Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍: ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ
ଆଜିର ଖବର

ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍: ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ

September 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ। ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ -୨୦୨୧ ପ୍ରକାଶ ପାଇଥିବା ବେଳେ ପୁଣି ଥରେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ସୋଆ ୧ ନମ୍ବର ମାନ୍ୟତା ହାସଲ କରିଛି।

୨୦୦୭ ମସିହାରେ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ହାସଲ କରିଥିବା ସୋଆ ଏନ୍‌ଆଇଆର୍‌ଏଫ୍ ୨୦୨୦ ରେ ମଧ୍ୟ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍‌ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ଲଗାତର ୬ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ହାସଲ କରିବାରେ ସଫଳ ହୋଇପାରିଛି ସୋଆ।

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଅଗ୍ରଗତି କରି ଚାଲିଥିବା ସୋଆ ର‌୍ୟାଙ୍କିଙ୍ଗ୍‌ର ସାମଗ୍ରିକ କ୍ୟାଟେଗୋରୀରେ ଗତ ବର୍ଷ ଦେଶରେ ୩୮ ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଗୋଟିଏ ପାଦ ଆଗକୁ ଆସି ୩୭ ତମ ସ୍ଥାନ ହାସଲ କରିଛି।

ସେହିପରି ୨୦୨୦ରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ୩୪ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୩୨ତମ ସ୍ଥାନରେ ରହିଛି। ମେଡିକାଲ୍ କଲେଜ କ୍ୟାଟେଗୋରିରେ ଗତ ବର୍ଷ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଦୁଇ ପାଦ ଆଗକୁ ଆସି ୨୧ ତମ ସ୍ଥାନରେ ପହଂଚିଛି ସୋଆ।

ଚଳିତବର୍ଷ ଡେଂଟାଲ କ୍ୟାଟେଗୋରୀରେ ୧୪ ତମ ସ୍ଥାନରେ ରହିଛି ସୋଆ। ସାମଗ୍ରିକ, ମେଡିକାଲ୍ ଏବଂ ଡେଂଟାଲ୍ କ୍ୟାଟେଗୋରୀରେ ସୋଆ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଇଞ୍ଜିନିୟରିଂ କ୍ଷେତ୍ରରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲୋଜି, ରାଉରକେଲା ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ପରେ ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି ସୋଆ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍‌ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍‌ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ହୋଇଥିବାବେଳେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍‌ପିଟାଲ୍ ଓ ଇନଷ୍ଟିଚ୍ୟୁଟ୍‌ ଅଫ ଡେଂଟାଲ ସାଇନସେସ୍ (ଆଇଡିଏସ) ଏହାର ମେଡିକାଲ ଏବଂ ଡେଂଟାଲ୍ ସାଇନ୍‌ସ ଶିକ୍ଷାନୁଷ୍ଠାନ।

ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ପକ୍ଷରୁ ସୋଆକୁ ସର୍ବୋଚ୍ଚ ଗ୍ରେଡ୍ ସହିତ ରି- ଆକ୍ରିଡିଟେଡ୍ କରାଯାଇଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ସମ୍ମାନଜନକ ଆକ୍ରେଡିଟେସନ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌), ୟୁଏସ୍‌ଏ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି।

ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଓ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଭଳି ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ୯୫ଟି ଏକାଡେମିକ ପ୍ରୋଗ୍ରାମ୍ ପ୍ରଦାନ କରାଯାଉଛି।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଡିନ୍‌, ଫ୍ୟାକଲ୍ଟି ମେମ୍ବର୍ସ, ଗବେଷକ ଏବଂ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଯୋଗୁଁ ହିଁ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଏହି ସମ୍ମାନଜନକ ସ୍ଥାନ ହାସଲ କରିପାରିଛି ବୋଲି କହିଛନ୍ତି।

ଓଡିଶା ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ

May 2, 2026

ଦହିବରା ଖାଇ ୩୦ ଅସୁସ୍ଥ

May 2, 2026

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ

May 2, 2026

କାର୍ ଏବଂ ଟ୍ରକ୍ ଉପରେ 25% ଟାରିଫ ଲାଗୁ କଲେ ଟ୍ରମ୍ପ

May 2, 2026
Latest News

ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ

May 2, 2026

ଦହିବରା ଖାଇ ୩୦ ଅସୁସ୍ଥ

May 2, 2026

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ

May 2, 2026

କାର୍ ଏବଂ ଟ୍ରକ୍ ଉପରେ 25% ଟାରିଫ ଲାଗୁ କଲେ ଟ୍ରମ୍ପ

May 2, 2026

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.