Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିର୍ବାଚନ ପୂର୍ବରୁ କଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କରୁଛି ପରିବର୍ତ୍ତନ ? ହାରିବା ଡର ନା ଆଉ କିଛି !
ଜାତୀୟ ଖବର

ନିର୍ବାଚନ ପୂର୍ବରୁ କଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କରୁଛି ପରିବର୍ତ୍ତନ ? ହାରିବା ଡର ନା ଆଉ କିଛି !

September 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ପୂର୍ବରୁ କଣ ପାଇଁ ବିଜେପି ତାହାର ମୁଖ୍ୟମନ୍ତ୍ରୀଙ୍କୁ କରୁଛ ପରିବର୍ତ୍ତନ ? ହାରିବା ଡର ନା ଆଉ କିଛି !

ନୂଆଦିଲ୍ଲୀ : 2022 ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ବିଜୟ ରୂପାନୀଙ୍କ ଇସ୍ତଫା ଗୁଜୁରାଟ ରାଜନୀତି ସରଗରମ କରିଛି। ଏହାକୁ ନେଇ ବିରୋଧୀ ଦଳ ବିଜେପି ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ସେହିପରି ସାଧାରଣ ଜନତାଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଛି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଉଛି? ଗତ କିଛି ମାସ ମଧ୍ୟରେ ଦଳ 3 ଟି ରାଜ୍ୟରେ 4 ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଛି।

ତେବେ ବିଜେପି ଆସନ୍ତା ନିର୍ବାଚନରେ ରୂପାନୀଙ୍କୁ ନେଇ ମଇଦାନରେ ଲଢେଇ କରିବାକୁ ଚାହୁଁନଥିବା ସ୍ପଷ୍ଟ ହୋଇଛି। ରାଜନୈତିକ ଜଗତରେ ଏହା ମଧ୍ୟ ଆଲୋଚନା ହୋଇଛି ଯେ ନିକଟରେ ଅନୁଷ୍ଠିତ ଜନ ଆଶିର୍ବାଦ୍ ଯାତ୍ରା ସମୟରେ ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଏବଂ 2017 ଗୁଜରାଟ ନିର୍ବାଚନରେ ​​ବିଜେପିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି।

ଅନ୍ୟପଟେ ଦଳ ସନ୍ଦେହ କରିଥିଲା ଯେ , ବିଜୟ ଜଣେ ଆକ୍ରମଣାତ୍ମକ ନେତା ନୁହଁନ୍ତି। ନିକଟରେ ଗୁଜୁରାଟରେ କରୋନା ସଂକ୍ରାମଣ ରୋକିବାରେ ରୂପାନୀଙ୍କ କାର୍ଯ୍ୟଧାରାକୁ ନେଇ ଲୋକେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ସେଥିପାଇଁ ଦଳ କରିଛି ଏହି ପରିବର୍ତ୍ତନ। 1995 ମସିହାରୁ ବିଜେପି ସରକାର ଗୁଜୁରାଟରେ ରାଜତ୍ବ କରୁଛି। ଏଭଳି ପରିସ୍ଥିତିରେ ଦଳକୁ କୌଣସି ନା କୌଣସି ପରିସ୍ଥିତିରେ ଜନ ବିରୋଧୀ ଭୟ ରହୁଛି।

ଗୁଜୁରାଟ ରାଜନୀତିରେ ଅଧାରୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାର ରହିଛି ଏକ ବଡ ଇତିହାସ। ବିଜୟ ରୂପାନୀଙ୍କ ପୂର୍ବରୁ 13 ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇଛନ୍ତି। ବିଜୟଙ୍କ ପୂର୍ବରୁ ଆନନ୍ଦବିନ ପଟେଲ ସେହିପରି କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆନନ୍ଦବିନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ 22 ମେ 2014ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ 2016 ଅଗଷ୍ଟ ପହିଲାରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

ଗୁଜୁରାଟ ରାଜନୈତିକ ଇତିହାସରେ ଏହି ଘଟଣା ବହୁ ପୂର୍ବରୁ ଚାଲି ଆସିଛି। କୌଣସି କାରଣରୁ ସେମାନଙ୍କୁ ଅଧାରୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୀବରାଜ ମେହେଟ୍ଟା, ବଲୱନ୍ତ ରାୟ ମେହେଟ୍ଟା, ଘନଶ୍ୟାମ ଓଜା, ଚିମନଭାଇ ପଟେଲ, ବାବୁଭାଇ ପଟେଲ, ମାଧବସିଙ୍ଗ୍ ସୋଲଙ୍କି, ଅମରସିଂହ ଚୈଧରୀ, ଛବିଲ ଦାସ ମେହେଟ୍ଟା, କେଶୁଭାଇ ପଟେଲ, ସୁରେଶ ଚନ୍ଦ୍ର ମେହେଟ୍ଟା, ଶଙ୍କର ସିଂ ବାଘେଲା, ଦିଲୀପ ଭାଇ ପାରେଖ।

ତେବେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବା ଏବଂ ବିଜେପି ସମୟରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ମଧ୍ୟରେ ରହିଛି ଫରକ। କେବଳ ନରେନ୍ଦ୍ର ମୋଦୀ ଯେ କି 2001ରୁ 2014 ପର୍ଯ୍ୟନ୍ତ ଗୁଜୁରାଟରେ ଦୀର୍ଘକାଳିନ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଥିଲେ। ସେ 2014ରେ ଇସ୍ତଫା ଦେବା ପରେ ବର୍ତ୍ତମାନ ଦୁଇ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇସାରିଲେଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ମୋଦି ଗୁଜୁରାଟ ଛାଡିବା ପରେ ବିଜେପି କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀତ୍ବ ନେଇ ସନ୍ଦେହ ଯାତ ହେଉଛି। ସେମାନଙ୍କ ଉପରେ ଭରସା କରିପାରୁ ନାହିଁ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଭାରତରେ ନମାଜ ସମ୍ପୂର୍ଣ୍ଣ ନିଷେଧ ହେବ କି?: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଅଯୋଧ୍ୟାର ସନ୍ଥ

July 17, 2026
Latest News

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.