Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ
ଜାତୀୟ ଖବର

ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ

July 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ।

ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ ଭାରତ ଏବଂ ଦିଲ୍ଲୀ ହେଲଥ୍।

ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ, ଏହି ତିନୋଟି ଖବରକାଗଜ ବିଓସିରେ ଜାଲ କାଗଜ ପତ୍ର ଦେଇ ବିଜ୍ଞାପନ ହାସଲ ପାଇଁ ଯୋଗ୍ୟ ହୋଇଛନ୍ତି। ବିଓସିକୁ ଦେଇଥିବା କାଗଜପତ୍ରରୁ ଜଣାପଡିଲା ଯେ ଏହି ଖବରକାଗଜର ସର୍କୁଲେସନ ସଂଖ୍ୟା ହେଲା ଦୈନିକ ଦେଢ ଲକ୍ଷ। ପ୍ରତି ଖବରକାଗଜର ପୃଷ୍ଠା ସଂଖ୍ୟା ହେଲା ଆଠ। ହେଲେ ସିବିଆଇ ଯାଞ୍ଚ ପରେ ଅବଗତ ହେଲା ଯେ, ଏହି ଖବରକାଗଜ ସର୍କୁଲେସନ ସଂଖ୍ୟା ମାତ୍ର 150 ଖଣ୍ଡ।

ସେହିପରି ଏମାନେ 2017 ମସିହାରେ ବିଓସିକୁ ଜଣାଇଥିଲେ ଯେ, ଅର୍ଜୁନ ଟାଇମସ ଖବରକାଗଜର ପବ୍ଲିସର ହେଉଛନ୍ତି ଅଶୋକ କୁମାର ଏବଂ ମାଲିକ ହେଉଛନ୍ତି ହରିସ୍ ଲାମ୍ବା। ଏହି ପେପର ନୂଆଦିଲ୍ଲୀର ଡଲଫିନ ପେକ୍ଟୋଗ୍ରାଫି ପ୍ରେସର ଛପାଯାଉଛି। ହେଲେ ସିବିଆଇ ଏହି ପ୍ରେସ ଯାଞ୍ଚ କରିବା ପରେ ସେଠାରେ ଏହି ପେପର ଛପାଯାଉ ନ ଥିବାର ଜାଣିବାକୁ ପାଇଲେ। ହେଲେ ଅର୍ଜୁନ ଟାଇମସ ଦୈନିକ 25 ହଜାର 8ଶହ କପି ଛପାଯାଉଛି ବୋଲି ବିଓସିକୁ ରିପୋର୍ଟ ଦିଆଯାଇଥିଲା।

ହିସାବରୁ ଜଣାପଡିଛି ଯେ, ଏହି ଖବରକାଗଜ ଗତ 3 ବର୍ଷରେ 62 ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ନେଇଛି। ଏହା ସଂପୂର୍ଣ୍ଣ ଜାଲ ଖବରକାଗଜ ଜଣାପଡିବା ପରେ ସିବିଆଇ ଏମାନଙ୍କ ବିରୋଧରେ ମାମଲା ଋଜୁ କରିଛି। ଏପରିକି ବିଓସିର କେତେକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ ହୋଇଛି। ଏମାନେ ବିଓସି ଅଧିକାରୀଙ୍କୁ ହାତ କରି ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ କରାଇଥିବାର ସିବିଆଇ ଜାଣିବାକୁ ପାଇଛି।

cbi ଖବରକାଗଜ ବିଜ୍ଞାପନ ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026
Latest News

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.