Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ, ଏକଦା ଓଡିଶା ରାଜନୀତିରେ ମଧ୍ୟ ଚର୍ଚ୍ଚାରେ ଥିଲେ
ଜାତୀୟ ଖବର

ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ, ଏକଦା ଓଡିଶା ରାଜନୀତିରେ ମଧ୍ୟ ଚର୍ଚ୍ଚାରେ ଥିଲେ

September 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ, ଏକଦା ଓଡିଶା ରାଜନୀତିରେ ମଧ୍ୟ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ, ଜାତୀୟ ସ୍ତରର ଜଣେ ପରିଚିତ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ 65 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ପୁତ୍ର କୁଶନ ମିତ୍ର ସୂଚନା ଦେଇଛନ୍ତି।

ସେ ଦୈନିକ ଇଂରାଜୀ ଖବରକାଗଜ ପାୟୋନିୟର ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ବିଜେପି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଚନ୍ଦନ ମିତ୍ର ଲାଲକୃଷ୍ଣ ଆଡଭାନୀଙ୍କ ଅତି ଘନିଷ୍ଠ ଭାବେ ପରିଚିତ ଥିଲେ। ସେତେବେଳେ ବିଜେପିରେ ଚନ୍ଦନ ମିତ୍ରଙ୍କ ବେଶ୍ ଦବଦବା ମଧ୍ୟ ଥିଲା।

ତେବେ ସେ ଓଡିଶା ରାଜନୀତିରେ ମଧ୍ୟ କିଛି ସମୟ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ବିଜେଡି ବିଜେପି ମେଣ୍ଟ ସରକାରରେ ଫାଟ ଦେଖାଦେଲା ସେତେବେଳେ ତାହାର ମଧ୍ୟସ୍ଥତା କରିବାକୁ ଚନ୍ଦନ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ଡେରା ପକାଇଥିଲେ।

ଏହି ମେଣ୍ଟ ସରକାରକୁ ବଜାଇ ରଖିବା ପାଇଁ ଚନ୍ଦନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ବିଜେଡି ବିଜେପି ଅଲଗା ଲଢେଇ କରିଥିଲେ। ସେତେବେଳେ ତାଙ୍କର ଏହି ଉଦ୍ୟମକୁ ଅନେକ ପ୍ରଶଂସା ସହିତ ସମାଲୋଚନା ମଧ୍ୟ କରିଥିଲେ।

ତାଙ୍କର ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଶୋକ ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦନ ମିତ୍ରଙ୍କ ବୁଦ୍ଧିମତା ଏବଂ ଦୂରଦୃଷ୍ଟି ପାଇଁ ସେ ବେଶ ପରିଚିତ ରହିବେ। ତାଙ୍କ ପରିବାର ପ୍ରତି ସମ୍ବେଦନା ବୋଲି ଉଲ୍ଲେଖ କରିଛନ୍ତି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଚନ୍ଦନ ମିତ୍ର ଜାତୀୟ ସାମ୍ବାଦିକ ଏବଂ ରାଜନୈତିକ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଥିଲେ।

ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.