Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପେଗାସସ୍ ସହିତ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ
ଜାତୀୟ ଖବର

ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପେଗାସସ୍ ସହିତ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ

August 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପେଗାସସ୍ ସହିତ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଆଜି ସଂସଦରେ ହଟ୍ଟଗୋଳ ଜାରି ରହିଛି। ଉତ୍ତେଜନା କାରଣରୁ ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ପ୍ରଥମ ମୁଲତବୀ ପରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଦିଲ୍ଲୀରେ ଯୌନ ଶୋଷଣ ତଥା ଦଳିତ ଝିଅର ମୃତ୍ୟୁ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ବହୁତ ଚିନ୍ତିତ ଅଛନ୍ତି।

ଏହା ପୂର୍ବରୁ ସକାଳେ ଯେତେବେଳେ ଲୋକସଭା ଆରମ୍ଭ ହୋଇଥିଲା, ବିରୋଧୀ କଂଗ୍ରେସ, ତ୍ରୁଣମୁଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ସଦସ୍ୟମାନେ ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ପ୍ରଶ୍ନକାଳକୁ ବାଧା ଦେଇଥିଲେ।

ଅନ୍ୟପକ୍ଷରେ, ଯେତେବେଳେ ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ପୁଣି ଆରମ୍ଭ ହେଲା ସେତେବେଳେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଗତକାଲିର ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ନିଲମ୍ବିତ ସାଂସଦମାନେ ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ଗୃହ ଭିତରକୁ ପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ସୁରକ୍ଷା କର୍ମି ଅଟକାଇବା ସହିତ ଦୁଃବ୍ୟବହାର କରିଥିଲେ। ସାଂସଦମାନେ ଗଣ୍ଡଗୋଳ କରିଥିବା ଘଟଣା ଭୁଲ ବୋଲି ସେ କହିଛନ୍ତି।

ଏହାର ଜବାବରେ ମୁକତାର ଅବ୍ବାସ ନକଭି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସାଂସଦଙ୍କ ପ୍ରତି ସରକାରଙ୍କର ଯଥେଷ୍ଠ ସମ୍ମାନ ରହିଛି, କିନ୍ତୁ ହିଂସା ଯଥାର୍ଥ ନୁହେଁ। ଉତ୍ତେଜନା ମଧ୍ୟରେ ଡେପୁଟି ଚେୟାରମ୍ୟାନ୍ ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିସ୍ଥିତିରେ କୈଣସି ଉନ୍ନତି ହୋଇ ନ ଥିବାରୁ ଗୃହକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଏହାପୂର୍ବରୁ ଡେପୁଟି ଚେୟାରମ୍ୟାନ୍ କହିଛନ୍ତି ଯେ ନିଲମ୍ବିତ ସାଂସଦଙ୍କ ଗୃହରେ ପ୍ରବେଶ ଘଟଣା ଦୁର୍ଭାଗ୍ୟଜନକ, ସେମାନଙ୍କୁ ମହିଳା ସୁରକ୍ଷା ଅଧିକାରୀ ଅଟକାଇ ଥିଲେ। ସେ କହିଛନ୍ତି ଯେ ସୁରକ୍ଷା ଅଧିକାରୀ ଆହତ ହୋଇଥିବାର ଅଭିଯୋଗ ଆସିଛି। ଅଧ୍ୟକ୍ଷ ଏହା ଉପରେ ବିଚାର କରୁଛନ୍ତି। ସେ ଏହି ଘଟଣାକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ତ୍ରୁଣମୂଳ କଂଗ୍ରେସ ସାଂସଦ ଶୁଭେନ୍ଦୁ ଶେଖର ରାୟ କହିଛନ୍ତି ଯେ ଗୃହ ସ୍ଥଗିତ ରହିବା ପରେ ଟିଏମସି ସଦସ୍ୟମାନେ ସେମାନଙ୍କ ଜିନିଷପତ୍ର ସଂଗ୍ରହ କରିବାକୁ ଗୃହକୁ ଆସୁଥିଲେ। ହେଲେ ସେମାନଙ୍କୁ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଏହା ଉପରେ ତ୍ରୁଣମୂଳ କଂଗ୍ରେସ, କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। କୋଳାହଳ ମଧ୍ୟରେ ଗୃହର ନେତା ପୀୟୁଷ ଗୋୟଲ କହିଛନ୍ତି ଯେ ଗୃହର ନିୟମ ଅନୁସାରେ ସୁରକ୍ଷା ଅଧିକାରୀ ଏହି ସଦସ୍ୟମାନଙ୍କୁ ଅଟକାଇଛନ୍ତି। ଏପରି କୋଳାହଳ ଜାରି ରହିଥିବା ବେଳେ ଗୃହରେ 11:30 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଆରମ୍ଭ ପରେ ଗୃହର କାର୍ଯ୍ୟ ପ୍ରଥମେ 12 ଟା ପର୍ଯ୍ୟନ୍ତ ଏବଂ ପରେ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ତେବେ ଭାରତୀୟ ହକି ଦଳର ବିଜୟ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନଙ୍କୁ ସଦସ୍ୟମାନେ ଗୃହରେ ଟେବୁଲ ବାଡାଇ ଅଭିନନ୍ଦନ ଜଣାଇଥିଲେ।

କୃଷି ଆଇନ ପେଗାସସ୍ ପେଗାସସ୍ ଗୁଇନ୍ଦାଗିରି ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026
Latest News

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.