Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା ଦେଶ, ଏମକ୍ୟୁଏମ ନେତା ଅଲତାଫ୍ ହୁସେନ
ଅନ୍ତରାଷ୍ଟ୍ରୀୟ

ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା ଦେଶ, ଏମକ୍ୟୁଏମ ନେତା ଅଲତାଫ୍ ହୁସେନ

August 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା ଦେଶ, ଏମକ୍ୟୁଏମ ନେତା ଅଲତାଫ୍ ହୁସେନ

ନୂଆଦିଲ୍ଲୀ, ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା। ସେହି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ମାନ ଦିଆଯାଏ ନାହିଁ। ଏପରି ଏକ ବିସ୍ପୋରକ କଥା କହିଛନ୍ତି ଏମକ୍ୟୁଏମ ର ପ୍ରତିଷ୍ଠାତା ଅଲତାଫ୍ ହୁସେନ। ଲଣ୍ଡନରେ ରହୁଥିବା ଅଲତାଫ ଆଜି ତାଙ୍କ ଟୁଇଟରରେ ପାକିସ୍ଥାନକୁ ମଧ୍ୟ ଚେତାବନି ଦେଇଛନ୍ତି।

ସେ ଏକ ସିରିଜ ଟୁଇଟ କରି କହିଛନ୍ତି ଯେ, ପାକିସ୍ଥାନରେ ଯେପରି ଅଣ ମୁସଲିମ ଧର୍ମପିଠକୁ ଭଙ୍ଗାଯାଉଛି ତାହା ଅମାନବିକତା। ସେତିକି ନୁହେଁ ସେ ତାଙ୍କ ଟୁଇଟିରେ ଏପରି କାର୍ଯ୍ୟକୁ ଦୃଢ ବିରୋଧ ମଧ୍ୟ କରିଛନ୍ତି। ଏହା ହେଉଛି ଇସଲାମିକ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ଅନ୍ୟାୟ କାର୍ଯ୍ୟ। ପାକିସ୍ଥାନ ତୁରନ୍ତ ଏପରି କାର୍ଯ୍ୟରୁ ନିବୃତ ରହୁ ବୋଲି ଅଲତାଫ କହିଛନ୍ତି।

ପାକିସ୍ଥିନର ଏପରି କାର୍ଯ୍ୟ ବିରୋଧରେ ବିଚାର କରି ଦଣ୍ଡ ଦେବା ପାଇଁ ସେ ଜାତିସଂଘର ସେକ୍ରେଟାରୀ ଜେନରାଲଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତୁରନ୍ତ ପାକିସ୍ଥାନ ସରକାରଙ୍କ ସହିତ କଥାବାର୍ତ୍ତା କରି ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ପାକିସ୍ଥାନକୁ ନିର୍ଦ୍ଦେଶ ଦିଅନ୍ତୁ।

ପାକିସ୍ଥାନ ଆର୍ମି ଏବଂ ତାଙ୍କର ଗୁପ୍ତ ସଂସ୍ଥା ଆଇଏସଆଇ ର ଲୋକେ ପାକିସ୍ଥାନରେ ଥିବା ବିଭିନ୍ନ ଅଣ ମୁସଲିମ ଧର୍ମପିଠ ଭାଙ୍ଗି ଦେଇଛନ୍ତି। ଏଥିସହିତ ସେମାନେ ଏହି ସଂପ୍ରଦାୟର ଲୋକଙ୍କୁ ଘୃଣା ମଧ୍ୟ କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଅଲତାଫ୍ କହିଛନ୍ତି।

ନିକଟରେ ପାକିସ୍ଥାନ ଅଧିନସ୍ଥ ପଂଜାବ ରାଜ୍ୟର ଫଇସଲାବାଦରେ ଅହମାଦୀ ଧର୍ମପିଠ ଉପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ସାରା ବିଶ୍ବରେ ବିରୋଧର ସ୍ବର ଉଠିଛି। ଏଥିରେ ଅଲତାଫଙ୍କ ଏପରି ବିବୃତି ଏହି ବିରୋଧକୁ ଆହୁରି ଦୃଢ କରିଛି।

Altaf Hussain ପାକିସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026
Latest News

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.