Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିରଳ ଘଟଣା: ଏକମୋ ଚିକିତ୍ସାର 41 ଦିନ ପରେ ଆଶ୍ଚର୍ଯ୍ୟ ଭାବେ ସୁସ୍ଥ ହେଲେ କରୋନା ରୋଗୀ
ଜାତୀୟ ଖବର

ବିରଳ ଘଟଣା: ଏକମୋ ଚିକିତ୍ସାର 41 ଦିନ ପରେ ଆଶ୍ଚର୍ଯ୍ୟ ଭାବେ ସୁସ୍ଥ ହେଲେ କରୋନା ରୋଗୀ

August 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିରଳ ଘଟଣା: ଏକମୋ ଚିକିତ୍ସାରେ 41 ଦିନ ରହିବା ପରେ ଆଶ୍ଚର୍ଯ୍ୟ ଭାବେ ସୁସ୍ଥ ହେଲେ କରୋନା ରୋଗୀ

ହାଇଦ୍ରାବାଦ, ସପ୍ତାହେ କି ଦୁଇ ସପ୍ତାହ ନୁହେଁ, ଏକାଥରେ 41 ଦିନ ବିରଳ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଲେ ଜଣେ କରୋନା ରୋଗୀ। ପରିବାର ବର୍ଗ ଏପରିକି ଡାକ୍ତରମାନେ ମଧ୍ୟ ଆଶା ଛାଡି ଦେଇଥିଲେ। କାରଣ ଏକମୋ ଚିକିତ୍ସା ଏପରି ଏକ ଚିକିତ୍ସା ଯାହାକି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମି ପ୍ରତିଟି ମୁହୂର୍ତ୍ତରେ ସାବଧାନ ହୋଇ ରହିବାକୁ ପଡିଥାଏ।  ରୋଗୀଙ୍କ ପାଖରେ 24 ଘଣ୍ଟା ସ୍ବାସ୍ଥ୍ୟ କର୍ମି ରହିବାକୁ ପଡେ। ଏହିପରି ବହୁ ପରିଶ୍ରମ ପରେ ରୋଗୀ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ସ୍ବାସ୍ଥ୍ୟ ଜଗତରେ ଏକ ବିରଳ ଉଦାହରଣ ବୋଲି କୁହାଯାଇଛି।

ଏହିପରି ଏକ ବିରଳ ଘଟଣାଟି ହାଇଦ୍ରାବାଦସ୍ଥିତ ‘Medicover Hospital’ ରେ ଘଟିଛି। ଗତ ମେ 11 ତାରିଖରେ ଏହି ହସପିଟାଲରେ ଜଣେ 36 ବର୍ଷିୟ ମହିଳା କରୋନା ଆକ୍ରାନ୍ତରେ ଭର୍ତ୍ତି ହୋଇଥିଲା। ସେ ନିଶ୍ବାସପ୍ରଶ୍ବାସ ନେବାରେ ଭାରୀ କଷ୍ଟ ଅନୁଭବ କରୁଥିଲା। ଡାକ୍ତରମାନେ ତାଙ୍କୁ ତୁରନ୍ତ ଅକ୍ସିଜେନ ଲଗାଇ ଚିକିତ୍ସା କଲେ। ହେଲେ ତାଙ୍କର ଅକ୍ସିଜେନ ଲେବୁଲରେ କୌଣସି ଉନ୍ନତି ହେଲା ନାହିଁ।

ଏହାପରେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା। ହେଲେ ସେଠାରେ ମଧ୍ୟ ତାଙ୍କର କୌଣସି ଉନ୍ନତି ହେଲା ନାହିଁ। ଏହାପରେ ତାଙ୍କୁ ଏକମୋ ଚିକିତ୍ସା କରାଯିବ ବୋଲି ନିଷ୍ପତି କରାଗଲା। ସେହି ଅନୁସାରେ ତାଙ୍କୁ ଏକମୋ ସପୋର୍ଟରେ ରଖାଗଲା। ଏହି ଭିତରେ ରୋଗୀଙ୍କର କିଡନୀ ଖରାପ ହେଲା।  ଏକମୋ ଚିକିତ୍ସା ସହିତ ତାଙ୍କୁ ଡାଏଲେସିସ ମଧ୍ୟ କରାଗଲା।

ରୋଗୀ ଜଣଙ୍କ ଏକମୋ ସପୋର୍ଟରେ 41 ଦିନ ରହିବା ପରେ ତାଙ୍କର ଅକ୍ସିଜେନ ସ୍ତର ଠିକ ଆସିଲା। ରୋଗୀ ଜଣଙ୍କ ଡାକ୍ତରଖାନାରେ ମୋଟ 91 ଦିନ ଚିକିତ୍ସା ହୋଇଥିଲେ। ସେଥିରେ ସେ ଏକମୋ ସପୋର୍ଟରେ ରହିଲେ 41 ଦିନ। ନିଜେ ନିଶ୍ବାସପ୍ରଶ୍ବାସ ନେବାରେ ସକ୍ଷମ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରାଯାଇଥିଲା।

ଡାକ୍ତରଖାନାର ବରିଷ୍ଠ ଡାକ୍ତର ତଥା କ୍ରିଟିକାଲ କେୟାରର ନିର୍ଦ୍ଦେଶକ ଡ ଘନଶ୍ୟାମ ଏମ ଜଗତକର କହିଛନ୍ତି ଯେ, ଏହି ରୋଗୀଙ୍କୁ ବଞ୍ଚାଇବା ଆମପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଆମେ ଏକ ଟିମ ଗଠନ କରିଥିଲୁ। ଜଣେ ରୋଗୀଙ୍କୁ ଏତେଦିନ ଧରି ଏକମୋ ଚିକିତ୍ସାରେ ରଖିବା କେତେ କଷ୍ଟ ତାହା ଆମେ ଅନୁଭବ କରିଛୁ।

ଜଣେ ରୋଗୀ ଏତେଦିନ ଧରି ଏକମୋ ସପୋର୍ଟରେ ରହି ଭଲ ହେବା ସହଜ କଥା ନୁହେଁ ବୋଲି ସେ କହିଛନ୍ତି। ହେଲେ ଖୁସିରକଥା ରୋଗୀଙ୍କ ପରିବାର ଲୋକେ ଆମକୁ ବହୁ ସମର୍ଥନ କରିିଥିଲେ। ଫଳରେ ରୋଗୀ ଜଣଙ୍କ ସୁସ୍ଥ୍ୟ ହେବା ଆମ ପାଇଁ ଖୁସିର କଥା। ଆମ ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହେଲା ବୋଲି ଡାକ୍ତର ଘନଶ୍ୟାମ କହିଛନ୍ତି।

ଏକମୋ ଚିକିତ୍ସା କରୋନା କରୋନା ରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026
Latest News

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.