Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଲମ୍ପିକ୍ସରେ ଭାଗ ନେବା ପାଇଁ ଆଜି ରାତିରେ ଟୋକିଓ ଗସ୍ତ କରିବେ ୫୪ଜଣ ଭାରତୀୟ କ୍ରୀଡାବିତ
ଅନ୍ତରାଷ୍ଟ୍ରୀୟ

ଅଲମ୍ପିକ୍ସରେ ଭାଗ ନେବା ପାଇଁ ଆଜି ରାତିରେ ଟୋକିଓ ଗସ୍ତ କରିବେ ୫୪ଜଣ ଭାରତୀୟ କ୍ରୀଡାବିତ

July 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଲମ୍ପିକ୍ସରେ ଭାଗ ନେବା ପାଇଁ ଆଜି ରାତିରେ ଟୋକିଓ ଗସ୍ତ କରିବେ ୫୪ଜଣ ଭାରତୀୟ କ୍ରୀଡାବିତ

ନୂଆଦିଲ୍ଲୀ, ଆଉ ଏକ ସପ୍ତାହ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି । ଏଥିରେ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡାବିତ୍‌ଙ୍କ ପ୍ରଥମ ଦଳକୁ ଆଜି ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆନୁଷ୍ଠାନିକ ଭାବେ ଗସ୍ତ କରିବେ। ପ୍ରଥମ ଦଫାରେ ଯାଉଥିବା ଦଳରେ ମୋଟ ୮୮ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ୫୪ଜଣ କ୍ରୀଡାବିତ୍ । ଅନ୍ୟ ୩୪ଜଣ ହେଲେ ସହାୟକ କର୍ମଚାରୀ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନରେ ପ୍ରତିନିଧି ।

ଏହି ଆନୁଷ୍ଠାନିକ ମେଲାଣି ଉତ୍ସବରେ କେନ୍ଦ୍ରୀ କ୍ରୀଡା ଓ ବ୍ୟାପାରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ ଯୋଗଦେଇ ଖେଳାଳି ଏବଂ ଅଧିକାରୀ, ପ୍ରତିନିଧିମାନଙ୍କୁ ବିଦାୟ ଜଣାଇବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସଭାପତି ଶ୍ରୀ ନରିନ୍ଦର ଧ୍ରୁବ ବାତ୍ରା, ମହାସଚିବ ଶ୍ରୀ ରାଜୀବ ମେହେତା ଓ ଭାରତୀୟ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପ୍ରଧାନ ପ୍ରମୁଖ ଯୋଗଦେବେ ।
ପ୍ରଥମ ବ୍ୟାଚରେ ତୀରନ୍ଦାଜି, ହକି,ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଜୁଡୋ, ଜିମ୍ନାଷ୍ଟିକ ଓ ଭାରୋତ୍ତନ ଆଦି ଆଠଟି ବିଭାଗର କ୍ରୀଡାବିତ୍‌, ସହାୟକ କର୍ମଚାରୀ ଓ ଅଧିକାରୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାଉଛନ୍ତି । ଏହି ଦଳରେ ସର୍ବାଧିକ ସଦସ୍ୟ ଅଛନ୍ତି ହକି ଖେଳାଳୀ ।

ଖେଳାଳି ମାନଙ୍କ ନିରାପତ୍ତା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସବୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିଛି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ କୋଭିଡ୍ ନିୟମ ପାଳନ କରାଯାଉଛି ।
ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେବାକୁ ୧୨୭ଭାରତୀୟ କ୍ରୀଡାବିତ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଏକ ରେକର୍ଡ । ଏହା ପୂର୍ବରୁ ରିଓ ଅଲିମ୍ପିକ୍ସକୁ ଭାରତ ସବୁଠୁ ବଡ ୧୧୭ଜଣିଆ ଦଳ ପଠାଇଥିଲା ।

ଅଲମ୍ପିକ୍ସ ଟୋକିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026
Latest News

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.