Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ: ନିରାପତ୍ତା ଏବଂ ସୁବିଧା ଉପରେ ଗୁରୁତ୍ୱାରୋପ
ଜାତୀୟ ଖବର

ଆଧୁନିକ ଏଲଏଚବି କୋଚ୍ ସହିତ ହିରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ: ନିରାପତ୍ତା ଏବଂ ସୁବିଧା ଉପରେ ଗୁରୁତ୍ୱାରୋପ

September 10, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ, ଭାରତ ସରକାର, ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି। ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତ୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ ଅଟେ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡରେ ଅନୁସରଣ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ଛଅ ହଜାରରୁ ସାତ ହଜାର କୋଟି ଟଙ୍କା ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ମଞ୍ଜୁର କରାଯାଉଛି। ଆମର ସମ୍ମାନିତ ଯାତ୍ରୀମାନଙ୍କୁ ଉନ୍ନତ ସଂଯୋଗ ଏବଂ ସୁବିଧା ଯୋଗାଇବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି।

ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ସହ ଯାତ୍ରା କରି ରେଳ ସେବା ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ହୀରାଖଣ୍ଡ ଏକ୍ସପ୍ରେସରେ ନୂତନ ଆଧୁନିକ ଏଲଏଚବି ରେକ୍ ସଂଯୋଗ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ପର୍ଯ୍ୟନ୍ତ ୭୮୪ କିଲୋମିଟର ଯାତ୍ରା କରୁଥିବାବେଳେ ଏହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର ୨୧ ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରୁଛି। ଏହି ଟ୍ରେନର ଅନ୍-ବୋର୍ଡ ଯାତ୍ରୀମାନେ ବର୍ତ୍ତମାନ ଆଧୁନିକ ଏଲଏଚବି ରେକ୍ ରେ ଯାତ୍ରା ସମୟରେ ଟ୍ରେନ ଭିତରୁ ମାର୍ଗ ରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଏବଂ ଉଦ୍ଭିଦର ଅପ୍ରତିମ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ, ଯେଉଁଥିରେ ନୂତନ ଆଧୁନିକ ଏଲଏଚବି କୋଚ୍ ର ଆରାମଦାୟକ ଯାତ୍ରା ସହିତ ପ୍ରଶସ୍ତ ଝରକା ଏବଂ ମଡ୍ୟୁଲାର୍ ଆଭ୍ୟନ୍ତରୀଣ ସୁବିଧା ଗୁଡିକ ପ୍ରଦାନ କରାଯାଇଅଛି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ହିରାଖଣ୍ଡ ଏକ୍ସପ୍ରେସରେ ଏଲଏଚବି କୋଚ ଯାତ୍ରୀମାନଙ୍କୁ ଉନ୍ନତ ଆରାମ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବ। ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପାରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଏଲ.ଏଚ.ବି. କୋଚ୍ ର ଅନେକ ଗୁଡିଏ ବୈଶିଷ୍ଟତା ରହିଛି। ଏହା ଆଣ୍ଟି ଟେଲିସ୍କୋପିକ। ଦ୍ୱୈତ ବଫର ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ନିରାପତ୍ତା ଦୃଷ୍ଟିରୁ ଫଳପ୍ରଦ ଅଟେ। ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ।  ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ଅଟେ। ଏହା ମଧ୍ୟ ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚରେ ଉପଲବ୍ଧ ଅଟେ। ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଏଲଏଚବି କୋଚ ସହିତ ଚଳାଚଳ କରିବ।

ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ, ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଯୋଗ ଦେଇ ରେଳବାଇର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଓଡ଼ିଶାର ରେଳ ଭିତ୍ତିଭୂମି ତଥା ପ୍ରକଳ୍ପର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏହି ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ।

ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ମାନ୍ୟବର ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମକରନ୍ଦ ମୁଦୁଲି ପ୍ରମୁଖ ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବରେ
ଯୋଗଦାନ କରିଥିଲେ। ​

ଅଶ୍ୱିନୀ ବୈଷ୍ଣବ ଧର୍ମେନ୍ଦ୍ର ପ୍ରଧାନ ନିରାପତ୍ତା ହିରାଖଣ୍ଡ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026
Latest News

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.