Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବର ମେୟର ହେବାକୁ ଆଖି ପକାଇଲେଣି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆରମ୍ଭ କରିଲେଣି କାମ
ବିଶେଷ ଖବର

ଭୁବନେଶ୍ବର ମେୟର ହେବାକୁ ଆଖି ପକାଇଲେଣି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆରମ୍ଭ କରିଲେଣି କାମ

September 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ମେୟର ହେବାକୁ ଆଖି ପକାଇଲେଣି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଆରମ୍ଭ କରିଲେଣି କାମ

ଭୁବନେଶ୍ବର, ଖୁବ ଶିଘ୍ର ବିଏମସି ବା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ହେବ। ଏଥର ସିଧା ମେୟର ନିର୍ବାଚନ ମଧ୍ୟ ହେବ। ସେଥିପାଇଁ ଭୁବନେଶ୍ବର ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ଏବେ ଏକ ନୂଆ ଖବର ଆସିଛି। ତାହା ହେଲା ଯେ, ଭୁବନେଶ୍ବର ମେୟର ପାଇଁ କୁଆଡେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଲାଳାୟିତ ଅଛନ୍ତି। ସେତିକି ନୁହେଁ ସେଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।

ଏପରିକି ସେ ମେୟର ହେବେ ବୋଲି କୁଆଡେ ନବୀନ ନିବାସରୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଛି ବୋଲି ଚର୍ଚ୍ଚା ହେଉଛି।  ସେଥିପାଇଁ ଏବେଠାରୁ ଶ୍ରୀମୟୀଙ୍କୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଫଳରେ ଶ୍ରୀମୟୀ ପୁରା ଦମରେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ମାତି ଯାଇଛନ୍ତି।

ବର୍ତ୍ତମାନ ଶ୍ରୀମୟୀ ଓଡିଶା ପର୍ଯ୍ୟଟନ ନିଗମ ବା ଓଟିଡିସିର ଅଧ୍ୟକ୍ଷା ଅଛନ୍ତି। ଓଟିଡିସି ତରଫରୁ ନିକଟରେ ଭୁବନେଶ୍ବରର ରୂପାଲି ଛକରେ ନିମନ୍ତ୍ରଣ ନାମିତ ଏକ ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି। ଯାହାର ଶ୍ରେୟ ନେଇଛନ୍ତି ଶ୍ରୀମୟୀ। ସେଠାକୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହାର ଉଦଘାଟନ କରାଇବାରେ ସେ ସକ୍ଷମ ହୋଇପାରିଛନ୍ତି।

ସେତିକି ନୁହେଁ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ନୂଆଖାଇ ଅଭିନନ୍ଦନ ହୋଡିଂ ମଧ୍ୟ ଓଟିଡିସି ତରଫରୁ ମରାଯାଇଛି। ନୂଆଖାଇ ପର୍ବ ପଶ୍ଚିମ ଓଡିଶାର ଗଣ ପର୍ବ ହୋଇଥିବା ବେଳେ ଶ୍ରୀମୟୀ ଭୁବନେଶ୍ବରରେ ଏପରି ହୋଡିଂ ମାରିବା କାରଣ ସ୍ପଷ୍ଟ ବାରି ହୋଇପଡିଛି। ତେଣୁ ସେ ଭୁବନେଶ୍ବରର ମେୟର ହେବା ପାଇଁ ଏବେଠାରୁ ପ୍ରସ୍ତୁତି କରୁଥିବାର ସ୍ପଷ୍ଟ ହୋଇଛି।

ଗତକିଛି ଦିନ ଧରି ଭୁବନେଶ୍ବର ମହାନଗର ରାଜନୀତରେ ବେଶ୍ ଛକାପଞ୍ଚା ଚାଲିଛି। ବିଶେଷ କରି ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। ବିଜେଡିର ଗୋଟିଏ ଗୋଷ୍ଠୀ ଜଗନ୍ନାଥଙ୍କୁ ବିଜେଡିରେ ମିଶାଇ ମେୟର କରିବାକୁ ଯୋଜନା କରୁଛନ୍ତି। ହେଲେ ସେପଟେ ପୂର୍ବତନ ମେୟର ତଥା ବର୍ତ୍ତମାନର ମଧ୍ୟଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା କିନ୍ତୁ ବାଟ ଓଗାଳି ବସିଛନ୍ତି। ତାଙ୍କୁ ମେୟର ନ କରିବା ପାଇଁ ସେ କୁଆଡେ ଅଡି ବସିଛନ୍ତି।

ଏହି ଛକାପଞ୍ଚା ଭିତରେ ବିଜେଡି ସୁପ୍ରିମୋ ଏହି ଦୁଇ ଗୋଷ୍ଠୀକୁ ବାଦ ଦେଇ ଜଣେ ନୂଆ ଲୋକଙ୍କୁ ମେୟର କରିବେ ବୋଲି ନିଷ୍ପତି କରିଛନ୍ତି। ଆଉ ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଏଥର ଏହି ମେୟର ପଦବୀଟିକୁ ମହିଳାଙ୍କ ପାଇଁ ସଂରକ୍ଷଣ କରି ଶ୍ରୀମୟୀଙ୍କୁ ବିଜେଡି ତରଫରୁ ମନୋନିତ କରାଯିବ ବୋଲି ଜଣାପଡିଛି। ଆଉ ଏହାକୁ ସଫଳ ରୂପାୟନ କରିବା ପାଇଁ ଶ୍ରୀମୟୀ ଏବଂ ତାଙ୍କର ପରାମର୍ଶଦାତା ଫୁଲ ଦମରେ ଲାଗିପଡିଛନ୍ତି।

ଭୁବନେଶ୍ବର ମେୟର ଶ୍ରୀମୟୀ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026
Latest News

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.