାନଙ୍କର ଭାଗ୍ୟ ଭଲ ଦେଶରେ ବିରୋଧୀ ଦଳ ସକ୍ରିୟ ନ ଥିବାରୁ ଏହାର ପ୍ରତିବାଦ ଜୋରଦାର ହୋଇପାରୁ ନାହିଁ। ନଚେତ କେନ୍ଦ୍ର ସରକାରଙ୍କ ଅବସ୍ଥା କେବେଠାରୁ ଘାଇଲା ହୋଇସାରନ୍ତାଣି।

ତେବେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରିବାର କ୍ଷମତା ବିଜେପି କେବେଠାରୁ ହରାଇ ସାରିଛି। ନିଜ ସରକାର ଦର ନିୟନ୍ତ୍ରଣ କରିପାରୁ ନ ଥିବା ବେଳେ ଅନ୍ୟ ଦଳକୁ ଦୋଷ ଦେବା ଅଧିକାର ଆଉ ବିଜେପିର ନାହିଁ। ଜିଲ୍ଲା ସ୍ତରରେ ଦଳ ବିକ୍ଷୋଭ କରି କେବଳ କର୍ମିଙ୍କ ମନୋବଳ ବଢାଇବ ସିନା ଲୋକଙ୍କ ସମର୍ଥନ ହାସଲ କରିପାରିବ ନାହିଁ। ବରଂ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ନେଇ ଦଳ ପରୋକ୍ଷରେ ଲୋକଙ୍କ ଶିକାର ହେବ। ଏପରି ବିକ୍ଷୋଭରେ ବିଜେଡିକୁ ଘାଇଲା କରିବା ପାଇଁ ଦଳ କରିଥିବା ଯୋଜନାରେ ବିଫଳ ହେବା ସାର ହେବ।

ବିଜେଡି ସରକାରଙ୍କୁ ଘେରିବାରେ ବିଜେପି ପାଇଁ ଅନେକ କିଛି ପ୍ରସଂଗ ରହିଛି। ବିଜେପି ଚିନ୍ତା ନାୟକମାନେ ସେହିପରି ଉପଦେଶ ଦେବାର ଆବଶ୍ୟକ ରହିଛି। କିନ୍ତୁ ଦଳର ଉପଦେଷ୍ଠାଙ୍କ ଉପଦେଶ ଠିକ ହୋଇପାରୁ ନାହିଁ। ଯୋଜନା ବଦ୍ଧ ଭାବେ ବିଜେଡିକୁ ଆକ୍ରମଣ କରିବାରେ ବିଜେପି ଫେଲ ମାରୁଛି। ପୂର୍ବରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଯାଇ ଲୋକହସା ହୋଇଥିଲେ। ଠିକ ସେହିପରି ବିଜୁଳି ଦର ବୃଦ୍ଧି ପ୍ରତିବାଦ କରିବା, ଦଳ ପାଇଁ ଲୋକହସା ଛଡା ଆଉ କିଛି ହେବ ନାହିଁ।

BJP Odisha BJP ଓଡିଶା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Latest News

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.