Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ୬ ହଜାର ୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ହୋଇଛି ମଂଜୁର
ବିଶେଷ ଖବର

ରାଜ୍ୟରେ ୬ ହଜାର ୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ହୋଇଛି ମଂଜୁର

August 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ୬ ହଜାର ୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଂଜୁର

ଭୁବନେଶ୍ୱର,  ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍‌ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦି୍ରକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି ।

ସାରା ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକରେ ମିଶନ ଶକ୍ତି ଗୃହଗୁଡ଼ିକ ଏବେ ପାଲଟିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ସଭା, ପ୍ରଶିକ୍ଷଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜି ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଆଦିର କେନ୍ଦ୍ରସ୍ଥଳୀ । ଏସ୍‌ଏଚ୍‌ଜି ସଦସ୍ୟାମାନେ ଏବେ ଏହି ଗୃହକୁ ସେମାନଙ୍କ କାର୍ଯ୍ୟକ୍ରମ ସଂପର୍କିତ ସଭାସମିତି ଓ ମାନସମନ୍ଥନ ପାଇଁ ଆସୁଛନ୍ତି । ତା’ସହିତ ଏହି ଭିତ୍ତିଭୂମିକୁ ମଧ୍ୟ ସେମାନେ ଏକ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି ।

କୋଭିଡ୍‌-୧୯ ମହାମାରୀ ସମୟରେ ସିଲେଇ ଆଦିରେ ଅଭିଜ୍ଞତା ଥିବା ଏସ୍‌ଏଚ୍‌ଜି ସଦସ୍ୟାମାନେ ଏହି ଗୃହଗୁଡ଼ିକୁ ମାସ୍କ ଉତ୍ପାଦନ କେନ୍ଦ୍ର ଭାବେ ବ୍ୟବହାର କରିବା ସହ ମାସ୍କ ପ୍ରସ୍ତୁତି କରି ଲୋକମାନଙ୍କୁ ଯୋଗାଇ ଦେଇଥିଲେ । “ସ୍ଥାନୀୟ ବ୍ୟବସାୟୀମାନେ ବିଭିନ୍ନ ଉତ୍ପାଦ ସଂପର୍କରେ ଏଠାକୁ ଆସି ପଚାରି ବୁଝିଥା’ନ୍ତି । ସେମାନଙ୍କ ଆବଶ୍ୟକତା ଅନୁସାରେ ଆମେ ନିର୍ଦ୍ଧିଷ୍ଟ ଏସ୍‌ଏଚ୍‌ଜି ଉତ୍ପାଦକ ଗୋଷ୍ଠୀ ସହ ଯୋଗାଯୋଗ କରି ବ୍ୟବସାୟ ସଂପର୍କିତ ଆବଶ୍ୟକତାକୁ ସହଜରେ ସଂପାଦିତ କରାଇ ଦେଇଥାଉ ।

ଏବେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏହି ଗୃହଗୁଡ଼ିକ ପାଲଟିଛି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନୂତନ ପରିଚୟ ।’’-ଏ କଥା କୁହନ୍ତି କଟକ ଜିଲ୍ଲା ନିଆଳି ଗ୍ରାମ ପଞ୍ଚାୟତର ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଂପାଦିକା ସୌଦାମିନୀ ମଲ୍ଲିକ । ଗୋଟିଏ ବର୍ଷତଳେ ନିର୍ମାଣ ହୋଇଥିବା ନିଆଳି ଗ୍ରାମପଞ୍ଚାୟତର ଏହି ଗୃହର ପରିଚାଳନା ଦାୟିତ୍ୱ ବିଶ୍ୱକଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ।

ରାଜ୍ୟ ସରକାର ରାଜ୍ୟର ସହରାଞ୍ଚଳର ପ୍ରତି ୱାର୍ଡରେ ଏବଂ ପ୍ରତି ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସର୍ବୋପରି ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଂଜୁର ହୋଇସାରିଛି । ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଏବଂ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଚ୍‌ଜିମାନଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍‌ଏଚ୍‌ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ ।

ଏ ଯାବତ୍‌ ନିର୍ମାଣ ହୋଇସାରିଥିବା ପାଖାପାଖି ୧୦୦୦ଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍‌ଜିମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାମାନଙ୍କ ସାମୂହିକ ଏବଂ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‌ଏଚ୍‌ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା । ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍‌ଏଚ୍‌ଜି’କୁ ହସ୍ତାନ୍ତର କରାଯାଇଛି । ଏସ୍‌ଏଚ୍‌ଜିମାନଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍‌ଏଚ୍‌ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି।

ଏତଦ୍‌ ବ୍ୟତୀତ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍‌ ପଂଜୀକରଣ ଏବଂ ଅନ୍ୟାନ୍ୟ ଧାନସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି । ପଞ୍ଚାୟତସ୍ତରରେ ଏସ୍‌ଏଚ୍‌ଜିମାନଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍‌ଏଚ୍‌ଜି ଆନ୍ଦୋଳନକୁ ଆହୁରି କି୍ରୟାଶୀଳ କରିପାରିଛି ।

ଯଥାର୍ଥରେ ଓମ୍‌ ମହାଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ‘ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ।’

ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026
Latest News

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026

ଆଜି ଜୁଲାଇ ୨୭ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 27, 2026

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.