ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଗୃହମନ୍ତ୍ରୀଙ୍କ ପଦକ, ଓଡ଼ିଶାର ୪ ପୁଲିସ ସାମିଲ

Published: Aug 12, 2021, 6:03 pm IST

ନୂଆଦିଲ୍ଲୀ, ୨୦୨୧ ବର୍ଷ ଲାଗି ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ “ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ଗୃହମନ୍ତ୍ରୀ ପୁରସ୍କାର” ପ୍ରଦାନ କରାଯାଇଛି। ୨୦୧୮ରେ ଏହି ପଦକର ସ୍ଥାପନା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ତଦନ୍ତରେ ଉଚ୍ଚ ପେସାଦାର ମାନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍କୃଷ୍ଟ ତଦନ୍ତ କରୁଥିବା ଯାଞ୍ଚ ଅଧିକାରୀମାନଙ୍କ ଦକ୍ଷତାକୁ ପରିଚୟ ପ୍ରଦାନ କରିବା।

ଚଳିତ ବର୍ଷ ଓଡ଼ିଶାର ୪ ଜଣ ପୁଲିସ କର୍ମଚାରୀ ଏହି ପଦକ ପାଇବାର ଗୌରବ ହାସଲ କରିଛନ୍ତି। ସେମାନେ ହେଲେ- ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବଇନ୍ସପେକ୍ଟର ତ୍ରୁପ୍ତି ରଞ୍ଜନ ନାୟକ, ସବଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ।

ଏହାଛଡ଼ା ପଦକ ବିଜେତାଙ୍କ ମଧ୍ୟରେ ସିବିଆଇର ୧୫ଜଣ ଅଧିକାରୀ, ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରର ୧୧ ଜଣ ଲେଖାଏ, ଉତ୍ତର ପ୍ରଦେଶର ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡ଼ୁରୁ ୮ ଜଣ, ବିହାରରୁ ୭ ଜଣ, ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀରୁ ୬ ଜଣ ଲେଖାଏଁ ପୁଲିସ ଅଧିକାରୀ ସାମିଲ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୮ ଜଣ ମହିଳା ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି।

Related posts