ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା ଦେଶ, ଏମକ୍ୟୁଏମ ନେତା ଅଲତାଫ୍ ହୁସେନ

Published: Aug 6, 2021, 2:29 pm IST

ନୂଆଦିଲ୍ଲୀ, ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା। ସେହି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ମାନ ଦିଆଯାଏ ନାହିଁ। ଏପରି ଏକ ବିସ୍ପୋରକ କଥା କହିଛନ୍ତି ଏମକ୍ୟୁଏମ ର ପ୍ରତିଷ୍ଠାତା ଅଲତାଫ୍ ହୁସେନ। ଲଣ୍ଡନରେ ରହୁଥିବା ଅଲତାଫ ଆଜି ତାଙ୍କ ଟୁଇଟରରେ ପାକିସ୍ଥାନକୁ ମଧ୍ୟ ଚେତାବନି ଦେଇଛନ୍ତି।

ସେ ଏକ ସିରିଜ ଟୁଇଟ କରି କହିଛନ୍ତି ଯେ, ପାକିସ୍ଥାନରେ ଯେପରି ଅଣ ମୁସଲିମ ଧର୍ମପିଠକୁ ଭଙ୍ଗାଯାଉଛି ତାହା ଅମାନବିକତା। ସେତିକି ନୁହେଁ ସେ ତାଙ୍କ ଟୁଇଟିରେ ଏପରି କାର୍ଯ୍ୟକୁ ଦୃଢ ବିରୋଧ ମଧ୍ୟ କରିଛନ୍ତି। ଏହା ହେଉଛି ଇସଲାମିକ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ଅନ୍ୟାୟ କାର୍ଯ୍ୟ। ପାକିସ୍ଥାନ ତୁରନ୍ତ ଏପରି କାର୍ଯ୍ୟରୁ ନିବୃତ ରହୁ ବୋଲି ଅଲତାଫ କହିଛନ୍ତି।

ପାକିସ୍ଥିନର ଏପରି କାର୍ଯ୍ୟ ବିରୋଧରେ ବିଚାର କରି ଦଣ୍ଡ ଦେବା ପାଇଁ ସେ ଜାତିସଂଘର ସେକ୍ରେଟାରୀ ଜେନରାଲଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତୁରନ୍ତ ପାକିସ୍ଥାନ ସରକାରଙ୍କ ସହିତ କଥାବାର୍ତ୍ତା କରି ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ପାକିସ୍ଥାନକୁ ନିର୍ଦ୍ଦେଶ ଦିଅନ୍ତୁ।

ପାକିସ୍ଥାନ ଆର୍ମି ଏବଂ ତାଙ୍କର ଗୁପ୍ତ ସଂସ୍ଥା ଆଇଏସଆଇ ର ଲୋକେ ପାକିସ୍ଥାନରେ ଥିବା ବିଭିନ୍ନ ଅଣ ମୁସଲିମ ଧର୍ମପିଠ ଭାଙ୍ଗି ଦେଇଛନ୍ତି। ଏଥିସହିତ ସେମାନେ ଏହି ସଂପ୍ରଦାୟର ଲୋକଙ୍କୁ ଘୃଣା ମଧ୍ୟ କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଅଲତାଫ୍ କହିଛନ୍ତି।

ନିକଟରେ ପାକିସ୍ଥାନ ଅଧିନସ୍ଥ ପଂଜାବ ରାଜ୍ୟର ଫଇସଲାବାଦରେ ଅହମାଦୀ ଧର୍ମପିଠ ଉପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ସାରା ବିଶ୍ବରେ ବିରୋଧର ସ୍ବର ଉଠିଛି। ଏଥିରେ ଅଲତାଫଙ୍କ ଏପରି ବିବୃତି ଏହି ବିରୋଧକୁ ଆହୁରି ଦୃଢ କରିଛି।

Related posts