Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
PIB_NEWS

ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 10, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା – ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ରକ୍ଷା ବନ୍ଧନ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶର ଭଉଣୀମାନଙ୍କୁ ସେ ସମ୍ବୋଧନ କରୁଥିବାରୁ ବେଶ୍‍ ଆନନ୍ଦିତ । ସେ କହିଲେ ଯେ ଅଧିକ ସଂଖ୍ୟକ ଲୋକ, ବିଶେଷ କରି ମହିଳାମାନଙ୍କ ଜୀବନ ଏବେ ଉଜ୍ଜ୍ୱଳା ଯୋଜନା ଯୋଗୁ ଅସମ୍ଭବ ଭାବେ ଉଜ୍ଜ୍ୱଳ ହୋଇପାରିଛି ।

ଏହି ଯୋଜନା ୨୦୧୬ ମସିହାରେ ଉତ୍ତର ପ୍ରଦେଶର ବାଲିଆ ଠାରୁ ଆରମ୍ଭ କରାଯାଇଥିଲା ଏବଂ ତାହା ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ସନ୍ତାନ ମଙ୍ଗଳ ପାଣ୍ଡେଙ୍କ ଜନ୍ମଭୂମି । ସେ କହିଲେ ଆଜି ଉଜ୍ଜ୍ୱଳା ଯୋଜନାର ଯେଉଁ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ କରାଯାଉଛି ତାହା ହେଉଛି ବୁନ୍ଦେଲଖଣ୍ଡର ଭୂମିପୁତ୍ର ମେଜର ଧ୍ୟାନ ଚାନ୍ଦ ଅଥବା ଦାଦା ଧ୍ୟାନ ଚାନ୍ଦଙ୍କ ଜନ୍ମସ୍ଥାନ ।

ସେ କହିଲେ ଯେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ଏବେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବେ ନାମିତ କରାଯାଇଛି । ଏହା କ୍ରୀଡ଼ାକୁ ନିଜ ଜୀବନର ଉଦ୍ଦେଶ୍ୟ ଭାବେ ଗ୍ରହଣ କରୁଥିବା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ପ୍ରେରଣା ଯୋଗାଇବ ।ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକଟ କରି କହିଲେ ଯେ ଦେଶବାସୀଙ୍କୁ ଅନେକ ମୌଳିକ ସୁବିଧା ସୁଯୋଗ ପାଇବା ସକାଶେ ଦଶନ୍ଧି ଦଶନ୍ଧି ଧରି ପ୍ରତୀକ୍ଷା କରିବାକୁ ପଡ଼ିଲା । ସେଥି ମଧ୍ୟରେ ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ଆବଶ୍ୟକତା ସାମିଲ । ସେଥିରୁ ଅନେକ ଆବଶ୍ୟକତା ଦଶନ୍ଧି ଦଶନ୍ଧି ପୂର୍ବରୁ ସମାଧାନ ହୋଇପାରିଥାନ୍ତା।

ବିଗତ ୬- ୭ ବର୍ଷ ମଧ୍ୟରେ ୧୧ ହଜାରରୁ ଅଧିକ ଏଲପିଜି ବିତରଣ କେନ୍ଦ୍ର ଖୋଲାଯାଇଛି। ୨୦୧୪ ମସିହାରେ ଏଭଳି ବିତରଣ କେନ୍ଦ୍ର ସଂଖ୍ୟା ମାତ୍ର ୨ ହଜାର ଥିବାବେଳେ ଏବେ ତାହା ୪ ହଜାରକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଶତ ପ୍ରତିଶତ ଗ୍ୟାସ ବିତରଣ ଲକ୍ଷ୍ୟ ହାସଲ କରିବାର ନିକଟତର ହୋଇସାରିଛୁ । ୨୦୧୪ ପର୍ଯ୍ୟନ୍ତ ଯେତିକି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ଗତ ୭ ବର୍ଷ ଭିତରେ ସେହି ତୁଳନାରେ ଯଥେଷ୍ଟ ଅଧିକ ସଂଖ୍ୟକ ଗ୍ୟାସ ସଂଯୋଗ ବିତରଣ କରାଯାଇଛି ।

କହିଲେ ଯେ ପାଇପ ଯୋଗେ ଉପଭୋକ୍ତାମାନଙ୍କୁ ଗ୍ୟାସ ଯୋଗାଇ ଦେବା କାର୍ଯ୍ୟ ବ୍ୟାପକ ମାତ୍ରାରେ ଚାଲିଛି । ସେ କହିଲେ ଯେ ପିଏନଜି ବ୍ୟବସ୍ଥା ସିଲିଣ୍ଡର ଠାରୁ ଶସ୍ତା ଏବଂ ପୂର୍ବ ଭାରତ ଯେଉଁଥିରେ କି ଉତ୍ତର ପ୍ରଦେଶ ସାମିଲ ସେଠାକାର ଅନେକ ଜିଲ୍ଲାରେ ଏଭଳି ପିଏନଜି ବ୍ୟବସ୍ଥା ନିମନ୍ତେ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୫୦ରୁ ଅଧିକ ଜିଲ୍ଲାର ୧୨ ଲକ୍ଷ ପରିବାରଙ୍କୁ ଏଭଳି ଗ୍ୟାସ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ଆମେ ଏବେ ଶତ ପ୍ରତିଶତ ଗ୍ୟାସ ଯୋଗାଣ ଲକ୍ଷ୍ୟର ଖୁବ୍‍ ନିକଟତର ହୋଇସାରିଛୁ ବୋଲି ସେ ସୂଚାଇଥିଲେ ।

ଏହି ଅବସରରେ ଜୈବ ଇନ୍ଧନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜୈବ ଇନ୍ଧନ କେବଳ ଏକ ସ୍ୱଚ୍ଛ ଇନ୍ଧନ ନୁହେଁ, ବରଂ ଏହା ହେଉଛି ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ପ୍ରୋତ୍ସାହନ ଇଂଜିନ୍‍ । ଏହା ହେଉଛି ଦେଶ ବିକାଶର ଇଂଜିନ୍‍ ଏବଂ ଗ୍ରାମାଞ୍ଚଳ ବିକାଶର ଇଂଜିନ୍‍ ।ସେ କହିଲେ ଯେ ଜୈବ ଇନ୍ଧନ ଏଭଳି ଏକ ଇନ୍ଧନ ଯାହା ଆମେ ଘରୋଇ ଓ କୃଷିକ୍ଷେତ୍ର ବର୍ଜ୍ୟରୁ, ବୃକ୍ଷଲତାରୁ ଏପରିକି ନଷ୍ଟ ହୋଇଯାଇଥିବା ଶସ୍ୟରୁ ପାଇପାରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଗତ ୬ – ୭ ବର୍ଷ ମଧ୍ୟରେ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନୋଲ ବ୍ଲେଣ୍ଡିଂର ନିକଟତର ହୋଇସାରିଛୁ ଏବଂ ଏବେ ଆମେ ଆଗାମୀ ୪ – ୫ ବର୍ଷ ଭିତରେ ୨୦ ପ୍ରତିଶତ ବ୍ଲେଣ୍ଡିଂ ଦିଗରେ ଆଗକୁ ଅଗ୍ରସର ହେଉଛୁ । ଉତ୍ତର ପ୍ରଦେଶରୁ ଗତ ବର୍ଷ, ୭ ହଜାର କୋଟି ଟଙ୍କାର ଇଥାନୋଲ କ୍ରୟ କରାଯାଇଛି । ଅନେକ ଇଥାନୋଲ ଓ ଜୈବ ଇନ୍ଧନ ସଂପର୍କୀତ ୟୁନିଟ୍‍ ରାଜ୍ୟରେ ହିଁ ପ୍ରତିଷ୍ଠା କରାଯାଇଛି । ଏକ କମ୍ପ୍ରେସଡ଼୍‍ ବାୟୋଗ୍ୟାସ ୟୁନିଟ୍‍ ଯାହାକି ଆଖୁଖଦାରୁ ପ୍ରସ୍ତୁତ ହୋଇପାରିବ ସେଭଳି ସିବିଜି ପ୍ଲାଣ୍ଡ ରାଜ୍ୟର ୭୦ଟି ଜିଲ୍ଲାରେ ସ୍ଥାପନ ଦିଗରେ କାର୍ଯ୍ୟ ଚାଲିଛି । ବଦାୟୁଁ ଓ ଗୋରଖପୁରରେ “ପରାଲି’ରୁ ଜୈବ ଇନ୍ଧନ ପ୍ରସ୍ତୁତି ପ୍ଲାଣ୍ଟ୍‍ ସ୍ଥାପନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ ମୌଳିକ ସୁବିଧା ପୂରଣ ପରେ ଏବେ ଦେଶ ଉତ୍ତମ ଜୀବନ ବଞ୍ôଚବାର ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେଉଛି । ଆଗାମୀ ୨୫ ବର୍ଷ ମମଧ୍ୟରେ ଆମକୁ ଏହି ସାମର୍ଥ୍ୟକୁ ବହୁ ଗୁଣରେ ବଢ଼ାଇବାକୁ ପଡ଼ିବ । ଆମେ ସଭିଏଁ ଏକତ୍ର ମିଶି ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରି ଏକ ସକ୍ଷମ ଭାରତ ନିର୍ମାଣ କରିପାରିବା । ଏଥିରେ ଦେଶର ଭଉଣୀମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Latest News

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.